ETV Bharat / bharat

G-୨୦ କନଭେନସନ ହଲରେ ପହଞ୍ଚିଲେ ମୋଦି, ସ୍ବାଗତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

author img

By

Published : Oct 30, 2021, 4:10 PM IST

G-20 ସମ୍ମିଳନୀରେ ଭାଗ ନେବାକୁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋମର ସମ୍ମିଳନୀ ହଲରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି । ଅଧିକ ପଢନ୍ତୁ....

G-୨୦ କନଭେନସନ ହଲରେ ପହଞ୍ଚିଲେ ମୋଦି, ସ୍ବାଗତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ
G-୨୦ କନଭେନସନ ହଲରେ ପହଞ୍ଚିଲେ ମୋଦି, ସ୍ବାଗତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ: ଆଜି ବହୁପ୍ରତିକ୍ଷିତ ଜି-20 ସମ୍ମିଳନୀର ପ୍ରଥମ ଦିବସ । ଏଥିରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଇଟାଲୀରେ ପହଞ୍ଚି ସାରିଥିବାବେଳେ ଉଦ୍ଘାଟନୀ ଦିବସର କାର୍ଯ୍ୟକ୍ରମର ସାମିଲ ହେବା ପାଇଁ ଆଜି ରୋମର ସମ୍ମିଳନୀ ହଲରେ ପହଞ୍ଚିଛନ୍ତି । ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି ।

ଆଜି(ଶନିବାର) ରୋମରେ ଏହି ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ସଦସ୍ୟ ରାଷ୍ଟ୍ର, ଆମନ୍ତ୍ରିତ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧି ମାନେ ବିଶ୍ବର ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ସଦସ୍ୟ ରାଷ୍ଚ୍ରର ମୁଖ୍ୟମାନେ ବିଶ୍ବର ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ଗତକାଲି(ଶୁକ୍ରବାର) ଇଟାଲୀରେ ପହଞ୍ଚିଥିଲେ । ଏହା ହେଉଛି ଜି-20 ଶିଖର ସମ୍ମିଳନୀର ଅଷ୍ଟମ ସଂସ୍କରଣ ।

ଗତକାଲି(ଶୁକ୍ରବାର) ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଥିଲେ, ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି, କୋଭିଡ ମହାମାରୀ ମୁକାବିଲା, ଜଳବାୟୁ ପରିବର୍ତ୍ତନ ଓ ବିଶ୍ବର ସ୍ଥାୟୀ ବିକାଶ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ସହ ବିଭନ୍ନ ଗଠନମୂଳକ ପ୍ରସ୍ତାବ ରଖିବେ । ସେହିପରି ଆଜି ସଂନ୍ଧ୍ଯାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହୋସିଏନ ଲୋଙ୍ଗଙ୍କ ସହ ମଧ୍ୟ ସାକ୍ଷାତ କରିବା ସହ ଆଲୋଚନା କରିବା ନେଇ ମଧ୍ୟ ସୂଚନା ରହିଛି ।

କାର୍ଯ୍ୟକ୍ରମ ସରିବା ପରେ ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଟେର୍ ଡି ଡିଓକ୍ଲେଜିଆନୋରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି । ପରେ G-20 ରାଷ୍ଟ୍ର ସମୂହର ନେତାଙ୍କ ପାଇଁ ଏକ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରାଯାଇଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.