ETV Bharat / bharat

ସଂସଦରେ ରାଗିଲେ ମୋଦି; କହିଲେ ଦାଦା ଏବେ ବହୁତ ଅଧିକ ହେଇଯାଉଛି...

author img

By

Published : Feb 10, 2021, 7:32 PM IST

ସଂସଦରେ ସମ୍ବୋଧନ ସମୟରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ରାଗିଗଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଉପରେ ରାଗି କହିଲେ ଦାଦା ଏବେ ବହୁତ ଅଧିକ ହେଇଯାଉଛି । ଅଧିକ ପଢନ୍ତୁ...

ସଂସଦରେ ରାଗିଗଲେ ମୋଦି; କହିଲେ, ଦାଦା ଏବେ ବହୁତ ଅଧିକ ହେଇଯାଉଛି...

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମୟରେ ସ୍ଥିତି କିଛି ସରଗରମ ରହିଥିବା ଦେଖିବାକୁ ମିଳିଛି । କୃଷି ଆଇନ ଉପରେ ଯେତେବେଳେ କହିବା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ, ସେତେବେଳେ ଆରମ୍ଭ ହୋଇଯାଇଥିଲା ବିରୋଧୀଙ୍କ ଜୋରରଦାର ହଙ୍ଗାମା । ଆଉ ଏହା ଉପରେ ଆରମ୍ଭ ନାରାଜ ହୋଇଗଲେ ପ୍ରଧାନମନ୍ତ୍ରୀ ।

ଗୋଟିଏ ପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ଅନ୍ୟପକ୍ଷେ କଂଗ୍ରେସ ନେତାଙ୍କ ଆରମ୍ଭ ହୋଇଥିଲା ହଟ୍ଟଗୋଳ । କଂଗ୍ରେସ ସାଂସଦମାନେ ଜୋରଦାର ହଙ୍ଗାମା କରିବା ସହ ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ।

ସେପଟେ ପ୍ରଧାନମନ୍ତ୍ରୀ କହିଥିଲେ ଆନ୍ଦୋଳନ କରୁଥିବା ସମସ୍ତ ଚାଷୀ ଭାଇଙ୍କ ସଂସଦ ଓ ସରକାର ଉଭୟ ଆଦର କରନ୍ତି । ଏନେଇ ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରୟାସ କରୁଛନ୍ତି ସରକାର । ଏହାରି ମଧ୍ୟରେ କ୍ରମାଗତ ବଢିଚାଲିଥିଲା ହଙ୍ଗାମା ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଜାଣିଶୁଣି ଏହି ରଣନୀତି ଆଧାରରେ ହୋ ହାଲ୍ଲା କରାଯାଉଛି । ଆଇନର ପ୍ରତିଟି ବିନ୍ଦୁ ଉପରେ ଚର୍ଚ୍ଚା କରାଯାଇଥିଲା । ଯେଉଁ ହଙ୍ଗାମା ବାହାରେ ଚାଲିଛି, ତାହା ସଂସଦରେ ମଧ୍ୟ ଜାରି ରହିଛି ବୋଲି କହିଥିଲେ ମୋଦି । ସେ ଆହୁରି ମଧ୍ୟ କହିଥିଲେ, ସତ୍ୟକୁ ଅଟକାଇବାକୁ ଲୋକେ ହୋ ହାଲ୍ଲା କରୁଛନ୍ତି । ଏମାନଙ୍କ ମିଥ୍ୟା ଓ ଗୁଜବର ପର୍ଦ୍ଦାଫାସ ହେବା ନେଇ ଭୟ ରହିଛି । ହେଲେ ଏଥିରେ ଏହି ଲୋକମାନେ କାହାରି ବିଶ୍ବାସ ଜିତିପାରିବେ ନାହିଁ ।

ସମ୍ବୋଧନ ମଧ୍ୟରେ ବିରୋଧୀଙ୍କ ପକ୍ଷରୁ ବାରମ୍ବାର ହଙ୍ଗାମା କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ସ୍ଥିତି ଏମିତି ଉପୁଜିଲା ଯେ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ବରରେ କହିବାକୁ ପଡିଲା । ଅଚାନକ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଉପରେ ରାଗିଗଲେ ପ୍ରଧାନମନ୍ତ୍ରୀ ଆଉ କହିଲେ, ଅଧିର ରଞ୍ଜନ ଜୀ ଏବେ ବହୁତ ଅଧିକ ହୋଇଯାଉଛି । ଏହାପରେ କିଛି କଂଗ୍ରେସ ସାଂସଦ ଗୃହତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.