ETV Bharat / bharat

ଆସାମ ଗାମୁଛା ପକାଇ ଏମ୍ସରେ ପହଞ୍ଚିଲେ ମୋଦି, କୋଭିଡ ଟିକା ଦେଲେ ପୁଡୁଚେରୀ ଦିଦି

author img

By

Published : Mar 1, 2021, 10:28 AM IST

ଦେଶବ୍ୟାପୀ ଆଜି ଠାରୁ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । ଆଜି ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆସାମ ଗାମୁଛା ପକାଇ ଏମ୍ସରେ ପହଞ୍ଚିଲେ ମୋଦି
ଆସାମ ଗାମୁଛା ପକାଇ ଏମ୍ସରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ: ଦେଶବ୍ୟାପୀ ଆଜି ଠାରୁ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଆରମ୍ଭ ହୋଇଛି । 60 ବର୍ଷରୁ ଊର୍ଦ୍ଧ୍ବ ନାଗରିକ ଆଜି ଟିକା ନେବେ । ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ଦେଇଛନ୍ତି । ଦିଲ୍ଲୀ ଏମ୍ସରେ ଦେଶର ପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ନେଇଛନ୍ତି ମୋଦି ।

ପୁଡୁଚେରୀର ନର୍ସ ପି.ନିବେଦିତା ନିର୍ଦ୍ଦେଶନରେ ପ୍ରଧାନମନ୍ତ୍ରୀଙ୍କୁ ଟିକା ଲଗାଯାଇଥିଲା । ଏଥିରେ ଖାସ କଥା, ହେଉଛି ମୋଦି ଆସାମର ଗାମୁଛା ପକାଇଲେ ଆସିଥିଲେ । ଏହି ଗାମୁଛା ଆସାମର ମହିଳାଙ୍କ ଆର୍ଶୀବାଦର ପ୍ରତୀକ କୁହାଯାଏ । ତେବେ ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ମୋଦି ଏହାକୁ ପିନ୍ଧିଥିବାର ମଧ୍ୟ ନଜର ଆସିଛନ୍ତି ।

ସେପଟେ, ନର୍ସ ପି.ନିବେଦତାଙ୍କ ନିର୍ଦ୍ଦେଶନରେ ପିଏମଙ୍କୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ଦିଆଯାଇଥିଲା । ନର୍ସ ପି.ନିବେଦତାଙ୍କୁ ସହଯୋଗ କରିଥିଲେ କେରଳର ଜଣେ ନର୍ସ । ପ୍ରଧାନମନ୍ତ୍ରୀ ମୋଦି ଟିକା ନେବା ନେଇ ପୂର୍ବରୁ କୌଣସି ସୂଚନା ଦେଇନଥିଲେ । ଆଜି ଅଚାନକ ଏମ୍ସରେ ପହଞ୍ଚି 06.25ରେ ଟିକା ନେଇଥିଲେ । ଟିକା ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଅଧା ଘଣ୍ଟା ପାଇଁ ନଜରରେ ରଖାଯାଇଥିଲା ।

ସୂଚନାଯୋଗ୍ୟ, ମାର୍ଚ୍ଚରୁ ଏପ୍ରିଲ ମାସରେ ଦେଶର 4 ଟି ରାଜ୍ୟ ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ଅନୁଷ୍ଠିତ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.