ETV Bharat / bharat

ଦେଶରେ ସମ୍ପୂର୍ଣ୍ଣ ଲକଡାଉନର ଆବଶ୍ୟକତା ନାହିଁ, 3ଦିନ ଚାଲିବ ‘ଟୀକାକରଣ ଉତ୍ସବ'

author img

By

Published : Apr 8, 2021, 9:42 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ତେବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନର ଆବଶ୍ୟକତା ନାହିଁ ଏବଂ ଆସନ୍ତା 11 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ 3ଦିନ ଦେଶ ପାଳିବ ‘ଟୀକାକରଣ ଉତ୍ସବ' । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ: ଦେଶରେ ନାହିଁ ଲକଡାଉନର ଆବଶ୍ୟକତା , 11 ରୁ 14 ଦେଶ ପାଳିବ 'ଟୀକାକରଣ ଉତ୍ସବ'

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଥିବା କୋଭିଡ ସଂକ୍ରମଣର ଦ୍ବିତୀୟ ଲହରକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦେଶର କୋରୋନା ସ୍ଥିତି ସମୀକ୍ଷା କରିବା ସହ ବର୍ତ୍ତମାନ ପରିସ୍ଥିତିକୁ କିଭଳି ମୁକାବିଲା କରିହେବ ସେ ବାବାଦରେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନର ଆବଶ୍ୟକତା ନଥିବା ସେ ସେ ସ୍ପଷ୍ଟ କରିଛନ୍ତି ।

ଚଳିତ ମାସ 11 ରୁ 14 କୋଭିଡ 19 ଟୀକାକରଣ ପାଇଁ 'ଟିକାକରଣ ଉତ୍ସବ' ଭାବରେ ପାଳନ କରାଯିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆହୁରି ମଧ୍ୟ ସେ କହିଛନ୍ତି ଦେଶ ପାଇଁ ପୁଣି ଏକ ଆହ୍ବାନପୂର୍ଣ୍ଣ ସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ।ତେବେ ଏଭଳି ସ୍ଥିତିରେ କୋଭିଡ ପରୀକ୍ଷା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । 70% ଆରଟିପିସିଆର ପରୀକ୍ଷା କରିବା ଆମ ଲକ୍ଷ ରହିବା ଆବଶ୍ୟକ । ସଂକ୍ରମଣ ସଂଖ୍ୟା ଅଧିକ ହେଲେ ମଧ୍ୟ ଆମକୁ ପରୀକ୍ଷାର ମାତ୍ରା ଅଧିକ ବଢାଇବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଦେଶରେ ସମ୍ପୂର୍ଣ୍ଣ ଲକଡାଉନର ଆବଶ୍ୟକତା ନଥିବା ସେ ସେ ସ୍ପଷ୍ଟ କରିଛନ୍ତି । ଲକଡାଉନ ଅପେକ୍ଷା ସତର୍କ ରହିବା ମଧ୍ୟ ପରାମର୍ଶ ଦେଇଛନ୍ତି ମୋଦି । ସେହିପରି ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ , ରାତ୍ରକାଳୀନ କର୍ଫ୍ୟୁ ଇତ୍ୟାଦି ଉପରେ ଧ୍ଯାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି । କୋରୋନା ସଚେତନତା ବଢାଇବା ପାଇଁ କର୍ଫ୍ୟୁ ଶବ୍ଦ ପରିବର୍ତ୍ତେ ‘କୋରୋନା କର୍ଫ୍ୟୁ’ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.