ETV Bharat / bharat

‘GST ନଭରିଲେ ସରକାର ବୁଝିପାରିବେ ବେପାରୀଙ୍କ ସମସ୍ୟା’ - PRAHLAD MODI

ବ୍ୟାପାରୀଙ୍କୁ GST ନଭିରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦି । ପଢନ୍ତୁ ଅଧିକ ...

PM ଭାଇଙ୍କ ପରାମର୍ଶ, GST ନଭରିଲେ ସରକାର ବୁଝିପାରିବ ବ୍ୟାପାରୀଙ୍କ ସମସ୍ୟା

author img

By

Published : Jul 31, 2021, 5:48 PM IST

ନୂଆଦିଲ୍ଲୀ: ବ୍ଯବସାୟୀଙ୍କୁ GST ନଭିରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ । ଏପରି କିଛି ପରାମର୍ଶ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହଲାଦ ମୋଦି । ପ୍ରହ୍ଲାଦ କହିଛନ୍ତି, ବ୍ୟାପାରୀଙ୍କ ସମସ୍ୟା ସରକାର ଶୁଣୁନାହାନ୍ତି । ବ୍ୟାପାରୀ ଯଦି ଟ୍ୟାକ୍ସ ଭରିବା ବନ୍ଦ କରିଦେବେ, ତେବେ ସରକାର ସେମାନଙ୍କ ସମସ୍ୟା ବୁଝିପାରିବେ ଓ ସମାଧାନ କରିବା ଦିଗରେ ତତ୍ପରତା ପ୍ରକାଶ କରିବେ ।

ପ୍ରଧାନମନ୍ତ୍ରୀଙ୍କ ସାନଭାଇ ପ୍ରହ୍ଲାଦ ମୋଦି ବର୍ତ୍ତମାନ All India Fair Price Shop Association ର ଅଧ୍ୟକ୍ଷ ଅଛନ୍ତି । ମହାରାଷ୍ଟ୍ରର ଥାଣେରେ ଆୟୋଜିତ ବ୍ୟାପାରୀ ସଂଘର ଏକ କାର୍ଯ୍ୟକ୍ରମରେ ସେ ଏପରି ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି ।ଉଭୟ ସରକାର ଦ୍ବାରା ଲଗାଯାଇଥିବା ଦ୍ରବ୍ୟ ଓ ସେବା କର ବ୍ୟାପାରୀମାନେ ପୈଠ ନକଲେ ସରକାର ବ୍ୟାପାରୀଙ୍କ ସମସ୍ୟା ଜାଣିପାରିବେ ବୋଲି ପ୍ରହ୍ଲାଦ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଇନ୍ଧନର ମୂଲ୍ୟ ଅନ୍ତର୍ଜାତୀୟ ବଜର ଦ୍ବାରା ନିର୍ଦ୍ଧାରିତ ହେଉଛି । ଯାହା ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅମଳରୁ ଚାଲିଆସିଛି । ତେଣୁ ଖୋଲା ବଜାର ଦର ଆଧାରରେ ବ୍ୟାପାରୀଙ୍କୁ ଚାଲିବାକୁ ପଡିବ ।

ବ୍ୟାପାରୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ପ୍ରହ୍ଲାଦ ମୋଦି କାର୍ଯ୍ୟ କରିବେ ବୋଲି ବ୍ୟାପାରୀ ସଂଘ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ ଅନେକ ବ୍ୟାପାରୀଙ୍କ ଉପରେ ଲକଡାଉନ ସମୟରେ କୋଭିଡ ପ୍ରୋଟକଲ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମମଲା ରଜୁ କରିଛି ରାଜ୍ୟ ସରକାର । ସେସବୁ ମାମଲା ପ୍ରତ୍ୟାହାର କରିବା ପାଇଁ ମଧ୍ୟ ବ୍ୟାପାରୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.