ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଚାସନୱାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ(BAPS)ର ବରିଷ୍ଠ ସାଧୁ ଇଶ୍ବରଚରଣ ସ୍ବାମୀ ଓ ବ୍ରହ୍ମବିହାରୀ ସ୍ବାମୀଙ୍କୁ ଭେଟିଛନ୍ତି । COVID-10 ମହାମାରୀ ଓ ୟୁକ୍ରେନ ସଙ୍କଟ ସମୟରେ BAPS ପକ୍ଷରୁ କରାଯାଇଥିବା ରିଲିଫ ବଣ୍ଟନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
-
Met senior BAPS Sadhus, Ishwarcharan Swami and Brahmavihari Swami. Appreciated BAPS relief work in the time of COVID-19 and during the Ukraine crisis. Discussed the upcoming birth centenary celebrations of HH Pramukh Swami Maharaj Ji and recalled his rich contribution to society. pic.twitter.com/Y4se8vkwM3
— Narendra Modi (@narendramodi) April 16, 2022 " class="align-text-top noRightClick twitterSection" data="
">Met senior BAPS Sadhus, Ishwarcharan Swami and Brahmavihari Swami. Appreciated BAPS relief work in the time of COVID-19 and during the Ukraine crisis. Discussed the upcoming birth centenary celebrations of HH Pramukh Swami Maharaj Ji and recalled his rich contribution to society. pic.twitter.com/Y4se8vkwM3
— Narendra Modi (@narendramodi) April 16, 2022Met senior BAPS Sadhus, Ishwarcharan Swami and Brahmavihari Swami. Appreciated BAPS relief work in the time of COVID-19 and during the Ukraine crisis. Discussed the upcoming birth centenary celebrations of HH Pramukh Swami Maharaj Ji and recalled his rich contribution to society. pic.twitter.com/Y4se8vkwM3
— Narendra Modi (@narendramodi) April 16, 2022
ପ୍ରଧାନମନ୍ତ୍ରୀ ମୋଦି ଦୁଇ ସାଧୁଙ୍କୁ ଭେଟିବା ପରେ ଖୁସି ବ୍ୟକ୍ତ କରିବା ସହ ଏକ ଫଟୋ ସେୟାର କରିଛନ୍ତି । ଏଥିସହ ସଙ୍କଟ ସମୟରେ ସହାୟତା କାର୍ଯ୍ୟକୁ ପ୍ରଂଶସା କରିିଛନ୍ତି । ଏଥିସହ ଏଚଏଚ ପ୍ରମୁଖ ସ୍ବାମୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ବିଷୟରେ ଆଲୋଚନା ହୋଇଥିବା କହିବା ସହ ସମାଜ ପ୍ରତି ତାଙ୍କର ବିଶେଷ ଅବଦାନକୁ ସ୍ମରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏଚ୍ଏଚ୍ ପ୍ରମୁଖ ସ୍ବାମୀ ମହାରାଜ ଜୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ ବିଷୟରେ ଆଲୋଚନା କରିଛନ୍ତି । ଏହିସହ ସ୍ବାମୀ ମହାରାଜଙ୍କ ଦ୍ବାରା ଆଧ୍ୟାତ୍ମିକ ଚିନ୍ତା ସହ ସମାଜରେ ଆଧ୍ୟାତ୍ମିକ ଚିନ୍ତା ଚେତନାର ପ୍ରସାର ପାଇଁ କରିଥିବା ଅନେକ କାର୍ଯ୍ୟକ୍ରମକୁ ସ୍ମରଣ କରିଛନ୍ତି । ଆବୁଧାବିରେ ହେବାକୁ ଯାଉଥିବା BAPS ମନ୍ଦିର ଓ ବ୍ରାହ୍ମଣଙ୍କ ପାଇଁ ହେଉଥିବା କାର୍ଯ୍ୟ ପାଇଁ ସ୍ବାମୀଜୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଭୟ ସ୍ବାମୀ ଓ ପ୍ରଧାନମନ୍ତ୍ରୀ ମଧ୍ୟରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ଶେଷରେ ସମସ୍ତେ ବିଶ୍ବରେ ଭାରତୀୟଙ୍କ କଲ୍ୟାଣ ପାଇଁ ଭଗବାନ ସ୍ବାମୀନାରାୟଣ ଓ ମହନ୍ତ ସ୍ବାମୀ ମହାରାଜଙ୍କୁ ପ୍ରାର୍ଥନା କରିଥିଲେ ।