ETV Bharat / bharat

କୋରୋନା ମୁକାବିଲା, 9 ରାଜ୍ୟର ଜିଲ୍ଲା ପ୍ରତିନିଧିଙ୍କ ସହ କଥା ହେଲେ ମୋଦି

author img

By

Published : May 18, 2021, 3:17 PM IST

ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର 9 ରାଜ୍ୟ ସହିତ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

କଣ୍ଟେନମେଣ୍ଟ ଜୋନ, ଟେଷ୍ଟିଂ, ସଠିକ ସୂଚନା କୋରୋନା ଯୁଦ୍ଧର ମୁଖ୍ୟ ଅସ୍ତ୍ର: ମୋଦି

ନୂଆଦିଲ୍ଲୀ: କୋଭିଡ ପରିଚାଳାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟ ଓ ଜିଲ୍ଲା ସ୍ତରର ଅଧିକାରୀଙ୍କ ସହିତ ବୈଠକ ଶେଷ ହୋଇଛି । ଏହି ଆଲୋଚନା ସମୟରେ ସ୍ଥାନୀୟ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ, ଟେଷ୍ଟିଂ ଓ ଲୋକମାନଙ୍କୁ ସଠିକ ଓ ସମ୍ପୂର୍ଣ୍ଣ ସୂଚନା ମହାମାରୀ ବିରୋଧରେ ଆମର ଅସ୍ତ୍ର ବୋଲି କହିଛନ୍ତି ମୋଦି ।

ଏହି ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟ ଓ ଜିଲ୍ଲାସ୍ତରରେ କୋରୋନା ମହାମାରୀ ବିରୋଧରେ ବଡ ଭୂମିକା ଗ୍ରହଣ କରୁଛନ୍ତି ବୋଲି ମୋଦି କହିଛନ୍ତି । ରାଜ୍ୟ ଓ ଜିଲ୍ଲା ଅଧିକାରୀମାନେ ତୃଣମୂଳ ସ୍ତରରେ କମାଣ୍ଡର ଭାବେ କୋରୋନା ମହାମାରୀର ପରିଚାଳନା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତ ଥର କୃଷିକ୍ଷେତ୍ରରେ ସରକାର କୌଣସି କଟକଣା ଲଗାଇନଥିଲେ କିନ୍ତୁ ଚାଷୀମାନେ ସାମାଜିକ ଦୂରତା ବଜାୟ ରଖି ନିଜର କାର୍ଯ୍ୟ କରିଛନ୍ତି । ତେବେ ଏହା ଗ୍ରାମବାସୀଙ୍କ ବଳ ବୋଲି ମୋଦି କହିଛନ୍ତି ।

ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି । ତେବେ ସଂକ୍ରମଣ କମୁଥିବାରୁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ଆମେ ସମସ୍ତେ ସଂକ୍ରମଣ ଠାରୁ ଦୂରେଇ ରହି ସତର୍କ ରହିଲେ ଏହା ପ୍ରତ୍ୟେକ ଜୀବନକୁ ବଞ୍ଚାଇପାରିବ ବୋଲି ମୋଦି କହିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ରାଜ୍ୟ ଓ ଜିଲ୍ଲା ସ୍ତରରେ କରିଥିବା ବୈଠକରେ କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡିଗଡ, ତାମିଲନାଡୁ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୋଆ, ହିମାଚଳପ୍ରଦେଶ ଓ ଦିଲ୍ଲୀର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଏହି ରାଜ୍ୟର ଅଧିକାରୀମାନେ ନିଜ ଅଞ୍ଚଳରେ ମହାମାରୀ ବିରୋଧରେ ଗ୍ରହଣ କରିଥିବା ବିଭିନ୍ନ ନିୟମ ଓ ପଦକ୍ଷେପ ସମ୍ପର୍କରେ ମୋଦିଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାସ୍ତରର ଅଧିକାରୀମାନେ ଭିନ୍ନ ପଦକ୍ଷେପ ଗ୍ରହଣ କରି ସଫଳତା ମଧ୍ୟ ପାଇଛନ୍ତି । ଏ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.