ETV Bharat / bharat

ବିରଳ ଚିକିତ୍ସା ସଫଳତା: ଏକ ବର୍ଷର ଶିଶୁର ଫୁସଫୁସରୁ ବାହାରିଲା ନେକଲେସର ମାଳି

ଏକ ବର୍ଷର ଶିଶୁ ଫୁସଫୁସରୁ ବାହାରିଲା ଗିଳି ଦେଇଥିବା ନେକଲେସର ଅଂଶ । ଅତ୍ୟାଧୁନିକ ପ୍ରଣାଳୀରେ ସମ୍ଭବ ହେଲା ଚିକିତ୍ସା । ଅଧିକ ପଢନ୍ତୁ

author img

By

Published : Jun 7, 2022, 10:51 PM IST

ବିରଳ ଚିକିତ୍ସା ସଫଳତା: ଏକ ବର୍ଷର ଶିଶୁ ଫୁସଫୁସରୁ ବାହାରିଲା ନେକଲେସର ଅଂଶ

ଥିରୁଅନନ୍ତପୁରମ: କେରଳ ଡାକ୍ତରଙ୍କ ଏକ ବିରଳ ସଫଳତା ଦେଖିବାକୁ ମିଳିଛି । ମାତ୍ର ଏକ ବର୍ଷ ଶିଶୁର ଫୁସଫୁସରେ ଲାଗିଥିବା ଏକ ହାର (ନେକଲେସ)ର ଏକ ଅଂଶକୁ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀରେ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଦଳ । ଆଜି (ମଙ୍ଗଳବାର) କେରଳର ପଟ୍ଟିମାଟମ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପଟ୍ଟିମାଟମ ପେରୁମ୍ବାଭୋର ଅଞ୍ଚଳରେ ମାତ୍ର ଏକ ବର୍ଷର ଶିଶୁ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରିଥିଲା । ପିତାମାତା ତୁରନ୍ତ ଶିଶୁଟିକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଫୁସଫୁସର ଏକ୍ସ-ରେ ହେବା ପରେ ଶିଶୁଟି ହାରର ଏକ ଅଂଶ ଗିଳି ଦେଇଥିବା ସ୍ପଷ୍ଟ ହୋଇଥିଲା । ଉକ୍ତ ହସ୍ପିଟାଲରେ କୌଣସି ବ୍ୟବସ୍ଥା ନଥିବାରୁ ଶିଶୁଟକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ ।

ତେବେ ପରେ ଶିଶୁଟିକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହସ୍ପିଟାଲର ମୁଖ୍ୟ ଇଣ୍ଟରଭେନସନାଲ ପୁଲମୋନୋଲୋଜିଷ୍ଟ (Chief Interventional Pulmonologist) ଡାକ୍ତର ଟିଙ୍କୁ ଜୋସେଫଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଅତ୍ୟାଧୁନିକ ବ୍ରୋଙ୍କୋସ୍କୋପି ପ୍ରଣାଳୀ (rigid bronchoscopy procedure) ଦ୍ବାରା ଶିଶୁଟିର ବାମ ଫୁସଫୁସରେ ଲାଗିଥିବା ଏହି ହାରର ଅଂଶକୁ ସଫଳତାର ସହ ବାହାର କରିବାରେ ସକ୍ଷମ ହୋଇଛନ୍ତି । ଶିଶୁଟିର ଅବସ୍ଥା ଏବେ ସ୍ଥିର ଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.