ETV Bharat / bharat

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ

author img

By

Published : Mar 5, 2021, 12:33 PM IST

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ 61ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ନ ଜଣାଇ ପ୍ରତିବଦଳରେ ଗଛ ଲଗାଇବାକୁ ସେ ନିଜ ପ୍ରଶଂସକଙ୍କୁ ଟ୍ବିଟ ଯୋଗେ ଆହ୍ବାନ ଦେଇଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ପାଇଁ ମନା କରିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା, ଫୁଲର ହାର ଓ ଜୟଗାନ କରିବା ପ୍ରତି ବଦଳରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ସେ ନିଜ ପ୍ରଶଂସକଙ୍କୁ ଆହ୍ବାନ ଦେଇଛନ୍ତି । ଏହାସହିତ ନିଜ ଜୀବନରେ ପ୍ରତ୍ୟେକ ଭଲ ଦିନରେ ଗଛ ଲଗାଇବା ପାଇଁ ସେ କହିଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

ଗଛ ହେଉଛି ପ୍ରାଣବାୟୁ । ଆଉ ପ୍ରାଣବାୟୁ ହେଉଛି ଜୀବନ । ଏଣୁ ବୃକ୍ଷ ଆମର ଜୀବନ ହୋଇଥିବାରୁ ସେ ନିଜ ଜନ୍ମଦିନକୁ ବୃକ୍ଷରୋପଣ କରି ପାଳନ କରିବେ ବୋଲି କହିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ସମସ୍ତେ ଗୋଟିଏ ଗଛ ଲଗାଇଲେ ତାଙ୍କ ଜୀବନ ସାର୍ଥକ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି ଅବସରରେ ଲେଖିଛନ୍ତି ଯେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ନେତୃତ୍ବରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ସେ ରାଜ୍ୟକୁ ଆଗକୁ ନେଇଥିବା ବେଳେ ବିଜେପିର ଜଣେ ପ୍ରତିଭାବାନ ନେତା ବୋଲି ମୋଦି କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନିଷ୍ଠା ଓ ସମର୍ପଣ ସହିତ ଏହିଭଳି ଭାବରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ଜାରି ରଖିବା ପାଇଁ କହିବା ସହିତ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.