ETV Bharat / bharat

Nepal pm in india: ସାଂସ୍କୃତିକ ସମ୍ପର୍କ ସୁଦୁଢ଼ୀକରଣ ଲକ୍ଷ୍ୟ, ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ

author img

By

Published : Jun 1, 2023, 7:13 PM IST

ଦିଲ୍ଲୀରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ମଧ୍ୟରେ ହେଲା ବୈଠକ । ସାଂସ୍କୃତିକ ସମ୍ପର୍କର ସୁଦୁଢୀକରଣ ପାଇଁ ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ କାର୍ଯ୍ୟ । ମିଳିତ ପ୍ରେସମିଟକୁ ସମ୍ବୋଧିତ କଲେ ଉଭୟ ରାଷ୍ଟ୍ରମୁଖ୍ଯ । ଅଧିକ ପଢନ୍ତୁ

Nepal pm in india: ସାଂସ୍କୃତିକ ସମ୍ପର୍କର ସୁଦୁଢୀକରଣ ପାଇଁ ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ କାର୍ଯ୍ୟ

Nepal pm in india: ସାଂସ୍କୃତିକ ସମ୍ପର୍କର ସୁଦୁଢୀକରଣ ପାଇଁ ତ୍ବରାନ୍ବିତ ହେବ ରାମାୟଣ ସର୍କିଟ ପ୍ରକଳ୍ପ

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ସୁସମ୍ପର୍କ ରହିଆସିଛି । ଗତ ବର୍ଷଗୁଡିକରେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହୋଇଛି । ଦୁଇ ଦେଶ ମଧ୍ୟରେ ଦୀର୍ଘ ମିଆଦି ପାଓ୍ବାର ଟ୍ରେଡ ଏଗ୍ରିମେଣ୍ଟ ମଧ୍ୟ ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସୁଦୃଢତା ବଢାଇବା ପାଇଁ ଉଭୟ ଦେଶ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଗୁରୁବାର) ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଲୋଚନା ହୋଇଛି । ଆଲୋଚନା ପରେ ଉଭୟ ନେତା ମିଳିତ ପ୍ରେସ୍‌ମିଟକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ।

ମିଳିତ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହେବା ଉପରେ ଗୁରୁତ୍ବ ଦିଆଯାଇ ଆସୁଛି । କେବଳ ବାଣିଜ୍ୟ କି ଶକ୍ତି କ୍ଷେତ୍ରରେ ନୁହେଁ, ବରଂ ଉଭୟ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ଯୋଗାଯୋଗ ପାଇଁ ରେଳ ଲାଇନ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ଭାରତ-ନେପାଳ ମଧ୍ୟରେ ଧାର୍ମିକ ଓ ସଂସ୍କୃତିକ ସମ୍ପର୍କ ମଧ୍ୟ ବେଶ ପୁରୁଣା ଓ ସୁଦୃଢ ମଧ୍ୟ । ଏହାକୁ ଆହୁରି ନିବିଡ଼ କରିବା ପାଇଁ ଉଭୟ ଦେଶ ଏକାଧିକ କର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ରାମାୟଣ ଦୁଇ ଦେଶ ମଧ୍ୟରେ ଧାର୍ମିକ ଓ ସାସ୍କୃତିକ ମୁଲ୍ୟବୋଧକୁ ଆହୁରି ଅଧିକ କ୍ରିୟାଶୀଳ କରିଛି । ସାଂସ୍କୃତିକ ସମ୍ପର୍କର ସୁଦୁଢୀକରଣ ଲକ୍ଷ୍ୟରେ ରାମାୟଣ ସର୍କିଟ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଉଭୟ ଦେଶ କର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ନେପାଳ ଗସ୍ତ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସେ 2014ରେ ନେପାଳ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Rahul in US: କହିଲେ ଜାଣିଥିଲି ଫୋନ୍‌ ଟ୍ୟାପ ହେଉଛି, କହିଥିଲି ‘ହାଲୋ ମିଷ୍ଟର ମୋଦି ’

ଗତକାଲି (ବୁଧବାର) ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ନୂଆଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି ସ୍ବାଗତ କରିଥିଲେ । ଆଜି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.