ନୂଆଦିଲ୍ଲୀ: ପାପୁଆ ନ୍ୟୁ-ଗିନିରେ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ବିଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି( (ସୋମବାର) ସିଡନୀରେ ପହଞ୍ଚିଛନ୍ତି । ସେ ସେଠାରେ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ ଦ୍ବିପାକ୍ଷିକ ବୈଠକ ସହ ଅନ୍ୟ କିଛି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ । ଆଜି ପ୍ରଧାନମନ୍ତ୍ରୀ ସିଡନୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲୀୟ ଉଚ୍ଚାୟୁକ୍ତ ତାଙ୍କୁ ସ୍ବାଗତ କରିଥିଲେ ।
-
Landed in Sydney to a warm welcome by the Indian community. Looking forward to various programmes over the next two days. pic.twitter.com/gE8obDI5eD
— Narendra Modi (@narendramodi) May 22, 2023 " class="align-text-top noRightClick twitterSection" data="
">Landed in Sydney to a warm welcome by the Indian community. Looking forward to various programmes over the next two days. pic.twitter.com/gE8obDI5eD
— Narendra Modi (@narendramodi) May 22, 2023Landed in Sydney to a warm welcome by the Indian community. Looking forward to various programmes over the next two days. pic.twitter.com/gE8obDI5eD
— Narendra Modi (@narendramodi) May 22, 2023
ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ଏହି ଦ୍ବିପାକ୍ଷିକ ଆଲୋଚନାରେ ଉଭୟ ଦେଶର ମିଳିତ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସହ ଅନ୍ୟ କିଛି ବୈଶ୍ବିକ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶ ସହ ଇକୋନୋମିକ ସହଯୋଗ ଜାରିନାମା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ । ନବୀକରଣ ଯୋଗ୍ୟ ଶକ୍ତି, ପ୍ରତିରକ୍ଷା ଓ ସୁରକ୍ଷା,- ସହଯୋଗ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଅଷ୍ଟ୍ରେଲିଆ ସରକାରଙ୍କ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଜାପାନର ହିରୋସୀମାରେ ପହଞ୍ଚିଥିଲେ । ସେଠାରେ ସେ ଜି-7 ବୈଠକରେ ଅଂଶଗ୍ରହଣ କରିଥିଲେ । ପରେ ପୃଥକ ଭାବେ 4 କ୍ବାଡ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ମଧ୍ୟ ହୋଇଥିଲା । ଆସନ୍ତାବର୍ଷ (2024)ରେ ଭାରତ କ୍ବାଡ ସମ୍ମିଳନୀର ଆୟୋଜକ ଦାୟିତ୍ବ ତୁଲାଇବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ସେଠାରେ ଘୋଷଣା କରିଥିଲେ । ପରେ ଦ୍ବିତୀୟ ରାଷ୍ଟ୍ର ଭାବେ ପ୍ରଧାନମନ୍ତ୍ରୀ ପାପୁଆ ନ୍ୟୁ-ଗିନି ପହଞ୍ଚିଥିଲେ । ସେଠାରେ ସେ ପ୍ରତିପକ୍ଷ ଜେମସ ପାରାପେଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ପାପୁଆ ନ୍ୟୁ-ଗିନିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ । ସେଠାରେ କାର୍ଯ୍ୟକ୍ରମ ଶେଷ ଅନ୍ତିମ ବିଦେଶ ଗସ୍ତ ଭାବେ ପ୍ରଧାନମନ୍ତ୍ରୀ ଆଜି ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି ।
ସିଡନୀ ବିମାନ ବନ୍ଦରରେ ତାଙ୍କୁ ଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ସ୍ବାଗତ କରିଥିଲେ । ତାଙ୍କ ସହ ସିଡନୀରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ମଧ୍ୟ ସାମିଲ ଥିଲେ । ପରେ ସେ ପ୍ରବାସୀ ଭାରତୀୟ ସମୁଦାୟଙ୍କ ସହ ମଧ୍ୟ ସାକ୍ଷତ କରିଛନ୍ତି । ଅଷ୍ଟ୍ରେଲିଆରେ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଅନ୍ୟପଟେ ଭାରତରେ ଜି20 ସମ୍ମିଳନୀର ଆୟୋଜନ ଜାରି ରହିଛି । ବିଭିନ୍ନ ସହରରେ ସମ୍ମିଳନୀ ଅନ୍ତର୍ଗତ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦେଶୀ ଅତିଥି ଓ ପ୍ରତିନିଧିମାନେ ସାମିଲ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ