ETV Bharat / bharat

PM Mother Hospitalised: ମା’ଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

author img

By

Published : Dec 28, 2022, 5:28 PM IST

ଅସୁସ୍ଥ ମା’ ହୀରାବେନଙ୍କୁ (PM Modis mother Heeraben) ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ରାତି ଠାରୁ ହସ୍ପିଟାଲରେ ମା’ ହୀରାବେନ । ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ମଧ୍ୟ ଏକ କାର ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ । ଦୁର୍ଘଟଣାର ଖବର ପାଇବା ପରେ ଭାଇ ପ୍ରହ୍ଲାଦ ମୋଦିଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM PM Modis Mother hospitalised: ମା ଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ଚିକିତ୍ସାଧୀନ ଥିବା ମା’ଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi arrives at hospital to her see mother) । ପ୍ରଧାନମନ୍ତ୍ରୀ ଆଜି (ବୁଧବାର) ଅପରାହ୍ନରେ ଅହମ୍ମଦାବାଦ ସ୍ଥିତ ୟୁ.ଏନ ମେହେଟ୍ଟା କାର୍ଡିଓଲୋଜି ରିସର୍ଚ୍ଚ ସେଣ୍ଟର (UN Mehta Institute of Cardiology & Research Centre) ରେ ପହଞ୍ଚିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମା’ ହୀରାବେନଙ୍କ ଚିକିତ୍ସା ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

  • #WATCH | PM Modi arrives at UN Mehta Institute of Cardiology & Research Centre in Ahmedabad where his mother Heeraben Modi is admitted

    As per the hospital, her health condition is stable. pic.twitter.com/j9Yp3udunB

    — ANI (@ANI) December 28, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ (PM Modis mother Heeraben) ଗତକାଲି ରାତିରୁ ଅସୁସ୍ଥ ହୋଇପଡିଥିଲେ । ତାଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ଅହମ୍ମଦାବାଦର ୟୁଏନ ମେହେଟ୍ଟା ଇନଷ୍ଟିଚ୍ୟୁଟ୍ ଅଫ କାର୍ଡିଓଲୋଜି ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଥିବା ବେଳେ ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ମଧ୍ୟ ଏକ କାର ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ । ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଡିସଚାର୍ଜ ମଧ୍ୟ ହୋଇ ସାରିଛନ୍ତି । ଦୁର୍ଘଟଣାର ଖବର ପାଇବା ପରେ ଭାଇ ପ୍ରହ୍ଲାଦ ମୋଦିଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ । ପ୍ରହ୍ଲାଦ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରିଥିଲେ । ସେହିପରି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ବେଳେ ଅସୁସ୍ଥ ମା’ଙ୍କୁ ଭେଟିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ଆସିପାରନ୍ତି ବୋଲି ଭାଇ ପ୍ରହ୍ଲାଦ ମୋଦି ମଧ୍ୟ ସୂଚନା ଦେଇଥିଲେ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ମା’ଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.