ETV Bharat / bharat

ଭାରତରେ ଅନୁମୋଦନ ପ୍ରକ୍ରିୟାର ଫାଇନାଲ ଷ୍ଟେଜ୍‌ରେ ଫାଇଜର - ଫାଇଜର ଭ୍ୟାକ୍ସିନ

ଫାଇଜର ଭ୍ୟାକ୍ସିନ ଭାରତରେ ଅନୁମୋଦନ ପ୍ରାପ୍ତ କରିବାର ଫାଇନାଲ ଷ୍ଟେଜ୍‌ରେ ଥିବା ଦାବି କରିଛି ଆମେରିକା ସ୍ଥିତ ଫାର୍ମା କମ୍ପାନୀ । ଅଧିକ ପଢନ୍ତୁ...

ଭାରତରେ ଅନୁମୋଦନ ପ୍ରକ୍ରିୟାର ଫାଇନାଲ ଷ୍ଟେଜ୍‌ରେ ଫାଇଜର

author img

By

Published : Jun 22, 2021, 8:04 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଟୀକାକରଣ କାର୍ଯ୍ୟକ୍ରମରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛି ଆଉ ଏକ ଭ୍ୟାକ୍ସିନ । ଫାଇଜର ଭ୍ୟାକ୍ସିନ ଭାରତରେ ଅନୁମୋଦନ ପ୍ରାପ୍ତ କରିବାର ଫାଇନାଲ ଷ୍ଟେଜ୍‌ରେ ଥିବା ଦାବି କରିଛି ଆମେରିକା ସ୍ଥିତ ଫାର୍ମା କମ୍ପାନୀ ।

ଫାଇଜରର ସିଇଓ ଦାବି କରିଛନ୍ତି ଯେ କମ୍ପାନୀ ଟିକା ଭାରତରେ ଅନୁମୋଦନ ପାଇବା ପାଇଁ ଶେଷ ପର୍ଯ୍ୟାୟରେ ଅଛି। ଖୁବ ଶୀଘ୍ର କମ୍ପାନୀ ସହ ଭାରତ ସରକାରଙ୍କ ଚୁକ୍ତି ହୋଇପାରେ ବୋଲି ଆଶା ପ୍ରକଟ କରିଛନ୍ତି ସିଇଓ ଆଲବର୍ଟ ବୋରଲା ।

ଗତ ମାସରେ ଫାଇଜର କହିଥିଲା ଯେ ଭାରତକୁ ଏହାର କମ୍ପାନୀ 5 କୋଟି ଡୋଜ ଦେବାକୁ ପ୍ରସ୍ତୁତ ରହିଛି । ତେବେ କ୍ଷତିପୂରଣ ନିୟମ ସହିତ କମ୍ପାନୀ କିଛି ରେଗୁଲେଟରୀ ରିଲାକ୍ସସେସନ ମଧ୍ୟ ମାଗିଥିଲା।

ଏହା ପୂର୍ବରୁ ଖବର ଆସିଥିଲା ​​ଯେ ଟୀକାକରଣ ପାଇଁ ଭାରତ ସରକାର ଶୀଘ୍ର ବିଦେଶୀ କୋଭିଡ ଟିକା ଫାଇଫାଇଜରକୁ ଅନୁମୋଦନ କରିପାରନ୍ତି। ଏହା ସହିତ ଫାଇଜର କମ୍ପାନୀ ମଧ୍ୟ ଆଇନଗତ ଦାୟିତ୍ବରୁ ସୁରକ୍ଷା ପାଇପାରିବ |

। ଏପ୍ରିଲରେ କୋଭିଡ ଟିକା ପ୍ରସ୍ତୁତ କରିବାକୁ ଭାରତ ଫାଇଜର, ମୋଡର୍ନା ଏବଂ ଜନସନ ଆଣ୍ଡ ଜନସନଙ୍କୁ ଆମନ୍ତ୍ରଣ କରିଥିଲା । ହେଲେ ବର୍ତ୍ତମାନସୁଦ୍ଧା କେନ୍ଦ୍ର ସରକାର ଏବଂ କମ୍ପାନୀ ମଧ୍ୟରେ କୌଣସି ଚୁକ୍ତିନାମା ହୋଇପାରି ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.