ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଭାରତ ଗସ୍ତ: ଆନ୍ଧ୍ରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

author img

By

Published : Nov 12, 2022, 12:35 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷିଣ ଭାରତ ଗସ୍ତ । ଆନ୍ଧ୍ରପ୍ରଦେଶରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଭାରତ ଗସ୍ତ: ଆନ୍ଧ୍ରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୋଦି

ଅମରାବତୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ ଭାରତ ଗସ୍ତରେ ଅଛନ୍ତି । ଆଜି ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଆସିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଥମେ ବିଶାଖାପାଟଣା ଠାରେ ONGCର ୟୁ ଫିଲ୍ଡ ଅନସୋର ଡିପ୍ ୱାଟର ବ୍ଲକ ପ୍ରୋଜେକ୍ଟ ଲୋକାର୍ପିତ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୨,୯୧୭ କୋଟି ଟଙ୍କା ବ୍ୟୟ ହୋଇଛି । ଏହି ପ୍ରକଳ୍ପ ସବୁଠୁ ଗଭୀରତମ ଗ୍ୟାସ ଉତ୍ତୋଳନକାରୀ ପ୍ରକଳ୍ପ(deepest gas discovery project) । ଏଥିରୁ ଦିନକୁ ପ୍ରାୟ ତିନି ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ଗ୍ୟାସ ଉତ୍ପାଦନ ହେବ ।

ଏହାପରେ ପ୍ରଧାନମନ୍ତ୍ରୀ ଆନ୍ଧ୍ର ୟୁନିଭରସିଟି ଇଞ୍ଜିନିୟରିଂ କଲେଜ ପଡିଆରୁ ଭର୍ଚୁଆଲରେ ୧୫,୨୩୩ କୋଟିର ୯ଟି ପ୍ରକଳ୍ପ ଲଞ୍ଚ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ(Chief Minister Y S Jagan Mohan Reddy), ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଜ୍ୟର ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଉପସ୍ଥିତ ରହିଥିଲେ । ମୋଦି ଆଜି ଶ୍ରୀକାକୁଲମ-ଗଜପତି କରିଡରର ଅଂଶବିଶେଷ ନରସନ ପେଟାରୁ ପାଥପାଟନମ ସେକ୍ସନର ୩୯ କିମି ଲମ୍ବ ଏନଏଚ ୩୨୬Aକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହାସହିତ ମୋଦି ଗ୍ରୀନ ଫିଲ୍ଡ ରାୟପୁର-ବିଶାଖାପାଟଣା ଇକୋନୋମିକ୍ କରିଡରର(Raipur- Visakhapatnam Economic Corridor) ଛଅ ଲେନ ୧୦୦ କିମି ଯୁକ୍ତ ଆନ୍ଧ୍ରପ୍ରଦେଶ ସେକ୍ସନର ଶିଳାନ୍ୟାସ କରିଛନ୍ତି । ୩,୭୭୮ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହେବ । ଏହି ଇକୋନୋମିକ କରିଡର ଛତିଶଗଡ ଶିଳ୍ପାଞ୍ଚଳ ଓ ଓଡିଶାରୁ ବିଶାଖାପାଟଣା ବନ୍ଦର ଏବଂ ଚେନ୍ନାଇ କୋଲକାତା ଜାତୀୟ ରାଜପଥରେ ଯୋଗାଯୋଗକୁ ଦ୍ରୁତ କରିବ । ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ: ତାମିଲନାଡ଼ୁରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ୨ ଦିନରେ କରିବେ ୪ ଦକ୍ଷିଣ ରାଜ୍ୟ ଗସ୍ତ

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ବିଶାଖାପାଟଣାରେ କନଭେଣ୍ଟ ଜଙ୍କସନରୁ ଶିଲାନଗର ଜଙ୍କସନ ବନ୍ଦର ରୋଡର ଶିଳାନ୍ୟାସ କରିଛନ୍ତି । ୫୬୬ କୋଟିର ଏହି ପ୍ରକଳ୍ପ ସହରରେ ପରିବହନ ଜନିତ ଭିଡକୁ କମାଇବା ସହ ବିଶାଖାପାଟଣା ପୋର୍ଟ ଟ୍ରାଫିକ ପାଇଁ ପରିବହନ କରିଡର ଭାବେ କାର୍ଯ୍ୟ କରିବ । ସେ GAILର ୭୫୪ କିଲୋମିଟର ଶ୍ରୀକାକୁଲମ ଅଙ୍ଗୁଲ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ ବିଶାଖାପାଟଣା ମାଛଧରା ବନ୍ଦରର ଆଧୁନିକରଣ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.