କୋପେନହେଗନ: ୟୁରୋପ ଗସ୍ତର ଦ୍ବିତୀୟ ଦିନରେ ଆଜି (ମଙ୍ଗଳବାର) ଡେନମାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ସେ ରାଜଧାନୀ କୋପେନହେଗନ ବିମାନ ବନ୍ଦରରେ ପହଞ୍ଚିବା ପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ତାଙ୍କୁ ସ୍ବାଗତ କରିଛନ୍ତି । ପରେ ବିମାନ ବନ୍ଦରର ପରିସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଛି । ଗତକାଲି ଗସ୍ତର ପ୍ରଥମ ଦିନରେ ସେ ଜର୍ମାନୀ ଗସ୍ତ କରିବା ସହ ବର୍ଲିନରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
-
Hello, Copenhagen!
— Arindam Bagchi (@MEAIndia) May 3, 2022 " class="align-text-top noRightClick twitterSection" data="
An extensive day of engagements awaits the Prime Minister. pic.twitter.com/vfPjjYyt2d
">Hello, Copenhagen!
— Arindam Bagchi (@MEAIndia) May 3, 2022
An extensive day of engagements awaits the Prime Minister. pic.twitter.com/vfPjjYyt2dHello, Copenhagen!
— Arindam Bagchi (@MEAIndia) May 3, 2022
An extensive day of engagements awaits the Prime Minister. pic.twitter.com/vfPjjYyt2d
ଡେନମାର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ମୋଦି । ଏକାଧିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ରଣନୈତିକ ସମ୍ପର୍କର ସୁଦୃଢୀକରଣ ଉପରେ ମତ ବିନିମୟ କରିବେ ଉଭୟ ରାଷ୍ଟ୍ରମୁଖ୍ୟ । ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଗସ୍ତର ଅନ୍ତିମ ଦିନରେ ଫ୍ରାନ୍ସ ଅଭିମୁଖେ ଯାତ୍ରା କରିବେ ।
-
Landed in Copenhagen. I am very grateful to PM Frederiksen for the warm welcome. This visit will go a long way in further cementing India-Denmark ties. @Statsmin pic.twitter.com/0NOQG6X30I
— Narendra Modi (@narendramodi) May 3, 2022 " class="align-text-top noRightClick twitterSection" data="
">Landed in Copenhagen. I am very grateful to PM Frederiksen for the warm welcome. This visit will go a long way in further cementing India-Denmark ties. @Statsmin pic.twitter.com/0NOQG6X30I
— Narendra Modi (@narendramodi) May 3, 2022Landed in Copenhagen. I am very grateful to PM Frederiksen for the warm welcome. This visit will go a long way in further cementing India-Denmark ties. @Statsmin pic.twitter.com/0NOQG6X30I
— Narendra Modi (@narendramodi) May 3, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ