ETV Bharat / bharat

ବିହାରରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ଅଭିଯୋଗ ! - ବିହାରରେ ବିଷାକ୍ତ ମଦ ନେଲା ଜୀବନ

ବିହାରରେ ମଦ ବନ୍ଦ ପରେ ବି ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ଜୀବନ ଯାଇଛି । ପୁଣି ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୁଣି ବିହାରରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Aug 12, 2022, 3:06 PM IST

ପାଟନା: ବିହାରରେ ସରଣ ଜିଲ୍ଲାରୁ ଆସିଛି ପୁଣି ମଦ ମୃତ୍ୟୁ ଅଭିଯୋଗ । ମଦ ପିଇ ପାଞ୍ଜ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ କୈଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଜଣେ ମୃତକ ଗଡକା ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ସମସ୍ତ ମୃତକ ମରହୋରା (Marhaura) ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁସାରେ,ବିହାରରେ ସରଣ ଜିଲ୍ଲା ଭୁଆଲପୁର ଗାଁ (Bhualpur Village) ରେ ବିଷାକ୍ତ ମଦ ପିଇ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ପରେ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣଙ୍କ ଆଜି ମୃତ୍ୟୁ ହୋଇଛି । ହେଲେ ଏନେଇ ପ୍ରଶାସନ ପକ୍ଷରୁ କୈଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିହାରରେ ମଦ ବ୍ୟାନ ଥିବା ବେଳେ ରାଜ୍ୟକୁ କେଉଁଠୁ ମଦ ଆସୁଛି ସେନେଇ ତଦନ୍ତ ଚଳାଇଛି ପୋଲିସ । ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ୩ ରେ ବିଷାକ୍ତ ମଦ ପିଇ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଅଧିକ ଅସୁସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାୟ 173 ଜଣଙ୍କ ଜୀବନ ଯାଇଥିବା ବେଳେ ଜାନୁୟାରୀ 2022ରେ, ବିହାରର ବକ୍ସର, ସରଣ ଏବଂ ନାଳନ୍ଦା ଜିଲ୍ଲାରେ ମଦ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଷାକ୍ତ ମଦ ପିଇ ଏହି ତିନି ଜିଲ୍ଲାରେ ପ୍ରାୟ 36 ଜଣଙ୍କର ମୃତ୍ୟୁ ହୋଇଛି । ଏହା ପ୍ରମାଣ କରୁଛି ଯେ, ବିହାରରେ ମଦମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ନୀତିଶ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.