ETV Bharat / bharat

ଦେଶର ଭବିଷ୍ୟତ ଗଢିବାରେ କେନ୍ଦ୍ରୀୟ ବିଦ୍ୟାଳୟର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା: ମୋଦି

author img

By ETV Bharat Odisha Team

Published : Dec 15, 2023, 7:49 PM IST

Kendriya Vidyalaya Diamond jubilee: ଡାଏମଣ୍ଡ ଜୁବୁଲି ପାଳିଲା କେନ୍ଦ୍ରୀୟ ବିଦ୍ୟାଳୟ । ସୋସିଆଲ ମିଡିଆ ପୋଷ୍ଟରେ ଶିକ୍ଷାନୁଷ୍ଠାନର ଅବଦାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Narendra Modi
PM Narendra Modi

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ୬୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡାଏମଣ୍ଡ ଜୁବୁଲି ପାଳନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷାନୁଷ୍ଠାନର ଛାତ୍ର, କର୍ମଚାରୀ, ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶିକ୍ଷାନୁଷ୍ଠାନ ଦେଶର ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୋଦି କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ X ସାଇଟରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

  • Greetings to all students, staff, supporting staff and alumni of the Kendriya Vidyalaya family on their Diamond Jubilee! It is an occasion to celebrate and admire the remarkable achievements of this esteemed educational community. Over the years, Kendriya Vidyalayas have played a…

    — Narendra Modi (@narendramodi) December 15, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରୀୟ ବିଦ୍ୟାଳୟର ଏହି ଦୀର୍ଘ ବର୍ଷର ଯାତ୍ରା ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "କେନ୍ଦ୍ରୀୟ ବିଦ୍ୟାଳୟ ତାର ଡାଏମଣ୍ଡ ଜୁବୁଲି ପାଳନ କରୁଥିବା ବେଳେ ଏହାର ଛାତ୍ରଛାତ୍ରୀ, କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଅପୂର୍ବ ସଫଳତାକୁ ସେଲିବ୍ରେଟ କରିବାର ସମୟ ଆସିଛି ।" ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନ ଅନେକ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ଲାଗି ସାହାଯ୍ୟ କରିଛି । ଫଳରେ ଛାତ୍ରଛାତ୍ରୀ କ୍ୟାରିଅର ଓ ଭବିଷ୍ୟତରେ ମଧ୍ୟ ବିକାଶ ଘଟିଛି ।

ଏହା ବି ପଢନ୍ତୁ- 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି, ଓଡିଶା ଭାଗରେ 4

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ବର୍ଷ ପରେ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଦେଶର ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହାଦ୍ବାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ବିକାଶ ଘଟିଛି ।" ସୂଚନା ଥାଉ କି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ହେଉଛି କେନ୍ଦ୍ର ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ । ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ରହିଛି ।

ଏହା ବି ପଢନ୍ତୁ- ପିଏମଶ୍ରୀ ତାଲିକାରେ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ: ବଦଳିବ ରୂପରେଖ, ଶିକ୍ଷାରେ ଆସିବ ସଂସ୍କାର

ଏକ ତଥ୍ୟ ଅନୁସାରେ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଭାରତରେ ୧୨୫୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ନେପାଳର କାଠମାଣ୍ଡୁ, ଋଷିଆର ରାଜଧାନୀ ମସ୍କୋ ଓ ଇରାନର ତେହରାନରେ ରହିଛି । ବିଶ୍ବରେ ଏହି ଶିକ୍ଷାନୁଷ୍ଠାନ ଅନେକ ସ୍ଥାନରେ ରହିଥିବା ବେଳେ ଭାରତରେ ମଧ୍ୟ ଏହାର ସଂଖ୍ୟା ଅଧିକ । କେନ୍ଦ୍ରୀୟ ବିଦ୍ୟାଳୟ ଏକ ଅଣ ଲାଭକାରୀ ଅନୁଷ୍ଠାନ ହୋଇଥିବା ବେଳେ କେନ୍ଦ୍ରୀୟ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଦ୍ବାରା ପରିଚାଳିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.