ETV Bharat / bharat

TIME Magazine List: ବିଶ୍ବର ୧୦୦ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦି-ମମତା

author img

By

Published : Sep 15, 2021, 10:45 PM IST

ଟାଇମ ପତ୍ରିକା (Time Magazine) ପକ୍ଷରୁ ଜାରି ୨୦୨୧ର ୧୦୦ ଜଣ ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ସ୍ଥାନ । ମମତା ଓ ପୁନାୱାଲା ମଧ୍ୟ ସାମିଲ । ଅଧିକ ପଢନ୍ତୁ...

TIME Magazine List: ବିଶ୍ବର ୧୦୦ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦି-ମମତା
TIME Magazine List: ବିଶ୍ବର ୧୦୦ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦି-ମମତା

ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପୁଣି ଥରେ ବାଜି ମାରିଛନ୍ତି ମୋଦି । ଟାଇମ ପତ୍ରିକା (Time Magazine) ପକ୍ଷରୁ ଜାରି ୨୦୨୧ର ୧୦୦ ଜଣ ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ସ୍ଥାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ମଧ୍ୟ ଟାଇମ ପ୍ରତିକାର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଲିଷ୍ଟରେ ସାମିଲ ଅଛନ୍ତି ।

ବୁଧବାର ୨୦୨୧ର ୧୦୦ ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାର୍ଷିକ ସୂଚୀ ଜାରି କରିଛି । ନେତାଙ୍କ ମଧ୍ୟରେ ବିଶ୍ବ ସୂଚୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ବ୍ରିଟିଶ ରାଜକୁମାର ପ୍ରନ୍ସ ହ୍ୟାରୀ ଓ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଲିଷ୍ଟରେ ସ୍ଥାନ ଦେଇଛି ଟାଇମ ପତ୍ରିକା ।

ଏହି ଲିଷ୍ଟରେ ଏକ ମାତ୍ର ଆତଙ୍କୀ ସଙ୍ଗଠନର ରାଜନୈତିକ ଚେହେରା ମୁଲ୍ଲା ଅବଦୁଲ ଘନି ବାରାଦରର ନାଁ ମଧ୍ୟ ରହିଛି । ଏହାସହ ଇନୋଭେଟର ଏଲନ ମସ୍କଙ୍କ ନାଁ ମଧ୍ୟ ଟାଇମ ପତ୍ରିକାରେ ସ୍ଥାନ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.