ETV Bharat / bharat

PM Modi in Germany: ଜରୁରୀ ପରିସ୍ଥିତି ଭାରତୀୟ ଇତିହାସ ଓ ଗଣତନ୍ତ୍ର ପାଇଁ କଳାଦାଗ

ଜର୍ମାନୀରେ ପ୍ରଧାନମନ୍ତ୍ରୀ ମୋଦି । ମୁନିଚରେ ପ୍ରବାସୀ ଭାରତୀୟ ସମୁଦାୟକୁ କଲେ ସମ୍ବୋଧିତ । 1975 ରେ ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣାକୁ କହିଲେ ଗଣତନ୍ତ୍ରରେ କଳା ଦାଗ । ଜି-7 ସମ୍ମିଳନୀ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

PM Modi in Germany: ଜରୁରୀ ପରିସ୍ଥିତି ଭାରତୀୟ ଇତିହାସ ଓ ଗଣତନ୍ତ୍ର ପାଇଁ କଳାଦାଗ
PM Modi in Germany: ଜରୁରୀ ପରିସ୍ଥିତି ଭାରତୀୟ ଇତିହାସ ଓ ଗଣତନ୍ତ୍ର ପାଇଁ କଳାଦାଗ
author img

By

Published : Jun 26, 2022, 10:44 PM IST

ବର୍ଲିନ: ଜର୍ମାନୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ମୁନିଚରେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଛନ୍ତି । ନିଜ ସମ୍ବୋଧନରେ ମୋଦି ଭାରତୀୟ ଗଣତନ୍ତ୍ରରେ ଏମରଜେନ୍ସି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି 26 ଜୁନ । ଆଜିକୁ 47 ବର୍ଷ ପୂର୍ବେ ଭାରତରେ ଜାରି ହୋଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ଅଧିକାର ଓ ଭାରତୀୟ ଗଣତନ୍ତ୍ରକୁ ଚୂର୍ଣ୍ଣ କରିଥିଲା । ଭାରତୀୟ ଇତିହାସ ଓ ଗଣତନ୍ତ୍ରରେ ଜରୁରୀ ସ୍ଥିତି ଏକ କଳାଦାଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦୁଇ ଦିନିଆ ଜର୍ମାନୀ ଗସ୍ତରେ ବାହାରିଥିବା ପ୍ରଧାନମନ୍ତ୍ରୀ ଆଜି ମୁନିଚରେ ପହଞ୍ଚିଛନ୍ତି । ଜି-7 ସମ୍ମିଳନୀ (G7 summit) ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ଶକ୍ତି ଖାଦ୍ୟ ସୁରକ୍ଷା, ଆତଙ୍କବାଦ ନିରୋଧ, ପରିବେଶ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ । ଆଜି ସକାଳେ ମୋଦି ମୁନିଚରେ ପହଞ୍ଚିଥିଲେ । ସଂଧ୍ୟାରେ ସେ ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧନ ମଧ୍ୟ କରିଛନ୍ତି । 1975 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶବ୍ୟାପୀ ଜାରି କରିଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତିକୁ ଗଣତନ୍ତ୍ରରେ ଏକ କଳାଦିନ ବୋଲି ମୋଦି ତାଙ୍କ ସମ୍ବୋଧନରେ କହିଥିଲେ ।

ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କ ନିମନ୍ତ୍ରଣ କ୍ରମେ ଜୁନ 26 ଏବଂ 27 ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ଥରର ଆୟୋଜନ ଭାର ସମ୍ଭାଳିଛି ଜର୍ମାନୀ । ଚଳିତ ସଂସ୍କରଣରେ ୟୁକ୍ରେନ ସଙ୍କଟ ଓ ବିଶ୍ବ ଖାଦ୍ୟ ଏବଂ ଶକ୍ତି ସଙ୍କଟ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ସମ୍ମିଳନୀରେ ଆଲୋଚନା ପାଇଁ ଯୋଗ୍ୟ ବିବେଚିତ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.