ETV Bharat / bharat

Same-sex marriage: କାଲିଠୁ ଶୁଣାଣି, ସମ୍ଭ୍ରାନ୍ତ ମାନସିକତାକୁ ପ୍ରତିଫଳିତ କରୁଛି କହିଲା କେନ୍ଦ୍ର

କାଲି ଠାରୁ ସୁପ୍ରିମକୋର୍ଟରେ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ସମଲିଙ୍ଗୀ ବିବାହ ମାମଲାର ଶୁଣାଣି । ଆଜି କେନ୍ଦ୍ର ଦାଖଲ ନୂଆ ଆବେଦନ । କହିଲା ସମ୍ଭ୍ରାନ୍ତ ମାନସିକତାକୁ ପ୍ରତିଫଳିତ କରୁଛି, ଗ୍ରାମୀଣଙ୍କର ନୁହେଁ । ଅଧିକ ପଢନ୍ତୁ

author img

By

Published : Apr 17, 2023, 10:24 PM IST

same-sex marriage
same-sex marriage

ନୂଆଦିଲ୍ଲୀ: ଆସନ୍ତାକାଲି ସୁପ୍ରିମକୋର୍ଟର 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ଦ୍ବାରା ବହୁଚର୍ଚ୍ଚିତ ସମଲିଙ୍ଗୀ ବିବାହ ମାମଲାର ଶୁଣାଣି ଆରମ୍ଭ ହେବ । ଏହା ପୂର୍ବରୁ ଆଜି (ସୋମବାର) କେନ୍ଦ୍ର ସରକାର ଆଉ ଏକ ନୂଆ ଆବେଦନ କରିଛନ୍ତି । ଏହି ବିବାହକୁ ଆଇନଗତ ମାନ୍ୟତା ଦେବା ସମ୍ପର୍କରେ ପୂର୍ବରୁ କେନ୍ଦ୍ର ଦୃଢ ଅସହମତି ପ୍ରକାଶ କରିଆସିଥିବା ବେଳେ ନୂତନ ଆବେଦନରେ ମଧ୍ୟ ସେହି ଆଭିମଖ୍ୟକୁ ବଳବତ୍ତର ରଖିଛି । ସମଲିଙ୍ଗୀ ବିବାହ ସହରରେ ରହୁଥିବା ସମ୍ଭ୍ରାନ୍ତ ବର୍ଗର ମାନସିକତାର ପ୍ରତିଫଳନ, ହେଲେ ଏହା ଗ୍ରାମୀଣ କ୍ଷେତ୍ରରେ କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ନୂତନ ଆବେଦନରେ ଉଲ୍ଲେଖ କରିଛି ।

କେନ୍ଦ୍ର ଦାଖଲ କରିଥିବା ପିଟିସନରେ ଆହୁରି ମଧ୍ୟ ଦର୍ଶାଇଛି ଯେ, ସହରରେ ରହୁଥିବା ଆଭିଜାତ୍ୟ ସମ୍ପନ୍ନ ଲୋକେ ଏହି ପ୍ରକାର ସମ୍ପର୍କକୁ ମାନ୍ୟତା ଦାବି କରୁଛନ୍ତି । ହେଲେ ଭାରତୀୟ ସମାଜର ଅଧିକାଂଶ ଗ୍ରାମାଞ୍ଚଳ । ସେଠାରେ ଏହାକୁ କେବେ ହେଲେ ଗ୍ରହଣ କରାଯାଇ ପାରିବ ନାହିଁ । ତେଣୁ ଏହି ସମଲିଙ୍ଗୀ ବିବାହକୁ ଅନୁମତି ଦେଲେ ଏହା ସମସ୍ତ ବର୍ଗ ଉପରେ ପ୍ରଭାବ ପକାଇବ । ସେହିପରି କୌଣସି ପ୍ରସଙ୍ଗ ଉପରେ ସମସ୍ତ ଦିଗରୁ ବିଚାର ବିମର୍ଶ କରି ନିୟମ ପ୍ରଣୟନ କରିବା ସଂସଦର କାମ, ନ୍ୟାୟପାଳିକାର ନୁହେଁ ବୋଲି ଆବେଦନରେ କହିଛି କେନ୍ଦ୍ର ।

ସୁପ୍ରିମକୋର୍ଟରେ ଏହାକୁ ଆଇନଗତ ମାନ୍ୟତା ଦେବା ପାଇଁ ଏକାଧିକ ପିଟିସନ ଦାଖଲ ହୋଇଛି । ଦାଖଲ ହୋଇଥିବା ପିଟିସନରେ, ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜୀକରଣ କରିବାକୁ ଦାବି କରାଯାଇଛି । ଆବେଦନକାରୀମାନେ ଆବେଦନରେ ଦର୍ଶାଇଛନ୍ତି, ଯେ 2018 ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକୃତ ଶ୍ରେଣୀରେ ଦର୍ଶାଉଥିବା ଆଇପିସିର ଧାରା 377 ର ଏକ ଅଂଶକୁ ରଦ୍ଦ କରି ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ମୁତାବକ ଦୁଇ ବୟସ୍କଙ୍କ ମଧ୍ୟରେ ଏକ ସହମତି ଭିତ୍ତିକ ସମଲିଙ୍ଗୀ ସମ୍ପର୍କ ଆଉ ଅପରାଧ ଭାବରେ ବିବେଚନା କରାଯାଏ ନାହିଁ । ଏପରି ପରିସ୍ଥିତିରେ,ସମଲିଙ୍ଗୀ ଦମ୍ପତିମାନେ ଏକାଠି ରହିବାକୁ ଇଚ୍ଛା କରୁଥିଲେ ଆଇନଗତ ଭାବରେ ବିବାହ କରିବାକୁ ଅନୁମତି ଦିଆଯିବା ଉଚିତ । ହେଲେ କେନ୍ଦ୍ର ସରକାର ପ୍ରଥମରୁ ଏହାକୁ ବ୍ୟଭିଚାର ଓ ଭାରତୀୟ ପାରିବାରିକ ସଂରଚନାର ବୀପରିତ ଧାରା ବୋଲି ଦର୍ଶାଇ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Same-sex marriage: ଗଠନ ହେଲା 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ, 18ରୁ ଶୁଣାଣି

ଏହି ବହୁଚର୍ଚ୍ଚିତ ସମଲିଙ୍ଗୀ ବିବାହ ମାମଲାର ତଦନ୍ତ ପାଇଁ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ହୋଇଛି 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏହି ସାମ୍ବିଧାନିକ ଖଣ୍ଡପୀଠ ଆସନ୍ତାକାଲି (18 ତାରିଖ)ରୁ ଏହି ସମ୍ପର୍କିତ ସମସ୍ତ ମାମଲାର ଏକକ ଶୁଣାଣି ଆରମ୍ଭ କରିବ । ଏହି ସାମ୍ବିଧାନିକ ବେଞ୍ଚ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ କାର୍ଯ୍ୟ କରିବାକୁ ଥିବା ବେଳେ ଅନ୍ୟ ସଦସ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ ନରସିଂହଙ୍କୁ ସ୍ଥାନ ମିଳିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.