ETV Bharat / bharat

ବେଲଗାମ ତୈଳ ଦର, ଶ୍ରୀନଗରରେ ସେଞ୍ଚୁରି ଛୁଇଁଲା ପେଟ୍ରୋଲ

author img

By

Published : Feb 17, 2021, 1:20 PM IST

ତେଲ ଦରରେ ନିଆଁ । ଲଗାତର ନବମ ଦିନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ସେପଟେ ଆକାଶ ଛୁଆଁ ଦରକୁ ନେଇ ଅସନ୍ତୋଷ ଜନତା । ଅଧିକ ପଢନ୍ତୁ...

ବେଲଗାମ ତୈଳ ଦର
ବେଲଗାମ ତୈଳ ଦର

ନୂଆଦିଲ୍ଲୀ: ତମାମ ବିରୋଧ ଏବଂ ଅନ୍ଦୋଳନ ପରେ ମଧ୍ୟ ବଢିଚାଲିଛି ତୈଳଦର । ତୈଳ ଦରରେ ଲାଗୁନି ଲଗାମ । ନବମ ଦିନରେ ସାରା ଦେଶରେ ବଢିଲା ପେଟ୍ରୋଲ ଡିଜେଲ ଦର । ଉଭୟ ତୈଳର ଦର 25 ପଇସା ଲେଖାଁଏ ବୃଦ୍ଧି ପାଇଛି । ବୁଧବାର ଦେଶର ପ୍ରମୁଖ ସ୍ଥାନମାନଙ୍କରେ ପେଟ୍ରୋଲ ଲିଟର ପିଛା 2 ଟଙ୍କା 59 ପଇସା ଏବଂ ଡିଜେଲ ଲିଟର ପିଛା 2 ଟଙ୍କା 82 ପଇସାକୁ ବୃଦ୍ଧି ପାଇଛି ।

ରାଜଧାନୀରେ ପେଟ୍ରୋଲ ଲିଟର ପିଛା 89.54 ଟଙ୍କା ଓ ଡିଜେଲ 79.95 ପଇସାରେ ବିକ୍ରି ହେଉଛି । ସେହିପରି ରାଜସ୍ଥାନ ଏବଂ ଶ୍ରୀନଗରରେ ପେଟ୍ରୋଲ ଲିଟର ପିଛା ରହିଛି 100 ଟଙ୍କା 07 ପଇସା ।

ଅନ୍ୟ ସହର ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 96.00 ଟଙ୍କା ରହିଛି । ଡିଜେଲ ଦାମ 86.98 ରହିଛି । କୋଲକାତାରେ ମଧ୍ୟ ପେଟ୍ରୋଲ 90 ଟଙ୍କା 78 ପଇସା ରହିଛି । ଡିଜେଲ ଲିଟର ପିଛା 83 ଟଙ୍କା 54 ପଇସା ରହିଛି ।

ସେହିପରି ଚେନ୍ନାଇରେ 91.68 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ 85.01 ଟଙ୍କା ରେ ବିକ୍ରି ହେଉଛି । ପେଟ୍ରୋଲ ଦର ବଢିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପରିବହନ ବିଭାଗ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.