ETV Bharat / bharat

ମୋଦିଙ୍କ ସିକ୍ରେଟ ରିଭିଲ: NDAରେ ଯୋଗ ଦେବା ପ୍ରସଙ୍ଗକୁ ମିଛ ବୋଲି କହିଲେ KCR - ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କେ ଚନ୍ଦ୍ରଶେଖର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ସରଗରମ ରାଜନୀତି । ରାଲି ବେଳେ ମୋଦି କରିଥିବା 'ସିକ୍ରେଟ ରିଭିଲ'କୁ ନେଇ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

BRS calls modis statement a white lie
ପ୍ରଧାନମନ୍ତ୍ରୀଙ୍କ ସିକ୍ରେଟ ରିଭିଲ ନେଇ ବର୍ଷିଲେ ଚନ୍ଦ୍ରଶେଖ
author img

By ETV Bharat Odisha Team

Published : Oct 4, 2023, 3:48 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ସରଗରମ ରାଜନୀତି । NDAରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ଚାହୁଁଥିବା କଥା ରାଲି ସମୟରେ କହିଥିଲେ ମୋଦି । ଯାହାକୁ ନେଇ ରାଜନୈତିକ ଘମାସାନ ଦେଖିବାକୁ ମିଳିଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି କେସିଆର । ନିଜାମାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ମୋଦି ଏଭଳି ମନ୍ତବ୍ୟ ଦେବା ସହ ଏହାର ସତ୍ୟାସତ୍ୟ ସାମ୍ବାଦିକମାନେ ଚାହିଁଲେ ପରଖି ପାରିବେ ବୋଲି କହିଥିଲେ ।

ସୂଚନା ଅନୁସାରେ, ମଙ୍ଗଳବାର ନିଜାମାବାଦରେ ଆୟୋଜିତ ସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଅତୀତରେ ଏନଡିଏରେ ଯୋଗ ଦେବାକୁ ଚାହୁଁଥିବା କଥା କହିଥିଲେ ବୋଲି ସଭାରେ ପ୍ରକାଶ କରିଥିଲେ ମୋଦି । ରାଜନୀତିର ଏହି ଗୁପ୍ତ ତଥ୍ୟକୁ ସଭାରେ ନିଜେ ପ୍ରଧାନମନ୍ତ୍ରୀ ପ୍ରକାଶ କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ନିଜର ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏକଥା ମଧ୍ୟ କହିଛନ୍ତି, "ପ୍ରଥମ ଥର ପାଇଁ ମୁଁ ଏକ ସିକ୍ରେଟ ରିଭିଲ କରିବାକୁ ଯାଉଛି" । ସେପଟେ ଏହାକୁ ଖଣ୍ଡନ କରିବା ସହ NDA ଉପରେ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ଏହା ବି ପଢନ୍ତୁ...'Revealing a secret today': NDA ରେ ମିଶିବାକୁ ଚାହୁଁଥିଲେ KCR, ମନା କରିଦେଇଥିଲେ ମୋଦି !

ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ‘‘ମୋତେ କ'ଣ ପାଗଳ କୁକୁର କାମୁଡିଛି ଯେ ମୁଁ NDAରେ ଯୋଗ ଦେବା ପାଇଁ କହିବି ?" ଏମିତି କିଛି କହିବା ସହ NDAକୁ ଟାର୍ଗେଟ କରିଛନ୍ତି କେ ଚନ୍ଦ୍ରଶେଖର ରାଓ । ସେ ଆହୁରି ମଧ୍ୟ କହିଛନ୍ତି, "ଶିବସେନା ତାଙ୍କୁ ଛାଡିଦେଲା । ଜନତା ଦଳ ମଧ୍ୟ ଛାଡି ଦେଲା । ତାଙ୍କ ପାଇଁ କିଏ ବଳକା ରହିଗଲେ? CBI, IT ଏବଂ ED ଆଦି ଛାଡିଦେଲେ ଆଉ କିଏ ରହିଛନ୍ତି ?" ବୋଲି ପ୍ରଶ୍ନ କରିବା ସହ NDAକୁ କଡ଼ା ସମାଲୋଚନା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ଆଗକୁ ନିର୍ବାଚନ ଥିବାବେଳେ ସମସ୍ତ ରାଜ୍ୟରେ ରାଲି,ସଭା ଆଦିର ଆୟୋଜନ କରିବାରେ ଲାଗିଛି ପଦ୍ମ କ୍ୟାମ୍ପ । ଅନୌପଚାରିକ ଭାବେ ରାଲି କରିବା ସହିତ ସଭା ସମିତି କରିବାରେ ବ୍ୟସ୍ତ ବିଜେପି । ଏହା ସହିତ ଅଣବିଜେପି ଶାସିତ ରାଜ୍ୟମାନଙ୍କରେ କିଭଳି ପଦ୍ମ ଫୁଟିବ ସେଥିପାଇଁ ଚାଲିଛି ଜୋରଦାର ପ୍ରୟାସ । ଏହାରି ଭିତରେ ତେଲେଙ୍ଗାନା ଗସ୍ତ ବେଳେ ମୋଦିଙ୍କ 'ସିକ୍ରିଟେ ରିଭିଲ' ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.