ETV Bharat / bharat

G-20 Summit: ଶେଷ ଅଧିବେଶନରେ ମୋଦି, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା

author img

By

Published : Oct 31, 2021, 5:10 PM IST

ଜି-20 ସମ୍ମିଳନୀର ଦ୍ବିତୀୟ ଅଧିବେଶନ ପାଇଁ ରୋମ ଭେନ୍ୟୁରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଆଲୋଚନାରେ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ...

G-20 Summit: ଦ୍ବିତୀୟ ଅଧିବେସନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା

ରୋମ: ଇଟାଲୀରେ ଚାଲିଥିବା ଜି-20 ସମ୍ମିଳନୀର ଦ୍ବିତୀୟ ତଥା ଅନ୍ତିମ ଦିନର ଅଧିବେଶନରେ ଅଂଶଗ୍ରହଣ ପାଇଁ ରୋମ ଭେନ୍ୟୁରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦ୍ବିତୀୟ ଦିନରେ ‘ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ’ ଶୀର୍ଷକରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରଖାଯାଇଛି ।

ଗତକାଲି ପ୍ରଥମ ତଥା ଉଦ୍ଘାଟନୀ ଅଧିବେଶନ ଶେଷ ହେବା ପରେ ଆଜି ଦ୍ବିତୀୟ ତଥା ଅନ୍ତିମ ଅଧିବେଶନ । ଆଜି ଜି-20 ଦେଶ ସମୂହ ପ୍ରତିନିଧିମାନଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ମଧ୍ୟ ଆୟୋଜନ ହେବ। ପରେ ଜଳବାୟୁ ପରିବର୍ତ୍ତନ ଓ ଏହାର ନିରାକରଣ ବିରୋଧି ଲଢେଇରେ ଘରୋଇ କ୍ଷେତ୍ରର ଭୂମିକା ଉପରେ ଆଲୋଚନା ହେବା ନେଇ ଏକ ପାର୍ଶ୍ବ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ୱେଲ୍ସର ପ୍ରିନ୍ସ ଚାର୍ଲ୍ସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରଖାଯାଇଛି । ଆଜିର ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ସହ ସ୍ଥାୟୀ ବିକାଶ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ରଖାଯାଇଛି ।

ଆଜି ସମ୍ମିଳନୀର ଅନ୍ତିମ ଦିବସ ହୋଇଥିବାବେଳେ ପାରମ୍ପାରିକ ଧାରା ଅନୁସାରେ, ଆୟୋଜକ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ଅନ୍ତିମ ସାମ୍ବାଦିକ ସମ୍ମିଳନୀ ସହ ଏହି ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସମାପ୍ତ ହେବ। ଗତକାଲି (ଶନିବାର) ପ୍ରଧାନମନ୍ତ୍ରୀ ମୋଦି ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ସହ ଉଭୟ ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ପରେ ସେ ପୋପଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରି ଭାଟିକାନ ସିଟିରୁ ବିଦାୟ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀ କନଭେନସନ ହଲରେ ପହଞ୍ଚିଥିଲେ।

ତେବେ ମୋଦି ସମ୍ମିଳନୀ କକ୍ଷରେ ପହଞ୍ଚିବା ପରେ ପ୍ରଥମ ଦିବସ ଅଧିବେଶନରେ ଗ୍ଲୋବାଲ ଇକୋନୋମି ଏବଂ ଗ୍ଲୋବାଲ ହେଲଥ ବିଷୟ ଆଧାରିତ ଆଲୋଚନାରେ ଯୋଗ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.