ETV Bharat / bharat

ଏକକାଳୀନ 9 ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 24, 2023, 5:33 PM IST

Updated : Sep 24, 2023, 5:43 PM IST

ଭାରତୀୟ ରେଳସେବାରେ ଯୋଡିହେଲା ଆଉ 9ଟି ବନ୍ଦେ ଭାରତ ଏକ୍ସପ୍ରେସ । ଭର୍ଚ୍ଚୁଆଲି ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଏକାକାଳୀନ 9 ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଆଜି ଯୋଡି ହେଲା ଆଉ 9ଟି ସର୍ବାଧିକ ଅତ୍ୟାଧୁନିକ ସେମିସ୍ପିଡ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲି ଏହି 9ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଦେଶର ବିଭିନ୍ନ ପ୍ରମୁଖ ସହର ମଧ୍ୟରେ 25ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲି ସାରିଥିବା ବେଳେ ଆଜି ଏକକାଳୀନ ଆଉ 9ଟି ବନ୍ଦେ ଭାରତ ଏକ୍ସପ୍ରେସ’ ଏହି କ୍ରମରେ ଯୋଡି ହୋଇଛି । ଏହି 9ଟି ନୂତନ ଟ୍ରେନ୍ 11ଟି ରାଜ୍ୟର ପ୍ରମୁଖ ସହର ଗୁଡିକୁ ସଂଯୋଗ କରିବ । ଏହି ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡିଶା, ଝାଡଖଣ୍ଡ ଏବଂ ଗୁଜୁରାଟର ରହିଛି ।

  • Nine Vande Bharat Express trains being launched today will significantly improve connectivity as well as boost tourism across India. https://t.co/btK05Zm2zC

    — Narendra Modi (@narendramodi) September 24, 2023 " class="align-text-top noRightClick twitterSection" data=" ">

ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ନୂତନ ବନ୍ଦେ ଭାରତ ଟ୍ରେନ ଗୁଡିକ ଉଦୟପୁର-ଜୟପୁର, ତିରୁନେଲଭେଲି-ମଦୁରାଇ-ଚେନ୍ନାଇ, ହାଇଦ୍ରାବାଦ-ବେଙ୍ଗାଲୁରୁ, ବିଜୟୱାଡା-ଚେନ୍ନାଇ (ରେଣିଗୁଣ୍ଠା ଭାୟା), ପାଟନା-ହାୱଡା, କେରଳର କାସାରାଗୋଡ୍-ଥିରୁଅନନ୍ତପୁରମ୍, ଓଡିଶାର ରାଉରକେଲା-ଭୁବନେଶ୍ୱର-ପୁରୀ, ରାଞ୍ଚି-ହାଓ୍ବଡା ଏବଂ ଗୁଜୁରାଟର ଜାମନଗର-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ ।

ଏହି ଅବସରରେ କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ଯେ, ଏହା ପୂର୍ବରୁ ଭାରତୀୟ ରେଳବାଇର ଆଧୁନିକୀକରଣ ପ୍ରତି ଅଧିକ ଧ୍ୟାନ ଦିଆଯାଇନଥିଲା । ରେଳ ଯୋଗାଯୋଗ କ୍ଷେତ୍ରରେ ବଡ ପରିବର୍ତ୍ତନ କରିବାକୁ ତଙ୍କ ସରକାର କାର୍ଯ୍ୟ ଜାରି ରଖିଛି ଓ ପ୍ରତିଶୃତିବଦ୍ଧ ମଧ୍ୟ । 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଯୋଗାଯୋଗ ଭିତ୍ତିଭୂମିରେ ବିକାଶ ଜାରି ରହିଛି । ଏହି ବନ୍ଦେ ଭାରତ ଟ୍ରେନର ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ଶୁଭାରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଏଥିରେ 1,11,00,000 ରୁ ଅଧିକ ଯାତ୍ରୀ ଯାତ୍ରା କରିସାରିଛନ୍ତି । ପୂର୍ବରୁ 25ଟି ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ ହୋଇସାରିଥିଲା । ଏବେ ଆଉ 9ଟି ଟ୍ରେନ 11 ରାଜ୍ୟର ବିଭିନ୍ନ ସହରକୁ ସଂଯୋଗ କରିବ ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ ଗଡିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମ ଅବସରରେ ଦେଶର ଅନ୍ୟାନ୍ୟ ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି । କହିଛନ୍ତି ନୂତନ ଭାରତର ସଫଳତା ପାଇଁ ସମସ୍ତ ଭାରତୀୟ ଏବେ ଗର୍ବିତ । ଭାରତର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ ର ସଫଳତା ସହ ସାଧାରଣ ଦେଶବାସୀଙ୍କ ଆଶା ମଧ୍ୟ ମହାକାଶରେ ପହଞ୍ଚିଛି । ଜି-20 ଶିଖର ସମ୍ମିଳନୀର ସଫଳତାପୂର୍ଣ୍ଣ ଆୟୋଜନ ଦେଶବାସୀଙ୍କ ଆତ୍ମବିଶ୍ୱାସ ବଢାଇଛି । ଏହା ଭାରତରେ ଗଣତନ୍ତ୍ର, ଜନସଂଖ୍ୟା ଏବଂ ବିବିଧତାର ଶକ୍ତି ପ୍ରଦର୍ଶିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 24, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.