ETV Bharat / bharat

Ukraine issue: ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀଙ୍କ ୪ର୍ଥ ସମୀକ୍ଷା ବୈଠକ

author img

By

Published : Mar 1, 2022, 7:40 PM IST

ଆଜି ସନ୍ଧ୍ୟାରେ ୪ର୍ଥ ଥର ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଅପରେସନ ଗଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କରାଯାଇପାରେ ଅବଗତ । ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ସୁରକ୍ଷା ନେଇ ବଢୁଛି ଚିନ୍ତା । ଅଧିକ ପଢନ୍ତୁ

Ukraine issue: ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ୪ର୍ଥ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧରେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ ସଂନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବେ । ଆଜି ବସିବାକୁ ଥିବା ବୈଠକ ସମ୍ପର୍କରେ ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ଆଜିର ବୈଠକ ପ୍ରଧାନମନ୍ତ୍ରୀଙ୍କ ୪ର୍ଥ ୟୁକ୍ରେନ ଯୁଦ୍ଧ ସମ୍ପର୍କିତ ସମୀକ୍ଷା ବୈଠକ ହେବ ।

ଆଜି (ମଙ୍ଗଳବାର) ୟୁକ୍ରେନର ଖାର୍କିଭ ସହରରେ ଋଷ ସେନାର ଗୁଳିରେ 21 ବର୍ଷୀୟ ଭାରତୀୟ ଛାତ୍ର ନବୀନଙ୍କର ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପା ଜୟନାଗୋଦରଙ୍କ ପିତାଙ୍କ ସହ କଥା ହୋଇ ପରିବାରକୁ ସମବେଦନା ଜଣାଇଥିଲେ । ଆଜି ସକାଳେ ଏହି ଅଘଟଣ ଘଟିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଥିଲା ।

ମୃତ ଛାତ୍ର ନବୀନ କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଚାଲାଗେରି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଉଚ୍ଚଶିକ୍ଷା ପାଇଁ ୟୁକ୍ରେନ ଯାଇଥିଲେ । ସେ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିର 4ର୍ଥ ବର୍ଷର ଛାତ୍ର ଭାବେ ଅଧ୍ୟୟନ ଜାରି ରଖିଥିବା ବେଳେ ଏପରି ସଙ୍କଟ ମଧ୍ୟରେ ୟୁକ୍ରେନରେ ଫସି ରହିଥିଲେ । ଆଜି ଗୁଳିମାଡରେ ତାଙ୍କର ମୃତ୍ୟୁ ହେବା ପରେ ସ୍ବଦେଶ ଫେରିବାକୁ ଅପେକ୍ଷା କରିଥିବା ଭାରତୀୟଙ୍କ ସୁରକ୍ଷାକୁ ଆଶଙ୍କିତ କରିଛି ।

ତେଣୁ ଆଜି ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଅପରେସନ ଗଙ୍ଗାର କାର୍ଯ୍ୟକାରୀତା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ । ଅପରେସନକୁ ଆହୁରି କ୍ରିୟାଶୀଳ ଓ ଯୁଦ୍ଧାକାଳୀନ ଭିତ୍ତିରେ ଶେଷ କରିବା ପାଇଁ କିଛି ନୂଆ ନିଷ୍ପତ୍ତି ମଧ୍ୟ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.