ETV Bharat / bharat

ପିଏମ କେୟାର୍ସ ଫଣ୍ଡ ସରକାରୀ ନୁହେଁ: କେନ୍ଦ୍ର - ପିଏମ କେୟାର୍ସ ଫଣ୍ଡକୁ ନେଇ କେନ୍ଦ୍ର

ପିଏମ କେୟାର୍ସ ଫଣ୍ଡ ସରକାରୀ ନୁହେଁ । ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

pm cares fund not govt fund
ପିଏମ କେୟାର୍ସ ଫଣ୍ଡ ସରକାରୀ ନୁହେଁ
author img

By

Published : Feb 1, 2023, 7:55 AM IST

ନୂଆଦିଲ୍ଲୀ: ପିଏମ କେୟାର୍ସ ଫଣ୍ଡ ସରକାରୀ ନୁହେଁ । ଭାରତର ସମ୍ବିଧାନ, ସଂସଦ କିମ୍ବା କୌଣସି ରାଜ୍ୟର ଆଇନ ଅନୁଯାୟୀ ପିଏମ କେୟାର୍ସ ଫଣ୍ଡ ଗଠନ ହୋଇନାହିଁ । ତେଣୁ ଏହାକୁ ସରକାରୀ କୁହାଯିବ ନାହିଁ । ଏହାକୁ ଚ୍ୟାରିଟେବୁଲ ଟ୍ରଷ୍ଟ ଭାବେ ଗଠନ କରାଯାଇଛି । ପିଏମ କେୟାର୍ସ ଫଣ୍ଡକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

ପିଏମ କେୟାର୍ସ ଫଣ୍ଡକୁ ନେଇ ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କୁହାଯାଉଛି,"ଏହା ସ୍ବାଧୀନ ଚ୍ୟାରିଟେବୁଲ ଟ୍ରଷ୍ଟ ଭାରତର ସମ୍ବିଧାନ ପରିସରରେ ଆସୁନାହିଁ । ଏହି ଟ୍ରଷ୍ଟକୁ କୌଣସି ସରକାର କିମ୍ବା ସରକାରୀ ପ୍ରତିଷ୍ଠାନ ଗଠନ କରି ନାହାନ୍ତି କି ପାଣ୍ଠି ଦେଉନାହାନ୍ତି । ଏହା ଉପରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ।

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବରରେ ପିଏମ କେୟାର୍ସ ଫଣ୍ଡକୁ ସରକାରୀ ଫଣ୍ଡ ଘୋଷଣା ଦାବିରେ ହୋଇଥିବା ଶୁଣାଣି କରି ହାଇକୋର୍ଟ ବିସ୍ତୁତ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ପୂର୍ବରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଏକ ପୃଷ୍ଠା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ବି ପଢନ୍ତୁ...Economy Survey 2023: ବିମାନ ଚଳାଚଳ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା

ପିଏମଓ ପକ୍ଷରୁ ପ୍ରତୀପ କୁମାର ଶ୍ରୀବାସ୍ତବଙ୍କ ଦ୍ବାରା ସତ୍ୟପାଠ ଦାଖଲ ହୋଇଛି । ସତ୍ୟପାଠରେ କୁହାଯାଇଛି ଆରଟିଆଇ ଅଧିନିୟମ ଅନୁଯାୟୀ ପିଏମ କେୟାର୍ସ ଫଣ୍ଡ କୌଣସି ସରକାର ଗଠନ କରିନାହାନ୍ତି । ପିଏମ କେୟାର୍ସ ଫଣ୍ଡ ଏକ ପବ୍ଲିକ୍ ଚ୍ୟାରିଟେବୁଲ୍ ଟ୍ରଷ୍ଟ ଭାବରେ ସ୍ଥାପିତ ହୋଇଛି । ଏହି ଟ୍ରଷ୍ଟ ଭାରତର ସମ୍ବିଧାନ କିମ୍ବା ସଂସଦ କିମ୍ବା କୌଣସି ରାଜ୍ୟ ଦ୍ବାରା ନୁହେଁ । କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହା ଉପରେ ନିୟନ୍ତ୍ରଣ ନାହିଁ । ଯେ କୌଣସି ପ୍ରକାରେ ଟ୍ରଷ୍ଟର କାର୍ଯ୍ୟକାରିତା ବୋଲି ଅଧିକାରୀ କହିଛନ୍ତି ।

ଏହା ବି ପଢନ୍ତୁ...ଆଶୀର୍ବାଦ ଟାଓ୍ବାରରେ ଅଗ୍ନିକାଣ୍ଡ, ୩ ଶିଶୁ ସମେତ ୧୪ ମୃତ

ପିଏମ କେୟାର୍ସ ଫଣ୍ଡ କଣ: ପ୍ରଧାନମନ୍ତ୍ରୀ ନାଗରିକ ସହାୟକ ବା ଜରୁରୀକାଳୀନ ସ୍ଥିତି ନିଧି ପିଏମ୍‌ କେୟର୍ସ ଫଣ୍ଡ 2020 ମସିହାରେ ଗଠନ ହୋଇଥିଲା । ଏହି ଫଣ୍ଡ ଜରିଆରେ କୋଭିଡ-19ର ପ୍ରକୋପ ଏବଂ ଭବିଷ୍ୟତ ସ୍ଥିତି ଯେପରି ମହାମାରୀ ବିରୋଧରେ ମୁକାବିଲା ଏବଂ ମୁକ୍ତି ପାଇଁ ପ୍ରୟାସ ହୋଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫଣ୍ଡର ଅଧ୍ୟକ୍ଷ । ଏହାସହ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମଧ୍ୟ ରହିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତି କିମ୍ବା ଅନ୍ୟ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି, ବିପର୍ଯ୍ୟୟ, ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ପାଇଁ ପାଣ୍ଠିର ସହାୟତା ପ୍ରଦାନ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.