ETV Bharat / bharat

LBSNAAର ଫାଉଣ୍ଡେସନ ସମାରୋହରେ ମୋଦି, କହିଲେ ଫାଇଲ ଏବଂ ଫିଲ୍ଡ ମଧ୍ୟରେ ପାର୍ଥକ୍ୟକୁ ବୁଝନ୍ତୁ

author img

By

Published : Mar 17, 2022, 4:51 PM IST

Updated : Mar 17, 2022, 7:44 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) Mussoorie ମଶୁରୀର ଲାଲା ବାହାଦୂର ଶାସ୍ତ୍ରୀ ଜାତୀୟ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA)ର 96 ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଭାଲେଡିକ୍ଟୋରୀ ସମାରୋହରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

PM Modi
PM Modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) Mussoorie ମଶୁରୀର ଲାଲା ବାହାଦୂର ଶାସ୍ତ୍ରୀ ଜାତୀୟ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA)ର 96 ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଭାଲେଡିକ୍ଟୋରୀ ସମାରୋହରେ ଯୋଗ ଦେଇଛନ୍ତି । ଭିସି ଜରିଆରେ ସାମିଲ ହୋଇଛନ୍ତି ମୋଦି । କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଆତ୍ମନିର୍ଭର ଭାରତ ଉପରେ ମତ ରଖିଛନ୍ତି । ଆଧୁନିକ ଭାରତ ଗଠନ ଆମ ସମସ୍ତଙ୍କ ମନରେ ରହିବା ଦରକାର ବୋଲି କହିଛନ୍ତି ମୋଦି । ତେବେ ଏହି ଅବସରରେ ମୋଦି ଟ୍ରେନି ପ୍ରଶାସନିକ ଅଧିକାରୀମାନଙ୍କୁ ମନ୍ତ୍ର ଦେଇଥିଲେ ।

ସେ ଆହୁରି କହିଛନ୍ତି ଯେତେବେଳେ ଆପଣ ନିଷ୍ପତ୍ତି ନିଅନ୍ତି ଅତୀତରେ ଘଟିଥିବା ଘଟଣାର ମୂଳ କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଏହାର କାରଣକୁ ବୁଝନ୍ତୁ। କଦାପି ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ। ଚ୍ୟାଲେଞ୍ଜ ଗ୍ରହଣ କରନ୍ତୁ । ନିଜକୁ ସର୍ବଦା କମ୍ଫଟ ଜୋନରେ ରଖନ୍ତୁ ।

ଧାଡିରେ ଠିଆ ହୋଇଥିବା ଶେଷ ବ୍ୟକ୍ତିଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନିଅନ୍ତୁ । ଫାଇଲ୍ ଏବଂ ଫିଲ୍ଡ ମଧ୍ୟରେ ପାର୍ଥକ୍ୟକୁ ବୁଝନ୍ତୁ । ଆପଣଙ୍କୁ କାମ କରିବାକୁ ପଡିବ। ନୂତନ ବିଶ୍ବା କ୍ରମରେ, ଆମେ ଆମର ଭୂମିକା ବୃଦ୍ଧି କରିବା ଆବଶ୍ୟକ । ଆଗାମୀ ବର୍ଷରେ ଆପଣ ଏକ ଜିଲ୍ଲା କିମ୍ବା ଅନେକ ସରକାରୀ ବିଭାଗ ପରିଚାଳନା କରିବେ ତେଣୁ ଆତ୍ମ ନିର୍ଭରଭାରତ ଏବଂ ଆଧୁନିକ ଭାରତର ଲକ୍ଷ୍ୟ ସର୍ବଦା ଆପଣଙ୍କ ମନରେ ରହିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଭବିଷ୍ୟତ ପିଢୀ ପାଇଁ LBSNAA ରେ କୃତ୍ରିମ ଇଣ୍ଟେଲିଜେନ୍ସ ଏବଂ ଡାଟା ଗଭର୍ନାନ୍ସ ଉପରେ ଆମକୁ ପାଠ୍ୟକ୍ରମ ଯୋଡିବାକୁ ପଡିବ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ କ୍ରୀଡା କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି । ନବୀକରଣ ହୋଇଥିବା ହାପି ଭ୍ୟାଲି କମ୍ପ୍ଲେକ୍ସକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ।

@ANI

Last Updated : Mar 17, 2022, 7:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.