ETV Bharat / bharat

ସଙ୍କଟ ମୋଚକ ହେବକି ଭାରତ, ଆଜି ପୁଟିନଙ୍କ ସହ କଥା ହେବେ ମୋଦି!

author img

By

Published : Feb 24, 2022, 8:16 PM IST

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ରାତ୍ରିରେ ଉଭୟଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହେବା ନେଇ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

ସଙ୍କଟ ମୋଚକ ହେବକି ଭାରତ, ଆଜି ପୁଟିନଙ୍କ ସହ କଥା ହେବେ ମୋଦି!
ସଙ୍କଟ ମୋଚକ ହେବକି ଭାରତ, ଆଜି ପୁଟିନଙ୍କ ସହ କଥା ହେବେ ମୋଦି!

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିବା ବେଳେ ଋଷକୁ ଆକ୍ରମଣରୁ କ୍ଷାନ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଆଜି ୟୁକ୍ରେନ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଶାନ୍ତି ଆଲୋଚନା ପାଇଁ ନିବେଦନ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କ ସହ କଥା ହୋଇ ପାରନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନଥିବା ବେଳେ ଉଭୟ ରାଷ୍ଚ୍ରମୁଖ୍ୟଙ୍କ ମଧ୍ୟରେ ଆଜି ରାତିରେ ଟେଲିଫୋନିକ ବାର୍ତ୍ତାଳାପ ହେବା ନେଇ ସୂତ୍ରରୁ ସୂଚନା ରହିଛି ।

ଆଜି ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖା ଭାରତ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ ପାଇଁ ଆକୂଳ ନିବେଦନ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ ଭାରତ ପକ୍ଷରୁ ୟୁକ୍ରେନ ଦୃଢ ସ୍ବର ଆଶା କରୁଛି । ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ କଥା ହେଲେ କିଛି ସକରାତ୍ମକ ଫଳାଫଳ ଆସିପାରନ୍ତା ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲିଖା ନିବେଦନ କରିଥିଲେ ।

ତେବେ ଭାରତ ମଧ୍ୟ ଆକ୍ରମଣକୁ ଗମ୍ଭୀରତାର ସହ ନେଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଆଜି ଆଲୋଚନା କରିବାର ସୂଚନା ରହିଛି । ପୁଟିନ ଓ ମୋଦିଙ୍କ ମଧ୍ୟରେ ଭଲ ବନ୍ଧୁତା ରହି ଆସିଥିବା ବେଳେ ଉଭୟ ନେତାଙ୍କ ଆଲୋଚନା ଘଟଣାକୁ ଏକ ଭିନ୍ନ ମୋଡ ଦେଇପାରେ ବୋଲି ମଧ୍ୟ ସମଗ୍ର ବିଶ୍ବ ଆଶା ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.