ETV Bharat / bharat

ଜି-7 ସମ୍ମିଳନୀକୁ ମୋଦିଙ୍କ ସମ୍ବୋଧନ, ସୋସିଆଲ ମିଡିଆକୁ ଆହ୍ବାନ - ଜି-7 ସମ୍ମିଳନୀ

ଜି-7 ଶିଖର ସମ୍ମଳନୀର ଜଳବାୟୁ ପରିବର୍ତ୍ତନ ଓ ଖୋଲା ସମାଜ ସେସନରେ ନିଜର ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଜି-7 ସମ୍ମିଳନୀକୁ ମୋଦିଙ୍କ ସମ୍ବୋଧନ, ସୋସିଆଲ ମିଡିଆକୁ ଆହ୍ବାନ

author img

By

Published : Jun 13, 2021, 10:22 PM IST

ନୂଆଦିଲ୍ଲୀ: ଜି-7 ଶିଖର ସମ୍ମଳନୀକୁ ଦୁଇଟି ଅଧିବେଶନରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳବାୟୁ ପରିବର୍ତ୍ତନ ଓ ଖୋଲା ସମାଜ ସେସନରେ ନିଜର ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ଜି-7ର ଗୋଟିଏ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗଣତନ୍ତ୍ର, ବୈଚାରିକ ସ୍ବତନ୍ତ୍ରତା ଓ ସ୍ବତନ୍ତ୍ରତା ପାଇଁ ଭାରତର ସଭ୍ୟତାଗତ ପ୍ରତିଶ୍ରୁତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । ଏହି ଅବସରରେ ମୋଦି ଲିଡରସିପ, ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦ ଦ୍ବାରା ସୃଷ୍ଟି ହୋଇଥିବା ବିପଦରୁ ସହଭାଗୀ ମୂଲ୍ୟବୋଧକୁ ରକ୍ଷା କରିବାରେ ଭାରତ ଜି -7ର ଏକ ସହଯୋଗୀ କହିଛନ୍ତି।

ଏହି ସମ୍ମିଳନୀରେ ମୋଦି ଏକ ଖୋଲା ସମାଜରେ ଥିବା ଦୁର୍ବଳତା ଉପରେ ଆଲୋକପାତ କରି ସୋସିଆଲ ମିଡିଆ ଓ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ସୁରକ୍ଷିତ ସାଇବର ସ୍ପେସ ଯୋଗାଇବାକୁ ଆହ୍ବାନ କରିଛନ୍ତି । ଜି-7 ଶିଖର ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟ କହିଛି ନେତାମାନେ ମୁକ୍ତ, ଖୋଲା ଓ ନିୟମ ଆଧାରିତ ହିନ୍ଦ-ପ୍ରଶାନ୍ତ ମହାସାଗରକୁ ନେଇ ପ୍ରତିଶ୍ରୃତିବଦ୍ଧତା ଜାହିର କରିଛି ।

ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଏବଂ ଜେଏଏମ (ଜନ ଧନ-ଆଧାର-ମୋବାଇଲ୍) ମାଧ୍ୟମରେ ସଶକ୍ତିକରଣ ଉପରେ ଡିଜିଟାଲ ଟେକ୍ନୋଲୋଜିର ବୈପ୍ଳବିକ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପି ହରିଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଖୋଲା ସମାଜରେ ଥିବା ଦୁର୍ବଳତା ବିଷୟରେ ଉଲ୍ଲେଖ କରିଛନ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.