ETV Bharat / bharat

ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର କଲେ 3 କୃଷି ଆଇନ

author img

By

Published : Nov 19, 2021, 9:22 AM IST

Updated : Nov 19, 2021, 1:06 PM IST

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, 3 କୃଷି ଆଇନ ପ୍ରତ୍ୟାହାର । କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରି ନେବାକୁ କୃଷକ ସଂଗଠନକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

କୃଷି ଆଇନ ପ୍ରତ୍ୟାହାର
କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ଗୁରୁ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କୃଷକଙ୍କ ଆଗରେ ମୁଣ୍ଡ ନୁଆଇଁଲେ ସରକାର । ଶେଷରେ 3ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘଦିନର ଆନ୍ଦୋଳନ ପରେ ହଟିଛି 3 କୃଷି ଆଇନ । ଖୁବଶୀଘ୍ର ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମୋଦି । କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରି ନେବାକୁ କୃଷକ ସଂଗଠନକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ସମସ୍ତଙ୍କ ସହ ଆଲୋଚନା କରି ୩ଟି ନୂଆ କୃଷି ଆଇନ ଆଣିଥିଲେ। କ୍ଷୁଦ୍ରଚାଷୀଙ୍କୁ ସୁଦୃଢ କରିବାକୁ ନୂଆ ଆଇନରେ ବ୍ୟବସ୍ଥା ହୋଇଥିଲା । ଏହାକୁ ବିଭିନ୍ନ ମହଲରେ ଚାଷୀମାନେ ସ୍ବାଗତ କରିଥିଲେ। କିନ୍ତୁ ଆଇନକୁ କିଛି ଚାଷୀ ବିରୋଧ କରିଥିଲେ। ଫଳରେ ଦୀର୍ଘ ଏକ ବର୍ଷ ଧରି ଜାରି ରହିଥିଲା ଚାଷୀ ଆନ୍ଦୋଳନ । ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ। ବ୍ୟକ୍ତିଗତ ଓ ସାମୂହିତ ଭାବରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ । ହେଲେ କିଛି ଚାଷୀଙ୍କୁ ଆମେ ବୁଝାଇ ପାରି ନଥିବାରୁ କ୍ଷମା ମାଗୁଛି। ଏବେ କାହାକୁ ଦୋଷ ଦେବା ଠିକ ହେବନି। ତେଣୁ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମ୍ମାନ ଜଣାଇ ଆମେ ୩ଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଦୀର୍ଘ ଦିନ ହେବ ରାଜରାସ୍ତାରେ ବସିଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ ହେବ ବୋଲି କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ସବୁବେଳେ କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦେଇଛନ୍ତି । ‘ମୋ କାର୍ଯ୍ୟକାଳ ଭିତରେ ମୁଁ ଚାଷୀଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିଛି ଅନୁଭବ କରିଛି ’। କୃଷିର ବିକାଶ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ସର୍ବଦା କାର୍ଯ୍ୟରତ । କୃଷକମାନଙ୍କୁ ୨୨ କୋଟି ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି ଏବଂ ଏହା କୃଷି ଉତ୍ପାଦନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି । ଦେଶରେ ୧୦୦ ଚାଷୀଙ୍କ ମଧ୍ୟରେ ୮୦ ଭାଗ ଚାଷୀ କ୍ଷୁଦ୍ର ଚାଷୀ । ସେମାନଙ୍କ ପାଖରେ ଦୁଇ ହେକ୍ଟରରୁ କମ ଜମି ଅଛି । ଦେଶରେ ୧୦ କୋଟିରୁ ଅଧିକ କ୍ଷୁଦ୍ର ଚାଷୀ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିପର୍ଯ୍ୟୟ ସମୟରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଗତ ଚାରି ବର୍ଷ ଭିତରେ ଆମ କୃଷକ ଭାଇ ଭଉଣୀଙ୍କୁ ୧ ଲକ୍ଷ କୋଟିରୁ ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇଛି । ବୀମା ଏବଂ ପେନସନ ଯୋଗାଇ ଦିଆଯାଇଛି । କ୍ଷୁଦ୍ର ଚାଷୀଙ୍କ ପାଇଁ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧ ଲକ୍ଷ ୬୨ ହଜାର କୋଟି ଟାଙ୍କା ଟ୍ରାନ୍ସଫର ହୋଇଛି। ଗ୍ରାମୀଣ ବଜାର ଇନଫ୍ରାକୁ ମଜବୁତ କରାଯାଇଛି । MSPକୁ ମଧ୍ୟ ବୃଦ୍ଧି କରାଯାଇଥିବା କହିଛନ୍ତି ମୋଦି ।

କୃଷକଙ୍କ ପରିଶ୍ରମର ଉପଯୁକ୍ତ ମୂଲ୍ୟ ଦିଆଯାଇଛି । ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଯଥେଷ୍ଟ ସହାୟତ ପ୍ରଦାନ କରାଯାଇଛି । ପ୍ରତିବର୍ଷ ସେମାନଙ୍କ ପାଇଁ କୃଷିର ବିକାଶ ପାଇଁ ବଜେଟ ସଂଗ୍ରହ କରାଯାଉଛି । ବିଶେଷକରି କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ପାଇଁ ଆମ ସରକାର ପ୍ରତିବଦ୍ଧ। ଆମେ ସେମାନଙ୍କୁ ପୂର୍ଣ୍ଣ ସେବା କରିବାକୁ ପ୍ରତିବଦ୍ଧ । ମାଇକ୍ରୋ ଜଳସେଚନ ପାଣ୍ଠି ମଧ୍ୟ ଦ୍ବିଗୁଣିତ ହୋଇଛି । ପଶୁପାଳଠୁ ନେଇ ମତ୍ସ୍ୟଚାଷ ସମସ୍ତଙ୍କ ହିତରେ ଆମ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ସେମାନଙ୍କର ଆର୍ଥିକ ଉନ୍ନତି, ସାମାଜିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର କାର୍ଯ୍ୟରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 19, 2021, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.