ETV Bharat / bharat

ଗଣମାଧ୍ୟମରେ କୋଭିଡ ନ୍ୟୁଜ ପ୍ରସାରଣ ପ୍ରସଙ୍ଗ: କୋର୍ଟ କହିଲେ ରିମୋର୍ଟ ତୁମ ହାତରେ

author img

By

Published : May 13, 2021, 11:02 AM IST

କର୍ଣ୍ଣାଟକ ହାଇକୋର୍ଟରେ ଗଣମାଧ୍ୟମ ସଂସ୍ଥା ବିରୋଧରେ ଚାଲିଥିବା ଜନସ୍ବାର୍ଥ ମାମଲାର ସମାଧାନ ହୋଇଛି । ଅଧିକ ପଢନ୍ତୁ...

ଗଣମାଧ୍ୟମ ସଂସ୍ଥା ବିରୋଧରେ ଜନସ୍ବାର୍ଥ୍ୟ ମାମଲା, ସମାଧାନ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ:କୋଭିଡ-19 ପରିସ୍ଥିତି ଏବଂ ପୀଡିତାଙ୍କ ସମ୍ପର୍କୀୟଙ୍କ ଦୁଃଖଦ ସମୟର ଦୃଶ୍ୟକୁ ପ୍ରସାରଣ କରିଥିବା ଏକ ଭିଜୁଆଲ ମିଡିଆ ବିରୋଧରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ତେବେ ବୁଧବାର କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ସମାଧାନ କରିଛନ୍ତି ।

ଲେଜ କିଟ ଫାଉଣ୍ଡେସନ ନାମକ ଏକ ସଂସ୍ଥା ଗଣମାଧ୍ୟମ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଗଣମାଧ୍ୟମ ସଂସ୍ଥାଗୁଡିକ ମହାମାରୀର ନକରାତ୍ମକ ଦୃଶ୍ୟ ପ୍ରସାରଣ କରୁଛନ୍ତି । ମହାମାରୀରେ ମୃତ୍ୟୁବରଣ କରୁଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ଖବର ଓ ଭିଡିଓ ପ୍ରସାରିତ କରିବା ସହିତ ଅନ୍ତିମ ସଂସ୍କାର, କାନ୍ଦ ବୋବାଳି ଭଳି ଦୃଶ୍ୟ ପ୍ରସାରିତ କରୁଛନ୍ତି । ଯାହାକୁ ଦେଖି ସାଧାରଣ ଲୋକମାନେ ଭୟଭୀତ ହୋଇପଡୁଛନ୍ତି ବୋଲି ଫାଉଣ୍ଡେସନ ପକ୍ଷରୁ ଅଭିଯୋଗ ହୋଇଥିଲା ।

ଗଣମାଧ୍ୟମ ସଂସ୍ଥା ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଲୋକଙ୍କ ହାତରେ ଟେଲିଭିଜନର ରିମୋଟ ରହିଛି । ସେମାନଙ୍କ କୋରୋନା ମହାମାରୀ ସମ୍ପର୍କିତ ଖବର ନ ଦେଖିବାକୁ ଚାହୁଁଥିଲେ ଏହାକୁ ବଦଳାଇ ଅନ୍ୟ ଚ୍ୟାନେଲ କିମ୍ବା ଅନ୍ୟ ବିଷୟବସ୍ତୁ ମଧ୍ୟ ଦେଖିପାରିବେ । ଗଣମାଧ୍ୟମ ସଂସ୍ଥା ବିରୋଧରେ ଚାଲିଥିବା ଏହି ମାମଲାଟି ମୁଖ୍ୟ ଜଷ୍ଟିସ ଏଏସ ଓକାଙ୍କ ନେତୃତ୍ବରେ ବିଚାର କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.