ETV Bharat / bharat

ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି ଯୋଗ: ପ୍ରଧାନମନ୍ତ୍ରୀ

author img

By

Published : Jun 21, 2022, 9:30 AM IST

ଆଜି ବିଶ୍ବ ପାଳୁଛି ଯୋଗ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

International Yoga Day
International Yoga Day

ନୂଆଦିଲ୍ଲୀ: ଆଜି ବିଶ୍ବ ପାଳୁଛି ଯୋଗ ଦିବସ । 7 ବର୍ଷ ଯୋଗର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ଅନୁଭବ କରିଛନ୍ତି ବିଶ୍ବବାସୀ । ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣ ପାଳୁଛି ସାରାବିଶ୍ବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ମହୀଶୂର ପ୍ୟାଲେସରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଯୋଗ ଆଜି ବିଶ୍ବର ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ।" ଏହି କାର୍ଯ୍ୟକ୍ରମରେ ପ୍ରାୟ 15 ହାଜରରୁ ଲୋକ ସାମିଲ ହୋଇଛନ୍ତି ।

  • Karnataka | Prime Minister Narendra Modi arrives at Mysuru Palace Ground where he will perform Yoga, along with others, on #InternationalDayOfYoga

    Union Minister Sarbananda Sonowal, CM Basavaraj Bommai and others are also present here. pic.twitter.com/cfj84smyB6

    — ANI (@ANI) June 21, 2022 " class="align-text-top noRightClick twitterSection" data=" ">

ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ ଦିବସ ଅବସରରେ କର୍ଣ୍ଣାଟକ ସଂସ୍କୃତିକ ରାଜଧାନୀ, ଆଧ୍ୟତ୍ମିକ ଓ ଯୋଗର ଧରିତ୍ରୀ ମହୀଶୂରକୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବଶ୍ବ ସ୍ବାସ୍ଥ୍ୟକୁ ନୂଆ ବାଟ ଦେଖାଇଛି ଯୋଗ । ବୈଷୟିକ ସହଯୋଗର ପାରସ୍ପରିକ ଆଧାର ହୋଇଛି ଯୋଗ ।

ସମଗ୍ର ମାନବଜାତିକୁ ନିରୋଗ ରହିବାର ଉପାୟ ଦେଇଛି ଯୋଗ । ପୂର୍ବର ଯୋଗ କେବେଳ ଘରେ ଓ ଆଧ୍ୟାତ୍ମିକ କେନ୍ଦ୍ରରେ ଦେଖିବାକୁ ମିଳୁଥିଲା ମାତ୍ର ଆଜି ବିଶ୍ବର କୋଣ ଅନୁକୋଣରେ ଯୋଗକୁ ସ୍ବୀକୃତି ମିଳିଛି । ମହାମାରୀ କୋରୋନା କୋପରୁ ଯୋଗ ମୁକୁଳିବାର ବାଟ ଦେଖାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି, "ଯୋଗ ଏବେ ଏକ ପର୍ବ ହୋଇଛି । ଏହା କେବେଳ ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଚଳିତ ବର୍ଷ ଯୋଗ ଦିବସର ବିଷୟ ବସ୍ତୁ ରହିଛି ମାନବିକତା ପାଇଁ ଯୋଗ (Yoga for Humanity) ।" ଯୋଗର ଏହି ବାର୍ତ୍ତାକୁ ସମଗ୍ର ମାନବଜାତି ପାଖରେ ପହଞ୍ଚାଇଥିବାକୁ ଜାତିସଂଘ ଓ ସମଗ୍ର ଦେଶକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଯୋଗ ପାଇଁ ଋଷି, ମହର୍ଷି ଓ ଆଚାର୍ଯ୍ୟମାନେ କହିଛନ୍ତି ମଣିଷକୁ ଯୋଗ ଦ୍ବାରା ଶାନ୍ତି ମିଳିଥାଏ । କେବଳ ବ୍ୟକ୍ତିଗତ ଶାନ୍ତି ନୁହେଁ ଏହା ସମାଜକୁ ମଧ୍ୟ ଶାନ୍ତିର ବାର୍ତ୍ତା ଦିଏ । ବିଶ୍ବ ଜାତିକୁ ଯୋଗ ଦ୍ବାରା ଶାନ୍ତି ମିଳିଛି । ଯୋଗ ଦେଶକୁ ଯୋଡିଛି ଲୋକଙ୍କୁ ଯୋଡିଛି ଜୀବନରେ ସନ୍ତୁଳନ ଆଣିଛି ସମସ୍ୟାର ସମାଧାନ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ଦେଶର 75ଟି ସ୍ଥାନରେ ଯୋଗ ଦିବସ ପାଳନ ହୋଇଛି । ଏହି ଅବସରରେ ପରସ୍ପର ସହିତ ଯୋଡି ହୋଇଛନ୍ତି । ଯୋଗ ସମସ୍ତଙ୍କୁ ଏକାଠି କରିବାରେ ସଫଳ ହୋଇଛି । ଏହି ପରମ୍ପରା ବିଶ୍ବ ଦରବାରରେ ପହଞ୍ଚିଛି । ଆୟୁଷ ମନ୍ତ୍ରଣାଳୟ ଯୋଗ ସାର୍ଟଅପ୍‌ ଆରମ୍ଭ କରିଛି । ସୂର୍ଯ୍ୟୋଦୟ ସହିତ ସୂର୍ଯ୍ୟଙ୍କ ଗତି ସହ ତାଳ ଦେଇ ତାର ପ୍ରଥମ କିରଣ ସହ ଲୋକ ଯୋଗ କରୁଛନ୍ତି । ଏହା ଯୋଗର ଗାଡିୟନ ରିଙ୍ଗ ।

ଯୋଗ କେବେଳ ଜୀବନର ଅଂଶ ନୁହେଁ ଏହା ଜୀବନର ଶୈଳୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗର ଏହି ଅନନ୍ତ ଯାତ୍ରା ଜାରି ରହିବ । ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ବିଶ୍ବର କାମନା କରିଛନ୍ତି ପିଏମ ମୋଦି । ଯୋଗ ଦିବସ ଅବସରରେ ସସମ୍ତ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, କଙ୍ଗ୍ରା ଫର୍ଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର, ଲୋକସଭା ବାଚସ୍ପତି ଓମବିର୍ଲା, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗାଭ୍ୟାସ କରିଛନ୍ତି ।

ଜୀବନର ଅନ୍ୟନାମ ଯୋଗ । ଶାରୀରିକ, ମାନସିକ ଓ ଆଧାତ୍ମିକ ଅଭିବୃଦ୍ଧି ଯୋଗ ଦ୍ବାରା ହୋଇଥାଏ । ରୋଗର ମହୌଷଧି ଯୋଗ । ଶରୀର, ମନ ଓ ଆତ୍ମାକୁ ଗୋଟିଏ ସୁତ୍ରରେ ଯୋଡେ ଯୋଗ । ଆଜି ବିଶ୍ବ ପାଳୁଛି ଯୋଗ ଦିବସ । ପାଞ୍ଚ ହଜାର ବର୍ଷ ପ୍ରାଚୀନ ଏହି ଅଭ୍ୟାସ ଆଜି ସମଗ୍ର ବିଶ୍ବରେ ଆଦୃତ ପାଇଛି । ବିଶ୍ବର କୋଣ ଅନୁକୋଣରେ ଯୋଗକୁ ବ୍ୟାପକ ସୀକୃତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.