ETV Bharat / bharat

31 ଅକ୍ଟୋବର ଯାଏ 3 ଗୁଣା ମହଙ୍ଗା ଦରରେ ମିଳିବ ପ୍ଲାଟଫର୍ମ ଟିକେଟ୍‌ - ମହଙ୍ଗା ହେବ ପ୍ଲାଟଫର୍ମ ଟିକେଟ୍‌

ବଢିବ ପ୍ଲାଟଫର୍ମ ଟିକେଟ । ପାର୍ବଣ ସିଜିନ ପାଇଁ ମହଙ୍ଗା ହେବେ ରେଳ ଷ୍ଟେସନ ପ୍ଲାଟଫର୍ମ ଟିକେଟ୍‌ । ଅଧିକ ପଢନ୍ତୁ

31 ଅକ୍ଟୋବର ଯାଏ 3 ଗୁଣା ମହଙ୍ଗା ହେବ ପ୍ଲାଟଫର୍ମ ଟିକେଟ

author img

By

Published : Oct 7, 2022, 10:22 AM IST

ନୂଆଦିଲ୍ଲୀ: ସମ୍ପର୍କୀୟଙ୍କୁ ଛାଡିବାକୁ ସେଷ୍ଟନ ଯାଉଛନ୍ତି କି ? ପ୍ଲାଟଫର୍ମକୁ ଯିବାକୁ ଚାହୁଁଥିଲେ ଆପଣଙ୍କ ପକେଟ ଖାଲି ହୋଇଯିବ । ବାଧିବ ଟିକେଟ୍‌ ଦର । କାରଣ ବଢିଛି ପ୍ଲାଟଫର୍ମ ଟିକେଟ୍‌ । ପାର୍ବଣ ସିଜିନ ପାଇଁ ମହଙ୍ଗା ହୋଇଛି ରେଳ ଷ୍ଟେସନ ପ୍ଲାର୍ଟଫର୍ମ ଟିକେଟ୍‌ । 10 ଟଙ୍କାରେ ମିଳୁଥିବା ପ୍ଲାଟଫର୍ମ ଟିକଟ (Railway station platform ticket) 3ଗୁଣା ଅଧିକ ହୋଇଛି । ଦିଲ୍ଲୀ ମଣ୍ଡଳ ରେଳ ପ୍ରବଦ୍ଧକ (ଡିଆରଏମ) ପାର୍ବଣ ସିଜନରେ ଷ୍ଟେସନରେ ଗହଳିକୁ ଦୃଷ୍ଟିରେ ରଖି ଏହି ଆଦେଶ ଜାରି କରିଛନ୍ତି ।

ଦୀପାବଳୀ ଓ ଛଟ ପୂଜାରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହିତ ଅନ୍ୟ ରେଳ ଷ୍ଟେସନରେ ଉତ୍ତରପ୍ରଦେଶ, ବିହାର ଯିବାକୁ ଲୋକଙ୍କ ଭିଡ ହୋଇଥାଏ । ବିଶେଷ କରି ପ୍ଲାଟଫର୍ମ ଟିକଟ କିଣିବାକୁ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ । ଦିଲ୍ଲୀ ମଣ୍ଡଳ ରେଳ ପ୍ରବନ୍ଧକ ପାର୍ବଣ ସିଜନରେ ଲୋକଙ୍କ ଭିଡକୁ ନଜରରେ ରଖି 10ଟଙ୍କାରେ ମିଳୁଥିବା ପ୍ଲାର୍ଟଫର୍ମ ଟିକେଟ୍‌ ଦର ବଢାଇ 30 ଟଙ୍କା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 31 ଅକ୍ଟୋବର ଯାଏଁ 30 ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍‌ । ଏହାପରେ ଡିସେମ୍ବର ପହିଲାରୁ 10 ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍‌ ।

ଏହା ବି ପଢନ୍ତୁ...କଂଗ୍ରେସ ସଭାପତି ନିର୍ବାଚନ: ଆଜି ଗୁଜୁରାଟରୁ ପ୍ରଚାର ଆରମ୍ଭ କରିବେ ଖଡ୍‌ଗେ

ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ଆନନ୍ଦ ବିହାର ଟର୍ମିନାଲ, ହଜରତ ନିଜାମୁଦିନ, ଦିଲ୍ଲୀ ରୋହିଲ୍ଲା ଏବଂ ଗାଜିଆବାଦ ଆଦି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍‌ ବଢାଇ ଦିଆଯାଇଛି । ପାର୍ବଣ ସିଜନ ଆସିଯାଇଛି ଏହା ସହିତ ଲୋକମାନେ ସେମାନଙ୍କ ଘରକୁ ଯିବାକୁ କରିବାକୁ ଷ୍ଟେସନ ଯିବା ଆସିବା କରିବାକୁ ଲାଗିଛନ୍ତି । ନବରାତ୍ରୀ ଏବଂ ଦଶହରା ପରେ ଦିପାବଳୀ, ଛଟ ପୂଜା ଏବଂ ଅନ୍ୟାନ୍ୟ ପର୍ବ ଆସୁଛି । ଏହି କାରଣରୁ ଷ୍ଟେସନରେ ଲୋକଙ୍କ ଭିଡ ଲାଗିବାର ଅଧିକ ସମ୍ଭାବନା ରହିଛି । ତେଣୁ ଭିଡ କମ କରିବାକୁ ଟିକଟ ଦର ବଢାଇବା ଭଳି ନିଷ୍ପତ୍ତି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.