ETV Bharat / bharat

ବିଜ୍ଞାନ ଲ୍ୟାବରୁ ଲ୍ୟାଣ୍ଡକୁ ଆସିବା ଦରକାର: ପ୍ରଧାନମନ୍ତ୍ରୀ - ଭାରତୀୟ ବିଜ୍ଞାନ କଂଗ୍ରେସ

ଭାରତୀୟ ବିଜ୍ଞାନ କଂଗ୍ରେସର 108ତମ ଅଧିବେଶକୁ ସମ୍ବୋଧିନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ କାର୍ଯ୍ୟକ୍ରମରୁ ଶୁଭାରମ୍ଭ କରି ମହିଳା ସଶକ୍ତିକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

PM Modi Addressing Indian Science Congress

author img

By

Published : Jan 3, 2023, 3:51 PM IST

ନୂଆଦିଲ୍ଲୀ: ଆଗାମୀ 25 ବର୍ଷରେ ଭାରତ ଯେଉଁ ସଫଳତାର ଶିଖର ଛୁଇଁବ ସେ ଦିଗରେ ଭାରତର ବୈଜ୍ଞାନିକଙ୍କର ଶକ୍ତି ସବୁଠୁ ବଡ ଭୂମିକା ରହିବ । ବିଜ୍ଞାନରେ ପେଶା ସହିତ ଯେବେ ଦେଶର ସେବା ସଂକଳ୍ପ ଯୋଡି ହୋଇଯାଏ ସେବେ ଅଦ୍ଭୂତପୂର୍ବ ପରିଣାମ ମିଳିଥାଏ । ମୋର ବିଶ୍ବାସ ଅଛି ଭାରତର ବୈଜ୍ଞାନିକଗଣ ଦେଶକୁ ଏକବିଂଶ ଶତାଦ୍ଧୀରେ ସେହି ସଫଳାତ ହାସଲ କରାଇବେ ଯାହାର ଦେଶ ହକଦାର । ପର୍ଯ୍ୟବେକ୍ଷଣ ବିଜ୍ଞାନର ମୂଳ ଆଧାର । ଭାରତର ବିଜ୍ଞାନ ଭାରତକୁ ଆତ୍ମନିର୍ଭର କରିବା ଆବଶ୍ୟକ । 108ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( PM Modi Addressing Indian Science Congress ) ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଜଣେ ବୈଜ୍ଞାନିକଙ୍କ ପାଇଁ ପ୍ରତି ମୂହୂର୍ତ୍ତରେ ତଥ୍ୟ ସଂଗ୍ରହ କରିବା ଏବଂ ତାହାକୁ ବିଶ୍ଳେଷଣ କରିବା ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ଏକବିଂଶ ଶତାଦ୍ଧୀରେ ଆମ ପାଖରେ ଦୁଇଟି ଜିନିଷ ଅଛି ପ୍ରଥମ ତଥ୍ୟ ଦ୍ବିତୀୟ ପ୍ରଯୁକ୍ତବିଦ୍ୟା । ଭାରତର ବିଜ୍ଞାନକୁ ନୂଆ ଶିଖରରେ ପହଞ୍ଚାଇବାକୁ ଉଦ୍ୟମ କରିବ। ତଥ୍ୟ ବିଶ୍ଳେଷଣ ପ୍ରକ୍ରିୟା ଦ୍ରୁତ ଗତିରେ ଆଗଉଛି । ବିଜ୍ଞାନ କ୍ଷେତ୍ରରେ ଭାରତ ପ୍ରମୁଖ ଶ୍ରେଷ୍ଠ ଦେଶରେ ସାମିଲ ହେବ । 2015 ସୁଦ୍ଧା ଆମେ 130 ଦେଶର ଗ୍ଲୋବାଲ ଉଦ୍ଭାବନ ଇଣ୍ଡେକ୍ସରେ 81 ନମ୍ବରରେ ରହିଥିଲୁ । ମାତ୍ର 2022ରେ 40 ତମ ସ୍ଥାନରେ ପହଞ୍ଚିଛୁ ।''

ସମାଜର ହିତ ପାଇଁ ବିଜ୍ଞାନ ପ୍ରୟାସ କରିଥାଏ । ବିଜ୍ଞାନର ପ୍ରୟାସ ବଡ ଉବଲବ୍ଧିରେ ସେବେ ପରିବର୍ତ୍ତନ ହେବେ ଯେବେ ଲ୍ୟାବରୁ ବାହାରି ଲ୍ୟାଣ୍ଡ ବା ଭୂମିରେ ପହଞ୍ଚିବ । ଯେବେ ତାର ପ୍ରଭାବ ଗ୍ଲୋବାଲରୁ ନେଇ ଗ୍ରାସରୁଟ ବା ତୃଣମୂଳ ସ୍ତରରେ ହେବ । ଯେବେ ଜର୍ଣ୍ଣାଲରୁ ବା ପତ୍ରିକା ନେଇ ଜମିନ ଯାଏ ବିଜ୍ଞାନର ବିସ୍ତାର ହେବ ଯେବେ ଗବେଷଣାରୁ ପ୍ରକୃତ ଜୀବନରେ ପ୍ରତିଫଳିତ ହେବେ ସେବେ ସମାଜର ମଙ୍ଗଳ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ 'ମହିଳା ସଶକ୍ତିକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଭାରତର ଆବଶ୍ୟକତା ପୂରଣ ପାଇଁ ଭାରତରେ ବିଜ୍ଞାନର ବିକାଶ, ଆମର ବୈଜ୍ଞାନିକ ସମୁଦାୟଙ୍କର ମୂଳ ପ୍ରେରଣା ହେବା ଦରକାର । ବିଜ୍ଞାନରେ ନେତୃତ୍ବ ସେଇମାନେ ନିଅନ୍ତି ଯିଏ ଅଭିନବ ଉଦ୍ୟମ କରିଥାନ୍ତି । ତେଣୁ ଯେଉଁ କାର୍ଯ୍ୟ କେଉଁଠାରେ ହେଉ ନାହିଁ ସେହି ଦିଗରେ ଫୋକସ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ....ରେଳ ଧାରଣାରେ ରିଲ୍ସ କରିବା ସାଜିଲା କାଳ, ଟ୍ରେନ୍ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସଙ୍କ ସମେତ ପ୍ରମୁଖ ବ୍ୟକ୍ତି ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ । କଂଗ୍ରେସର ପ୍ରଥମ ଅଧିବେଶନ 1914ରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସ ଶତବାର୍ଷିକୀ ପାଳନ କରୁଛି । ପୂର୍ବବର୍ଷ ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟରେ 107ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.