ETV Bharat / bharat

ପେଟ୍ରୋଲିୟମ ଦର: ସରକାର ନିଆଁରେ ଇନ୍ଧନ ଢାଳିବା ଉଚିତ ନୁହେଁ - ଅଶୋଧିତ ତୈଳ

ପ୍ରାୟ ବର୍ଷେ ତଳେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 70 ଡଲାର ଥିଲା ଏବଂ ତିନି ମାସ ସମୟ ଭିତରେ ଏହା 50 ପ୍ରତିଶତ ହ୍ରାସ ପାଇଥିଲା । ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ରହିଛି 55 ଡଲାର । ତଥାପି ଘରୋଇ ବଜାରରେ ପେଟ୍ରୋଲିୟମଜାତ ଇନ୍ଧନର ମୂଲ୍ୟ ସର୍ବୋଚ୍ଚ ରେକର୍ଡ ସ୍ତରରେ ପହଞ୍ଚିଲାଣି । ଅଧିକ ପଢନ୍ତୁ...

ପେଟ୍ରୋଲିୟମ ଦର: ସରକାର ନିଆଁରେ ଇନ୍ଧନ ଢାଳିବା ଉଚିତ ନୁହେଁ

author img

By

Published : Jan 30, 2021, 6:21 PM IST

ଲଗାମଛଡ଼ା ଘୋଡ଼ା ଭଳି ପେଟ୍ରୋଲ ଓ ଡିଜେଲର ଦର ଆଗକୁ ବଢ଼ିବାରେ ଲାଗିଛି ଏବଂ ଦେଶର ଗ୍ରାହକମାନଙ୍କ ମନରେ ଛନକା ପୂରାଇ ଏକ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି । ସାରା ଦେଶରେ ଡିଜେଲର ମୂଲ୍ୟ ହାଇଦ୍ରାବାଦରେ ସବୁଠୁ ଅଧିକ । ଏଠାରେ ଏହା ଏବେ ଲିଟର ପିଛା 83 ଟଙ୍କା ରହିଛି । ମୁମ୍ବାଇ ଓ ଜୟପୁରରେ ପେଟ୍ରୋଲର ଦର ଲିଟର ପିଛା 90 ଟଙ୍କାକୁ ଟପି ରେକର୍ଡସ୍ତରରେ ପହଞ୍ଚିଛି । ରାଜସ୍ଥାନରେ ପ୍ରିମିୟମ ପେଟ୍ରୋଲର ମୂଲ୍ୟ ଲିଟର ପିଛା 100 ଟଙ୍କାରୁ ଅଧିକ । 2018 ଅକ୍‌ଟୋବରରେ ପେଟ୍ରୋଲ ଲିଟର ପିଛା 80 ଟଙ୍କା ଏବଂ ଡିଜେଲ ଲିଟର ପିଛା 75 ଟଙ୍କା ରହିଥିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍‌ ପିଛା 80 ଆମେରିକୀୟ ଡଲାର ରହିଥିଲା ।

ପ୍ରାୟ ବର୍ଷେ ତଳେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 70 ଡଲାର ଥିଲା ଏବଂ ତିନି ମାସ ସମୟ ଭିତରେ ଏହା 50 ପ୍ରତିଶତ ହ୍ରାସ ପାଇଥିଲା । ଏବେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ରହିଛି 55 ଡଲାର । ତଥାପି ଘରୋଇ ବଜାରରେ ପେଟ୍ରୋଲିୟମଜାତ ଇନ୍ଧନର ମୂଲ୍ୟ ସର୍ବୋଚ୍ଚ ରେକର୍ଡ ସ୍ତରରେ ପହଞ୍ଚିଲାଣି । ବିଡ଼ମ୍ବନାର ବିଷୟ ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ସର୍ବନିମ୍ନ ସ୍ତରରେ ରହିଥିବା ସମୟରେ ଆମ ଦେଶର ଇନ୍ଧନ ବ୍ୟବହାରକାରୀମାନେ ଏଥିରୁ କୌଣସି ଫାଇଦା ପାଇନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ଦରଦାମର ଅସ୍ଥିରତା ସହିତ ମେଳ ଖୁଆଇବା ଆଳରେ ହରଦମ୍‌ ଦରବୃଦ୍ଧି ଜନିତ ଚାପ ଗ୍ରାହକମାନଙ୍କୁ ସହିବାକୁ ପଡୁଛି ।

ଅନ୍ୟପକ୍ଷରେ, ପେଟ୍ରୋଲିୟମ ଉତ୍ପାଦନର ଦରବୃଦ୍ଧିକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଯାଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେକ ଅଦ୍ଭୁତ କାରଣ ଉପସ୍ଥାପନ କରିଛନ୍ତି । ତାଙ୍କ କହିବା ଅନୁସାରେ, ତୈଳ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶ ସମୂହ (OPEC) ଯୁକ୍ତିସଂଗତ ମୂଲ୍ୟରେ ତୈଳ ଯୋଗାଇବାକୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବାରୁ ତୈଳ ଦରବୃଦ୍ଧି ଘଟୁଛି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଗତ ବର୍ଷ ଏପ୍ରିଲ ମାସରେ ତୈଳର ଚାହିଦା ମାତ୍ରାଧିକ ହ୍ରାସ ପାଇବା କାରଣରୁ OPEC ଘୋର ସଂକଟର ସମ୍ମୁଖୀନ ହୋଇଥିଲା । ସେତେବେଳେ ଭାରତର ଘରୋଇ ବଜାରରେ ଚାହିଦା ନଥିଲେ ମଧ୍ୟ ଭାରତ ଇନ୍ଧନ ଆମଦାନୀ ଅବ୍ୟାହତ ରଖି OPECକୁ ସଂକଟରୁ ଉଦ୍ଧାର କରିଥିଲା । ଏହି ସହଯୋଗ ବଦଳରେ ନ୍ୟାଯ୍ୟ ମୂଲ୍ୟରେ ତୈଳ ଯୋଗାଣ ନିମନ୍ତେ ଏହି ସଂଗଠନ ପକ୍ଷରୁ ଭାରତକୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ ଯୁକ୍ତିର ମର୍ମ ଏହା ଯେ, OPEC ଭାରତକୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହେବା କାରଣରୁ ହିଁ ଭାରତରେ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବଢୁଛି କି କମୁଛି, ତାହା ବିଚାରକୁ ନ ନେଇ ସରକାର ପେଟ୍ରୋଲିୟମର ଦର ବଢ଼ାଇବାରେ ଲାଗିଛନ୍ତି ଏବଂ ଏହା ଊପରେ ଅତିରିକ୍ତ ଶୁଳ୍‌କ ବା ସେସ୍‌ ମଧ୍ୟ ଲାଗୁ କରୁଛନ୍ତି । ବିଧି ବ୍ୟବସ୍ଥାକୁ ବେଖାତିର କରି ଲୋକଙ୍କୁ ଲୁଟିବା ସହିତ ଏହା ସମାନ ନୁହେଁ କି ? ସମଗ୍ର ଦକ୍ଷିଣ ଏସିଆରେ ଭାରତରେ ପେଟ୍ରୋଲିୟମ ଦର ସବୁଠୁଁ ଅଧିକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲିୟମ ଇନ୍ଧନ ଉପରେ ଟିକସ ବସାଇ ଏହି ଦରବୃଦ୍ଧିର କାରଣ ସାଜିଛନ୍ତି । ପୂର୍ବରୁ, ରଙ୍ଗରାଜନ କମିଟି ଉଲ୍ଲେଖ କରିଥିଲେ ଯେ, ସେ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଦର ଉପରେ 56 ପ୍ରତିଶତ ଏବଂ ଡିଜେଲ 2 ଦର ଉପରେ 36 ପ୍ରତିଶତ ଟିକସ ଲାଗୁ କରିଥିଲେ । ଉପଲବ୍‌ଧ ସର୍ବଶେଷ ତଥ୍ୟ ଅନୁସାରେ ବର୍ତ୍ତମାନ ସରକାର ପେଟ୍ରୋଲ ମୂଲ୍ୟ ଉପରେ 67 ପ୍ରତିଶତ ଏବଂ ଡିଜେଲ ମୂଲ୍ୟ ଉପରେ 61 ପ୍ରତିଶତ ଟିକସ ଲାଗୁ କରିଛନ୍ତି ।

ପରିସଂଖ୍ୟାନରୁ ଜଣାଯାଏ ଯେ, 2015ରୁ 2020 ମସିହା ଭିତରେ ଇନ୍ଧନ ବିକ୍ରିରୁ କେନ୍ଦ୍ର ସରକାରଙ୍କ ଆୟ ଦୁଇ ଗୁଣ ହୋଇଛି ଏବଂ ଏହି କ୍ଷେତ୍ରରୁ ବିଭିନ୍ନ ରାଜ୍ୟ ସରକାରଙ୍କ ଆୟ 38 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ (CGA) ପ୍ରକାଶ କରିଛନ୍ତି ଯେ, କୋରୋନା ବିଶ୍ବ ମହାମାରୀର ପ୍ରାଦୁର୍ଭାବ ସମୟରେ ଦେଶରେ ପେଟ୍ରୋଲର ଉପଯୋଗ ଅନେକାଂଶରେ ହ୍ରାସ ପାଇଥିଲେ ବି ସେହି ସମୟରେ ପେଟ୍ରୋଲିୟମ କ୍ଷେତ୍ରରୁ କେନ୍ଦ୍ର ସରକାରଙ୍କ ଆୟ ବଢ଼ିବାରେ ଲାଗିଥିଲା । ଶିଥିଳାବସ୍ଥାରେ ରହିଥିବା ଦେଶର ଅର୍ଥବ୍ୟବସ୍ଥାକୁ ପୁନରୁଜ୍ଜୀବିତ କରିବା ସକାଶେ ଇନ୍ଧନ ଏକ ପ୍ରକୃଷ୍ଟ ଉତ୍ସ । ଲୋକମାନଙ୍କର ବିଭିନ୍ନ ଆର୍ଥିକ କାର୍ଯ୍ୟକ୍ରମକୁ ପୁଣି ସଚଳାବସ୍ଥାକୁ ଫେରାଇ ଆଣିବା ନିମନ୍ତେ ପେଟ୍ରୋଲର ପ୍ରୟୋଜନୀୟତା ବେଶ ଅଧିକ । ସେହି କାରଣରୁ ହିଁ ରନ୍ଧନ ଗ୍ୟାସ (LPG) ଓ କିରୋସିନ ସମେତ ସମସ୍ତ ପେଟ୍ରୋଲିୟମଜାତ ଇନ୍ଧନର ଦରବୃଦ୍ଧି ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏଗୁଡ଼ିକୁ ସାମଗ୍ରୀ ଓ ସେବା ଟିକସ (GST) ପରିସରଭୁକ୍ତ କରିବା ଲାଗି ଦାବି ହୋଇଆସୁଛି ।

ଆକଳନ କରାଯାଏ ଯେ, ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରୁଥିବା ସବୁ ଟିକସ ଛାଡ଼ କରିଦିଅନ୍ତି, ତେବେ ଆମେ ଲିଟର ପିଛା 30 ଟଙ୍କା ମୂଲ୍ୟରେ ପେଟ୍ରୋଲ ପାଇପାରିବା । ଏଭଳି ଆକଳନକୁ ନଜରରେ ରଖି, କେନ୍ଦ୍ର ଓ ରାଜ୍ୟ ସରକାରମାନେ ଉନ୍ଧନ ଉପରେ ଏପରି ଭାବରେ ଟିକସ ଲାଗୁ କରିବା ଉଚିତ ହେବ, ଯେପରିକି ଏହା ଏକ ଇଚ୍ଛାଧୀନ ସ୍ତରରେ ରହିପାରିବ । ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ଦରବୃଦ୍ଧି ଘଟିଲେ ମଧ୍ୟ ଦେଶର ଦୀର୍ଘକାଳୀନ ସ୍ବାର୍ଥକୁ ଆଖିରେ ରଖି ଏହା ଉପରେ ସର୍ବନିମ୍ନ ହାରରେ ଟିକସ ଲାଗୁ କରିବା ଉଚିତ । ସଂପ୍ରତି ବିଶ୍ବ ମହାମାରୀ ଯୋଗୁଁ ଲୋକଙ୍କ ଜୀବନଧାରା ବିପର୍ଯ୍ୟସ୍ତ ହୋଇସାରିଛି । ଏହି ସ୍ଥିତିକୁ ଆଉ ଅଧିକ ନ ବିଗାଡ଼ିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲିୟମ ଦର ଉପରେ ଆଉ ଅଧିକ ଟିକସ ଲାଗୁ କରିବାରୁ ବିରତ ରହିବା ଉଚିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.