ETV Bharat / bharat

ଭାରତରୁ ଟୀକାକରଣ ଆବେଦନ ପ୍ରତ୍ୟାହାର କଲା ଆମେରିକା କମ୍ପାନୀ ଫାଇଜର

author img

By

Published : Feb 5, 2021, 8:27 PM IST

ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିବା ଫାଇଜର ନିଜ ମତ ବଦଳାଇଦେଇଛି । ଭାରତରେ କରଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି ଆମେରିକା ଫାର୍ମା କମ୍ପାନୀ ଫାଇଜର । ଅଧିକ ପଢନ୍ତୁ...

ଭାରତରୁ ଟୀକାକରଣ ଆବେଦନ ପ୍ରତ୍ୟାହାର କଲା ଆମେରିକା କମ୍ପାନୀ ଫାଇଜର
ଭାରତରୁ ଟୀକାକରଣ ଆବେଦନ ପ୍ରତ୍ୟାହାର କଲା ଆମେରିକା କମ୍ପାନୀ ଫାଇଜର

ନୂଆଦିଲ୍ଲୀ: ଭାରତରେ ସର୍ବ ପ୍ରଥମେ କୋଭିଡ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିବା ଫାଇଜର ନିଜ ମତ ବଦଳାଇଦେଇଛି । ଭାରତରେ କରଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି ଆମେରିକା ଫାର୍ମା କମ୍ପାନୀ ଫାଇଜର ।

ଫାଇଜର କମ୍ପାନୀ ସମ୍ବାଦ ସରବରାହ ସଂସ୍ଥା ରଏଟରକୁ ଆବେଦନ ପ୍ରତ୍ୟାହାର ନେଇ ସୂଚନା ଦେଇଛି । ବୁଧବାର ଭାରତରେ ଡ୍ରଗ୍ସ ରେଗୁଲେଟର ସହ ସାକ୍ଷାତ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା କହିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବୈଠକରେ ହୋଇଥିବା ଆଲୋଚନା ଏବଂ ନିୟାମକ ଦ୍ବାରା ଖୋଜାଯାଇଥିବା ଅତିରିକ୍ତ ସୂଚନାକୁ ଆଧାର କରି କମ୍ପାନୀ ଏହି ସମୟରେ ଆବେଦନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ରଏଟର୍ସ ସହିତ ଏକ ଆଲୋଚନାରେ କମ୍ପାନୀ ଅତିରିକ୍ତ ସୂଚନା ସହିତ ପୁନର୍ବାର ଆବେଦନ କରିବ ବୋଲି ସମ୍ଭାବନା ପ୍ରକାଶ କରିଛି । ବ୍ରିଟେନ, ବାହରୀନ, କାନାଡା ସମେତ ଅନେକ ଦେଶ ଫାଇଜରର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିସାରିଛନ୍ତି।

ଦେଶରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ପ୍ରଥମେ ଆବେଦନ କରିଥିଲା । ବର୍ତ୍ତମାନ, ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) କୋଭିସିଲ୍ଡ ଏବଂ କୋଭାକ୍ସିନ ଆଦି ଦୁଇଟି ଟିକାକୁ ଅନୁମତି ଦେଇଛି । କୋଭିସିଲ୍ଡ ଅକ୍ସଫୋର୍ଡ-ଏଷ୍ଟ୍ରାଜାନେକା ଦ୍ବାରା ମିଳିତ ଭାବରେ ବିକଶିତ | ଏଥିସହିତ ଏହା ବିଶ୍ବର ସର୍ବବୃହତ ଟିକା ଉତ୍ପାଦନକାରୀ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ପ୍ରସ୍ତୁତ କରାଯାଉଛି।

ସେହିପରି ଭାରତ ବାୟୋଟେକ ଏବଂ ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ବାରା କୋଭାକ୍ସିନ ପ୍ରସ୍ତୁତ କରାଯାଇଛି। ହାଇଦ୍ରାବାଦରେ ଏହା ପ୍ରସ୍ତୁତ କରାଯାଉଛି । ଦେଶରେ ଟିକା କାର୍ଯ୍ୟକ୍ରମ 16 ଜାନୁଆରୀରୁ ଆରମ୍ଭ ହୋଇଛି । ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ 45 ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି। ସରକାର କେବଳ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.