ETV Bharat / bharat

PMO ଅଧିକାରୀଙ୍କ ସହ ମୋଦିଙ୍କ ଦୀପାବଳି ମିଳନ

author img

By

Published : Nov 13, 2021, 7:09 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ‘ଦୀପାବଳି ମିଳନ’ ଅବସରରେ ପିଏମଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...

PM Modi
PM Modi

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ‘ଦୀପାବଳି ମିଳନ’ ଅବସରରେ ପିଏମଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୋଦି ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମହାମାରୀ ବିରୋଧରେ ଦେଶର ଲଢେଇ ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଏହି ଅଦୃଶ୍ୟ ଶତ୍ରୁ ସହିତ ଲଢିବାରେ ଦେଶ କିପରି ଏକଜୁଟ ଏବଂ ଭାଇଚାରା ପ୍ରଦର୍ଶନ କରିଛି ତାହା ଅଧିକାରୀଙ୍କ ସହ ବର୍ଣ୍ଣନା କରିଥିଲେ ମୋଦି । ମହାମାରୀର ଫଳ ସ୍ବରୂପ ସମାଜ ତଥା ଶାସନରେ ଆସିଥିବା ସକରାତ୍ମକ ପରିବର୍ତ୍ତନ ବିଷୟରେ ମଧ୍ୟ ଆଲୋଚନା କରି କହିଛନ୍ତି ଯେ ଏହି ପରିବର୍ତ୍ତନଗୁଡିକ ସମାଜକୁ ଅଧିକ ସୁଦୃଢ କରିପାରିଛି ।

ଲୋକ, ପ୍ରକ୍ରିୟା ଏବଂ ଅନୁଷ୍ଠାନ ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନାକୁ ହୃଦୟଙ୍ଗମ କରିବା ପାଇଁ କେତେ କଷ୍ଟଦାୟକ ସମୟ ପ୍ରଧାନମନ୍ତ୍ରୀ ତାହା ଦର୍ଶାଇଛନ୍ତି । ସେ ଏହି ସମସ୍ତ ଘଟଣାରୁ ପ୍ରେରଣା ନେବାକୁ ପିଏମଓ ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ । ଏହାବାଦ ଆଗାମୀ 30 ବର୍ଷ ପାଇଁ ଦେଶକୁ ଏକ ସୁଦୃଢ ସ୍ଥିତିକୁ ନେବା ପାଇଁ ଯେଉଁ ସମସ୍ତ କାର୍ଯ୍ୟକ୍ରମ ଚାଲିଛି, ତାହାକୁ ସମସ୍ତ ଅଧିକାରୀ ନିଷ୍ଠାର ସହ କରିବା ପାଇଁ ମୋଦି ପରାମର୍ଶ ଦେଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.