ETV Bharat / bharat

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅପିଲ, ବୃଜଭୂଷଣଙ୍କ ରୋଷେୟା ଦାଖଲ କଲେ ପିଟିସନ

author img

By

Published : Jan 23, 2023, 7:54 PM IST

WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ ହୋଇଛି । ବୃଜଭୂଷଣ ଶରଣ ସିଂହଙ୍କ ବାସଭବନରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏହି ପିଟିସନ ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

କୁସ୍ତି ଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ

ହାଇଦ୍ରାବାଦ: ଭାରତୀୟ କୁସ୍ତି ମହାସଂଘ(WFI) ଓ କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ନିକଟରେ WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ଜନ୍ତରମନ୍ତରଠାରେ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ ହୋଇଛି । ଏନେଇ ବିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାଙ୍କ ବିରୋଧରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଯଦି କୌଣସି ମହିଳା କୁସ୍ତି ଯୋଦ୍ଧାଙ୍କର ଯୌନ ଶୋଷଣ ହୋଇଛି, ତେବେ ସେ ଥାନାରେ ଅଭିଯୋଗ କରି ତଦନ୍ତ କରାନ୍ତୁ ବୋଲି ପିଟିସନରେ ଦର୍ଶାଯାଇଛି ।

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ବିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ, ଆନ୍ଦୋଳନରତ କୁସ୍ତି ଯୋଦ୍ଧାମାନେ ଆଇନର ଦୁରୁପଯୋଗ କରିଛନ୍ତି ଏବଂ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛନ୍ତି । ଜଣେ ମହିଳା କୁସ୍ତି ଯୋଦ୍ଧାଙ୍କର ଯୌନ ଶୋଷଣ ଭଳି ମିଥ୍ୟା ଅଭିଯୋଗ ଆଣି ବୃଜଭୂଷଣଙ୍କର ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛନ୍ତି । ତେବେ ଏହି ଅଭିଯୋଗକାରୀ ହେଉଛନ୍ତି ବୃଜଭୂଷଣ ଶରଣ ସିଂହଙ୍କ ବାସଭବନରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ବିକି । ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଏହା ଥିଲା ଘଟଣା:- ନିକଟରେ ସାକ୍ଷୀ ମଲିକ, ବିନେଶ ଫୋଗତ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନେକ ନାମିଦାମୀ କୁସ୍ତି ଯୋଦ୍ଧା ଦିଲ୍ଲୀର ଜନ୍ତରମନ୍ତରଠାରେ WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରି ଆନ୍ଦୋଳନରେ ବସିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେମାନଙ୍କର ସମସ୍ୟା ଦୂର କରାଯିବା ନେଇ ସରକାରଙ୍କ ତରଫରୁ ସେମାନଙ୍କୁ ଆଶ୍ବାସନା ମିଳିଥିଲା । ଏହାପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ WFI ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ସହ ଆସନ୍ତା ୪ ସପ୍ତାହ ପାଇଁ କୁସ୍ତି ସଙ୍ଘରୁ ଦୂରରେ ରହିବାକୁ ମଧ୍ୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.