ETV Bharat / bharat

ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୁଜ୍', ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Nov 6, 2021, 10:47 AM IST

ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୁଜ୍' । ଭାଇକୁ ଯମଦୋଷରୁ ମୁକ୍ତି ପାଇଁ ଆଜିର ଦିନରେ ଯମରାଜଙ୍କୁ ପୂଜା କରିଥାଏ ଭଉଣୀ । ଅଧିକ ପଢନ୍ତୁ...

ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୁଜ୍' , ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର 'ଭାଇ ଦୁଜ୍' ପର୍ବ । ଭାଇ-ଭଉଣୀଙ୍କ ସ୍ନେହର ପର୍ବ 'ଭାଇ ଦୁଜ୍' । ଏହାକୁ ଭାଇ ଦ୍ବିତୀୟା ମଧ୍ୟ କୁହାଯାଏ । ଏହି ଦିନରେ ଭଉଣୀ ଭାଇର ଶୁଭ ମନାସିବା ସହ ଦିର୍ଘାୟୁ କାମନା କରି ପୂଜା କରିଥାନ୍ତି । ଏହି ପର୍ବ ଦୀପାବଳିର ଦୁଇ ଦିନ ପରେ କାର୍ତ୍ତିକ ଶୁକ୍ଳ ପକ୍ଷର ଦ୍ୱିତୀୟ ତିଥିରେ ପାଳନ କରାଯାଇଥାଏ ।

  • सभी देशवासियों को भाई दूज की ढेरों शुभकामनाएं।

    Best wishes to everyone on the auspicious occasion of Bhai Dooj.

    — Narendra Modi (@narendramodi) November 6, 2021 " class="align-text-top noRightClick twitterSection" data=" ">

ଭାଇକୁ ଯମଦୋଷରୁ ମୁକ୍ତି ପାଇଁ ଆଜିର ଦିନରେ ଯମରାଜଙ୍କୁ ପୂଜା କରିଥାଏ ଭଉଣୀ । ଏହିଦିନ ଭାଇ ଭଉଣୀ ଘରକୁ ଯାଇ ଭୋଜନ କରିବା ଦ୍ବାରା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ । ଏହି ଦିନ ଭଉଣୀ ମାନେ ନିଜ ଭାଇର ଦୀର୍ଘ ଜୀବନ କାମନା କରିଥାନ୍ତି । ଏହାସହ ସାରା ଜୀବନ ଖୁସିରେ ରଖିବା ପାଇଁ ପ୍ରାର୍ଥନା କରନ୍ତି । ତେବେ ଭଉଣୀର ନିଷ୍ଠାପର ପୂଜା ପରେ ଭାଇ ଭଉଣୀକୁ ସୁନ୍ଦର ଉପହାର ମଧ୍ୟ ଦେଇଥାନ୍ତି । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ''ସମସ୍ତଙ୍କୁ ପବିତ୍ର ଭାଇ ଦୁଜର ଶୁଭେଚ୍ଛା ଓ ଅଭିନନ୍ଦନ'' ବୋଲି ଟ୍ବିଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।

ପୌରାଣିକ ତଥ୍ୟ ଅନୁଯାୟୀ ଯମଦେବତା ନିଜ ଭଉଣୀ ଯମୁନାକୁ ଭେଟିବା ପାଇଁ ମର୍ତ୍ତ୍ୟଲୋକକୁ ଆସନ୍ତି । ଏଣୁ ଭାଇମାନଙ୍କ ସହ ଭଉଣୀମାନେ ମିଳିତ ଭାବେ ଯମୁନା ସ୍ନାନ କରନ୍ତି । ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ବର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.