ETV Bharat / bharat

ବର୍ଷ ଆରମ୍ଭରୁ ଦୁଇଥର ଘଟିଲାଣି ବିମାନ ଦୁର୍ଘଟଣା, କଣ ହୋଇପାରେ କାରଣ ? - ଭିଣ୍ଡ ବିମାନ ଦୁର୍ଘଟଣା

ଦୁଇଟି ଯୁଦ୍ଧବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣାକୁ ନେଇ ବାୟୁସେନା ସମେତ ଦେଶବାସୀ ଚିନ୍ତିତ ଅଛନ୍ତି । ତେବେ ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣା ନୁଆ ନୁହେଁ । ଏଭଳି ବାରମ୍ବାର ବିମାନ ଓ ହେଲିକପ୍ଟର ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାର ଓ ସେନା ଅଧିକାରୀଙ୍କ ବିଶେଷ ଧ୍ୟାନ ଦେବାକୁ ହେବ । ଅଧିକ ପଢ଼ନ୍ତୁ

ଯୁଦ୍ଧବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣା

author img

By

Published : Jan 28, 2023, 10:20 PM IST

ଯୁଦ୍ଧବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣା

ଭୋପାଳ: ମଧ୍ୟପ୍ରଦେଶ ଗ୍ବାଲିଅର ଏୟାରବେସକୁ ଉଡାଣ ଭରିଥିବା ଦୁଇଟି ଯୁଦ୍ଧବିମାନ ସୁଖୋଇ 30 ଏବଂ ମିରାଜ 2000 ଏୟାରାକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଦୁଇ ଲଢ଼ୁଆ ବିମାନ ଦୁର୍ଘଟଣାକୁ ନେଇ ବାୟୁସେନା ସମେତ ଦେଶବାସୀ ଚିନ୍ତିତ ଅଛନ୍ତି । ତେବେ ମଧ୍ୟପ୍ରଦେଶରେ ଏହା ପ୍ରଥମ ବିମାନ ଦୁର୍ଘଟଣା ନୁହେଁ । ପ୍ରାୟ ଦେଢ଼ବର୍ଷ ପୂର୍ବରୁ ମଧ୍ୟ ବାୟୁସେନାର ଏକ ବିମାନ 'ମିରାଜ-2000' ମଧ୍ୟପ୍ରଦେଶର ଭିଣ୍ଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଗତ ଜାନୁଆରୀ 6 ତାରିଖରେ ରେୱା ଚୋରହଟା ନିକଟରେ ଟ୍ରେନିଂ ଏୟାରକ୍ରାଫ୍ଟ ହଠାତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ତେବେ ଏଭଳି ଯୁଦ୍ଧ ବିମାନ ଗୁଡ଼ିକ ଦୁର୍ଘଟଣା ଘଟିବା ଫଳରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାକୁ କେନ୍ଦ୍ର ସରକାର ଓ ସେନା ଅଧିକାରୀଙ୍କୁ ଦୃଷ୍ଟି ଖୋଜିବାକୁ ପଡ଼ିବ ।

ଭିଣ୍ଡ ବିମାନ ଦୁର୍ଘଟଣା: 2021 ମସିହା ଅକ୍ଟୋବର 21 ତାରିଖରେ ମଧ୍ୟପ୍ରଦେଶ ଭିଣ୍ଡ ଅନ୍ତର୍ଗତ ବବେଡ଼ି ଗ୍ରାମରେ ବାୟୁସେନାର ମିରାଜ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ସମୟରେ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ପାଇଲଟ ପାରାଚ୍ୟୁଟ୍ ଜରିଆରେ ବିମାନରୁ ବାହାରକୁ ବାହାରି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଏୟାରଲିଫ୍ଟ କରି ହସ୍ପିଟାଲ ନିଆଯାଇଥିଲା । ଏହି ଦୁର୍ଘଟଣା ଭିଣ୍ଡ ଜିଲ୍ଲା ସଦରରୁ ପ୍ରାୟ 6 କିମି ଦୂର ବବେଡ଼ି ଗ୍ରାମର ଏକ ଜମିରେ ଘଟିଥିଲା । ଏହି ବିମାନକୁ ପ୍ରଶିକ୍ଷାର୍ଥୀ ପାଇଲଟ ଅଭିଳାଷ ଉଡ଼ାଉଥିଲେ । ଦୁର୍ଘଟଣା ଘଟିବା ପୂର୍ବରୁ ସେ ପାରାଚ୍ୟୁଟ ଜରିଆରେ ବିମାନରୁ ଡେଇଁ ପଡ଼ିଥିଲେ । ସେ ତଳକୁ ଆସିବା ସମୟରେ ସ୍ଥାନୀୟ ଲୋକେ ଦେଖି ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ପ୍ରକାଶ ଥାଉକି, ଏହାର ପ୍ରାୟ 3 ବର୍ଷ ପୂର୍ବରୁ ଭିଣ୍ଡ ଜିଲ୍ଲାର ଗୋହଦରେ ବାୟୁସେନାର ଅନ୍ୟ ଏକ ଯୁଦ୍ଧ ବମାନ ଖସିଯାଇଥିଲା ।

ରେୱା ଜିଲ୍ଲାରେ ବିମାନ ଦୁର୍ଘଟଣା: 2023 ଜାନୁଆରୀ 6 ତାରିଖରେ ମଧ୍ୟପ୍ରଦେଶର ରେୱା ଜିଲ୍ଲା ଚୋରହଟା ଥାନା ଅନ୍ତର୍ଗତ ଉମରି ଗ୍ରାମରେ ପ୍ରଶିକ୍ଷଣ ଦେଉଥିବା ଟ୍ରେନିଂ ବିମାନ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଯାଉଥିବା ମୁଖ୍ୟ ପାଇଲଟ କ୍ୟାପ୍ଟେନ ବିମଲଙ୍କର ମୃତ୍ୟୁ ଘଟିଥିଲା । ଏହାସହ ପ୍ରଶିକ୍ଷଣ ନେଉଥିବା ଜଣେ ଟ୍ରେନି ପାଇଲଟ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ବିମାନ ବିଳମ୍ବିତ ରାତି ପ୍ରାୟ 11ଟା ସମୟରେ ଚୋରହାଟା ଏୟାରଷ୍ଟ୍ରିପରୁ ଉଡ଼ାଣ ଭରିଥିବା ବେଳେ ଉମରି ଗ୍ରାମ ନିକଟରେ ଏକ ଗଛରେ ଧକ୍କା ହେବାପରେ ଏକ ମନ୍ଦିରର ଶିଖରରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ବିଳମ୍ବିତ ରାତିରେ ଘନ କୁହୁଡ଼ି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

3 ବର୍ଷ ପୂର୍ବରୁ ଟଳିଥିଲା ବଡ଼ ଦୁର୍ଘଟଣା: 15 ଫେବୃଆରୀ 2020ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏର ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଥିଲା । ରନୱେରେ ଥିବା ସମୟରେ ତତ୍କାଳୀନ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ବିମାନ ହଠାତ ବନ୍ଦ ହୋଇଯାଇଥିଲା । ରନୱେରେ ଥିବା କାରଣରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିଲା । ତେବେ ସେହି ବିମାନର ଇଞ୍ଜିନ ପୂର୍ବରୁ ଖରାପ ଥିଲା ବୋଲି ଜଣାପଡ଼ିଥିଲା । ତତ୍କାଳୀନ ରାଜ୍ୟପାଳ ଟଣ୍ଡନ୍ କର୍ମଚାରୀଙ୍କ ସହ ଜବଲପୁର ଯିବା ପାଇଁ ସକାଳ 8.45ରେ ରାଜଭବନରୁ ରାଜ୍ୟ ହାଙ୍ଗର ଅଭିମୁଖେ ଯାତ୍ରା କରିଥିଲେ । ଏଠାରେ ପାଇଲଟ ଓ କ୍ରୁ ମେମ୍ବର କିଛି ସମୟ ମରାମତି କରିବାର ପ୍ରୟାସ କରିଥିଲେ । କିନ୍ତୁ ଏହାପରେ ବିମାନ ଷ୍ଟାର୍ଟ ହିଁ ହୋଇନଥିଲା । କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହୀନଙ୍କ ବିମାନରେ ମଧ୍ୟ କିଛି ତ୍ରୁଟି ଦେଖା ଦେଇଥିଲା । ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିମାନ ମଧ୍ୟ ଖରାପ ହୋଇଥିଲା । ସେଥିପାଇଁ ତାଙ୍କୁ ଭୋପାଳ ପର୍ଯ୍ୟନ୍ତ କାରରେ ଯିବାକୁ ପଡ଼ିଥିଲା ।

ଦେଶର ପ୍ରଥମ ସିଡିଏସ ମଧ୍ୟ ବିମାନ ଦୁର୍ଘଟଣାର ଶିକାର: 10 ଡିସେମ୍ବର 2021ରେ ଦେଶର ପ୍ରଥମ ସିଡିଏସ (Chief Of Defence Staff) ବିପିନ ରାୱତଙ୍କ ହେଲିକପ୍ଟର ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ଏହା ଦ୍ବିତୀୟ ଥର ପାଇଁ ତାଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଥିଲା । ଏହା ପୂର୍ବରୁ ଫେବୃଆରୀ 2015ରେ ନାଗାଲାଣ୍ଡରେ ଚିତା ହେଲିକପ୍ଟର ଉଡ଼ାଣ ଭରୁଥିବା ବେଳେ ତଳକୁ ଖସିପଡ଼ିଥିଲା । ଜେନେରାଲ ରାୱତ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ଶେଷରେ ତାମିଲନାଡ଼ୁସ୍ଥିତ ୱେଲିଂଟନ ନିକଟରେ ତାଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । କିଛି ଲୋକଙ୍କ କହିବା ମୁତାବକ Instrument Meteorological Conditions (IMC) କାରଣରୁ ତାଙ୍କର ଦୁର୍ଘଟଣା ଘଟିଥିଲା । ଅଧିକାଂଶ ହେଲିକପ୍ଟର ବା ବିମାନ ଦୁର୍ଘଟଣା IMC କାରଣରୁ ଘଟୁଥିବା କୁହାଯାଉଛି ।

କଣ ଏହି IMC ?: IMC ହେଉଛି ଏପରି ଏକ ସିଷ୍ଟମ, ଯାହାଦ୍ବାରା ପାଇଲଟଙ୍କୁ ପାଣିପାଗ ସମ୍ବନ୍ଧୀୟ ସୂଚନା ମିଳିଥାଏ । ନିୟମ ଅନୁସାରେ ଯେଉଁ ହେଲିକପ୍ଟର ବା ବିମାନରେ IMC ସିଷ୍ଟମ ରହିଥାଏ, ସେଥିରେ ପାଇଲଟ IMC ସିଷ୍ଟମରୁ ହିଁ ପାଣିପାଗ ସୂଚନା ପାଇ ଆଗକୁ ବଢ଼ିଥାନ୍ତି । ସାଧାରଣତଃ ଯେତେବେଳେ ଅନ୍ଧାରରେ 2000 ଫୁଟ ଉଚ୍ଚତାରେ ବିମାନ ବା ହେଲିକପ୍ଟର ରହିଥାଏ, ତଳକୁ 200 ଫୁଟ ପର୍ଯ୍ୟନ୍ତ ବାଦଲ ରହିଥାଏ, ଏଭଳି ପରିସ୍ଥିତିରେ ପାଇଲଟ IMCର ବ୍ୟବହାର କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.