ETV Bharat / bharat

ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ CJIଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

PIL in SC: ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟ ନିଯୁକ୍ତି ସଂପର୍କିତ ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସାମିଲ ଦାବିରେ ଜନସ୍ବାର୍ଥ ମାମଲା । ସୁପ୍ରିମକୋର୍ଟରେ ପିଆଇଏଲ୍ ଦାଖଲ କରିଛନ୍ତି ଆଡଭୋକେଟ ଗୋପାଳ ସିଂହ । ଅଧିକ ପଢ଼ନ୍ତୁ,

ସିଇସି ଓ ଇସି ନିଯୁକ୍ତି ଚୟନ କମିଟିରେ ସିଜେଆଇଙ୍କୁ ସାମିଲ ଦାବି: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

author img

By ETV Bharat Odisha Team

Published : Jan 2, 2024, 1:57 PM IST

ନୂଆଦିଲ୍ଲୀ: ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛି ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟ ନିଯୁକ୍ତି ମାମଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ, ଏହି ନିଯୁକ୍ତି ଚୟନ କମିଟିରେ ସାମିଲ କରିବା ଦାବିରେ, ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଛି ଜନସ୍ବାର୍ଥ ମାମଲା । ସୁପ୍ରିମକୋର୍ଟରେ ପିଆଇଏଲ୍ ଦାଖଲ କରିଛନ୍ତି ଆଡଭୋକେଟ ଗୋପାଳ ସିଂହ । ୨୦୨୩ ଡିସେମ୍ବର ୨୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତିକୁ ବାତିଲ କରିବା ପାଇଁ ସୁପ୍ରି୍ମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିଆଇଏଲରେ ଆବେଦନ କରାଯାଇଛି ।

ଏହା ମଧ୍ଯ ପଢନ୍ତୁ: ମୁଖ୍ୟ ନିର୍ବାଚନ କମିଶନ ଓ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାସ୍

ଆଡଭୋକେଟ ଗୋପାଳ ସିଂହ ଆଜି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି । ଏଥିରେ ସେ, ସିଇସି ଏବଂ ଇସିଙ୍କ ନିଯୁକ୍ତି ସଂପର୍କିତ ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ନୂଆ ଆଇନ ଅନୁସାରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ଏବଂ କେନ୍ଦ୍ର କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ନେଇ କମଟି ଗଠିତ ହୋଇଛି। ଏହି କମିଟି ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟଙ୍କୁ ନିଯୁକ୍ତି ଦେବେ । ଏସଂପର୍କିତ ଗେଜେଟ୍ ୨୦୨୩ ଡିସେମ୍ବର ୨୮ ତାରିଖରେ ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ତେବେ ଏହି ଗେଜେଟକୁ ବାତିଲ କରି ପୁଣି ଥରେ ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସାମିଲ କରିବାକୁ, ପିଆଇଏଲରେ ଆବେଦନ କରିଛନ୍ତି ଆଡଭୋକେଟ ଗୋପାଳ ସିଂହ ।

ଏହା ମଧ୍ଯ ପଢନ୍ତୁ: CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ

ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରୁଥିଲେ । ମାତ୍ର କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ ପାଇଁ ସଂସଦରେ ସଂଶୋଧିତ ବିଲ୍ ଆଣିଥିଲେ । ସଂଶୋଧିକ ବିଲରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ସଂସଦର ଶୀତ ଅଧିବେଶନରେ ଏହି ସଂଶୋଧିତ ବିଲ୍ ପାସ୍ ହୋଇଥିଲା । ଡିସେମ୍ବର ୧୨ରେ ରାଜ୍ୟସଭାରେ ଏବଂ ଡିସେମ୍ବର ୨୧ରେ ଲୋକସଭାରେ ପାସ୍ ହୋଇଥିଲା ଏହି ବିଲ୍ । ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ଗତ ଡିସେମ୍ବର ୨୮ ତାରିଖରେ ସରକାରୀ ଗେଜେଟ ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.