ETV Bharat / bharat

ପିସିଓ ଏବଂ ଚର୍ମ ଓ କେଶ ଉପରେ ଏହାର ପ୍ରଭାବ - PCOS and its effects on skin and hair

PCO ହେଉଛି ଏକ ଜଟିଳ ବ୍ୟାଧି କିମ୍ବା ଏହାକୁ ଏକ ସ୍ପେକ୍ଟ୍ରାଲ ବ୍ୟାଧି କୁହାଯାଇପାରେ ଯାହାର କୌଣସି ଗୋଟିଏ ପ୍ରକାର କ୍ଲିନିକ କିମ୍ବା ଲାବୋରେଟୋରୀ ଡାଇଗ୍ନୋଷ୍ଟିକ ମାପଦଣ୍ଡ ନାହିଁ । ପଲିସିଶ୍ଚିକ୍ ଓଭାରି ସିଣ୍ଚ୍ରୋମ ଏକ ପ୍ରକାର ସାଧାରଣ ହରମୋନାଲ୍ ବ୍ୟାଧି ଯାହାକି ବିଶ୍ବବ୍ୟାପୀ ସବୁଠି ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ଡର୍ମାଲିଙ୍କର ଚିକିତ୍ସା ବିଭାଗ ମୁଖ୍ୟ ଡର୍ମାଟୋଲୋଜିଷ୍ଟ ଡକ୍ଟର ବିଦୁଷୀ ଜୈନ କହନ୍ତି: "ଏହାର ଏକ ଅଜଣା ଇତିଓଲୋଜି ରହିଛି ଏବଂ ଏହା ଏକ ହେଟ୍ରୋଜେନିୟସ ବ୍ୟାଧି ଭାବେ ପରିଗଣିତ ହୁଏ, ଯାହାଦ୍ବାରା ଗର୍ଭାଶୟରୁ ମୁଖ୍ୟତଃ ପୁରୁଷ ହରମୋନ ଅଧିକ ସଂଖ୍ୟାରେ ଉତ୍ପନ୍ନ ହୋଇଥାନ୍ତି ଯାହା ଇନସୁଲିନ ପ୍ରତିରୋଧ କରିଥାନ୍ତି।"

ପିସିଓ ଏବଂ ଚର୍ମ ଓ କେଶ ଉପରେ ଏହାର ପ୍ରଭାବ
ପିସିଓ ଏବଂ ଚର୍ମ ଓ କେଶ ଉପରେ ଏହାର ପ୍ରଭାବ
author img

By

Published : Mar 16, 2021, 8:10 AM IST

PCO ହେଉଛି ଏକ ଜଟିଳ ବ୍ୟାଧି କିମ୍ବା ଏହାକୁ ଏକ ସ୍ପେକ୍ଟ୍ରାଲ ବ୍ୟାଧି କୁହାଯାଇପାରେ ଯାହାର କୌଣସି ଗୋଟିଏ ପ୍ରକାର କ୍ଲିନିକ କିମ୍ବା ଲାବୋରେଟୋରୀ ଡାଇଗ୍ନୋଷ୍ଟିକ ମାପଦଣ୍ଡ ନାହିଁ । ପଲିସିଶ୍ଚିକ୍ ଓଭାରି ସିଣ୍ଚ୍ରୋମ ଏକ ପ୍ରକାର ସାଧାରଣ ହରମୋନାଲ୍ ବ୍ୟାଧି ଯାହାକି ବିଶ୍ବବ୍ୟାପୀ ସବୁଠି ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ଡର୍ମାଲିଙ୍କର ଚିକିତ୍ସା ବିଭାଗ ମୁଖ୍ୟ ଡର୍ମାଟୋଲୋଜିଷ୍ଟ ଡକ୍ଟର ବିଦୁଷୀ ଜୈନ କହନ୍ତି: "ଏହାର ଏକ ଅଜଣା ଇତିଓଲୋଜି ରହିଛି ଏବଂ ଏହା ଏକ ହେଟ୍ରୋଜେନିୟସ ବ୍ୟାଧି ଭାବେ ପରିଗଣିତ ହୁଏ, ଯାହାଦ୍ବାରା ଗର୍ଭାଶୟରୁ ମୁଖ୍ୟତଃ ପୁରୁଷ ହରମୋନ ଅଧିକ ସଂଖ୍ୟାରେ ଉତ୍ପନ୍ନ ହୋଇଥାନ୍ତି ଯାହା ଇନସୁଲିନ ପ୍ରତିରୋଧ କରିଥାନ୍ତି।"

ଏହି ରୋଗରେ ପୀଡିତ ପ୍ରତ୍ୟେକ ରୋଗୀଙ୍କୁ ଭିନ୍ନ ଭିନ୍ନ ଭାବେ ଚିକିତ୍ସା କରାଯାଇଥାଏ। ସମସ୍ତେ ଭିନ୍ନ ଭିନ୍ନ ପ୍ରକାର କଷ୍ଚ ଭୋଗିଥାନ୍ତି । ସାଧାରଣରେ ଯାହା କୁହାଯାଏ ତାହାର ବିପରିତ ଭାବେ ପିସିଓ ଥିବା ମୋଟା ଲୋକଙ୍କ ମଧ୍ୟରେ ଏହା ଅଧିକ ମାତ୍ରାରେ ଦେଖାଦିଏ, କିନ୍ତୁ ପତଳା ପିସିଓ ରହିଛି ଯାହାକୁ ଫେନୋଟାଇପ୍ କୁହାଯାଏ । ଏଣ୍ଡୋକ୍ରିନୋଲୋଜିକାଲ ସମସ୍ୟା ବିଚାରକୁ ନେଇ ସେମାନଙ୍କର କ୍ଲିନିକାଲ ଅନୁଧ୍ୟାନକୁ ଆଧାର କରି ପିସିଓ ମହିଳାମାନଙ୍କୁ ସବ୍ ଗ୍ରୁପ୍ କରାଯାଇପାରେ ଏବଂ ତଦନୁଯାୟୀ ସେମାନଙ୍କର ମେଡିକାଲ ଯାଞ୍ଚ କରି ଆବଶ୍ୟକ ଚିକିତ୍ସା କରାଯାଇ ପାରିବ ବୋଲି ଡାକ୍ତର କହିଛନ୍ତି ।

ଇନସୁଲିନ ପ୍ରତିରୋଧ ଅର୍ଥାତ୍ ସାଧାରଣତଃ ଇନସୁଲିନ ପ୍ରତି ଶରୀର ରେସପଣ୍ଡ ନକରିବା ଦ୍ବାରା ପିସିଓ ପାଥୋଲୋଜି ବ୍ୟାଧି ଆରମ୍ଭ ହୋଇଥାଏ ଏବଂ ଏହାଦ୍ବାରା ଅଗ୍ନାଶୟରୁ ଇନସୁଲିନ କ୍ଷରଣ ବୃଦ୍ଧି ହୁଏ ଯାହାଦ୍ବାରା ପ୍ରଦାହ ଏବଂ ଓଜନ ବୃଦ୍ଧି ହୋଇଥାଏ । ଅଧିକ ପରିମାଣର ଇନସୁଲିନ ଆନାଭ୍ୟୁଲେସନ ସୃଷ୍ଟି କରେ ଏବଂ ଗର୍ଭାଶୟ ( ହାଇପର ଆଣ୍ଡ୍ରୋଜେନିଜିମ୍)ରୁ ଟେଷ୍ଚୋଷ୍ଟେରନ୍ନି ର୍ବତକୁ ମଧ୍ୟ ପ୍ରୋତ୍ସାହିତ କରେ। ଡକ୍ଟର ଜୈନ୍ ଆହୁରି ବି କହିଛନ୍ତି: ଅନିୟମିତ ରୁତୁସ୍ରାବ କିମ୍ବା ବନ୍ଧ୍ୟାକରଣ ତୁଳନାରେ ଏହାର ଯଥେଷ୍ଟ ପୂର୍ବରୁ ପିସିଓ ବ୍ୟାଧିର ଲକ୍ଷଣ ଚର୍ମରେ ପ୍ରତିଫଳିତ ହୁଏ ଏବଂ ଏହା ରୋଗକୁ ଆଗୁଆଚିହ୍ନଟ କରିବାରେ ତଥା ରୋକିବାରେ ସହାୟକ ହୋଇଥାଏ ।

ସେ ଆହୁରି ବି ବର୍ଣ୍ଣନା କରି କହିଛନ୍ତି:

1. ଆକାଣ୍ଟୋସିସ୍ ନିଗ୍ରିକାନ୍ ହେଉଛି ଏକ ଚର୍ମରୋଗ ଯେଉଁଥିରେ ଚର୍ମ ମୋଟା ହେବା ସହ ଏଥିରେ କଳାଦାଗ ସୃଷ୍ଟି ହୁଏ । ମୁଖ୍ୟତଃ ବେକ ଓ ବେକର ପଛପଟେ ଏହା ଦେଖାଯାଏ । ଇନସୁଲିନ ପ୍ରତିରୋଧ ଏବଂ ମୋଟାପଣ ସହେ ଏହା ପ୍ରାୟତଃ ସମାନ। ଓଜନ ହ୍ରାସ ଏବଂ କମ୍ ପରିମାଣ ଗ୍ଲାଇସେମିଟ ଖାଦ୍ୟ ଗ୍ରହଣ ଏବଂ ନିୟମିତ ବ୍ୟାୟାମ ଦ୍ବାର ଇନସୁଲିନ୍ ପ୍ରତିରୋଧ କରି ଏହାର ଚିକିତ୍ସା କରିହେବ। ରେଟିନଏଡ, ଗ୍ଲାଇକୋଲିକ୍ ଏସିଡର ପ୍ରୟୋଗ ଏବଂ ଟିସିଏ ପିଲସ ପରି ଚିକିତ୍ସା ଦ୍ବାରା ଚର୍ମରେ ଉନ୍ନତି ଅଣାଯାଇପାରିବ ।

2. ହାଇପରଣ୍ଡ୍ରୋଜେନିଜିମ୍ ବା ମାତ୍ରାଧିକ ପୁରୁଷ ହରମୋନ୍ କ୍ଷରଣ କାରଣରୁ ହିରସ୍ୟୁଟିଜମ୍ ବା ମୁହଁରେ ଅବାଞ୍ଛିତ କେଶ ଦେଖା ଦେଇଥାଏ । ମୁହଁ ସହିତ ଛାତି, ଜଙ୍ଘ ଏବଂ ଏପରିକି ନିପଲ୍ ଅଞ୍ଚଳରେ ମଧ୍ୟ କେଶ ଦେଖିବାକୁ ମିଳେ । ସେରମ୍ ସେକ୍ସ ହରମୋନ୍ ବଢୁଥିବା ଗ୍ଲୋବୁଲିନ (SHBG)କୁ ନିୟନ୍ତ୍ରଣ କରିବା ପାଇଁ ଓଜନ କମାଇବା ହେଉଛି ଏକ ଚିକିତ୍ମା ପ୍ରଣାଣୀ।

3. ବ୍ରଣ କିମ୍ବା ପିମ୍ପଲସ : କିଶୋର ବୟସରୁ ମୁହଁରେ କ୍ରମାଗତ ବ୍ରଣ ବାହାରୁଥିବା ମହିଳା କିମ୍ବା 25 ବର୍ଷ ପରେ ପ୍ରଥମ ଥର ପାଇଁ ବ୍ରଣ ବାହାରୁ ଥିବା ମହିଳାମାନେ ପିସିଓ ବ୍ୟାଧି ସମ୍ପର୍କରେ ପରୀକ୍ଷା କରିବା ଆବଶ୍ୟକ । ସ୍ବାଭାବିକ ଭାବେ ହେଉଥିବା ବ୍ରଣକୁ ଯେଉଁ ଭଳି ଚିକିତ୍ସା କରାଯାଏ ପିସିଓ ପ୍ରଭାବରେ ହେଉଥିବା ବ୍ରଣ ପାଇଁ ସେହି ଚିକିତ୍ସା ବିପରିତ ଫଳ ଦେଇଥାଏ, ଏହା ମୁଖ୍ୟତଃ ମୁହଁର ଚେହେରାର ତଳ ଏକ ତୃତୀୟାଂଶ ଭାଗକୁ ପ୍ରଭାବିତ କରିଥାଏ । ଏହା ପ୍ରାକ୍ ମାସିକ ଋତୁସ୍ରାବ ସୂଚାଇଥାଏ । ଏହାର ଚିକିତ୍ସା ଦୀର୍ଘ ଦିନ ଲାଗିଥାଏ, ଚିକିତ୍ସା କାମ କରିବାକୁ ଅନ୍ତତଃ ତିନି ମାସ ସମୟ ନେଇଥାଏ। ହାଇପରାଣ୍ଡ୍ରୋଜେନିକ୍ ନିୟନ୍ତ୍ରଣ କରିବା ପାଇଁ ଡ୍ରୋସ୍ପାଇରୋନ ଏବଂ ସାଇପ୍ରୋଟେରୋନ ଆସେଟେଟ୍ ଭଳି ଆଣ୍ଡ୍ରୋଜେନ୍ ପ୍ରୋଜେଷ୍ଟରନ ସହିତ ଓରାଲଗର୍ଭନିରୋଧକ ବ୍ୟବସ୍ଥା କରିବା ଶ୍ରେଷ୍ଠ ଉପାୟ । ଇନୋଜିଟୋଲ, ମ୍ୟାଗ୍ନେସିୟମ, ଜିଙ୍କ ଏବଂ ଭିଟାମିନ ଡି ପରି ସପ୍ଲିମେଣ୍ଟ ଶରୀରରେ ପୋଡ଼ାଜଳା ନିୟନ୍ତ୍ରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୀମିକା ଗ୍ରହଣ କରିଥାଏ ।

4. ସେବୋରୋହିକ୍ ଡର୍ମାଟାଇଟିସ୍ ଯୋଗୁଁ ତ୍ବଚା ପ୍ରାୟତଃ ତେଲିଆ ରହେ ଏବଂ ଡ୍ୟାଣ୍ଡ୍ରଫ (ରୁପି) ସୃଷ୍ଟି ହୋଇଥାଏ । ଏହା ନାକ ଚାରିପାଖେ, ଆଖିରେ ଏବଂ କାନ ପଛରେ ଅଧିକ ତେଲିଆ ହୋଇ ରହୁଥିବା ତ୍ବଚାକୁ ପ୍ରଭାବିତ କରିଥାଏ । ଏହା ଅଧିକ ଆଣ୍ଡ୍ରୋଜେନ୍ ସହିତ ଜଡିତ ଥିବାରୁ ଅଧିକ ତୈଳ ନିର୍ଗତ ହୁଏ ଯାହାକି ମାଲାସେଜିଆ ନାମକ ଫଙ୍ଗସ ବଢାଇଥାଏ । ତେଣୁ ପ୍ରତିଦିନ ସାଲିସିଲିକ ଏସିଡ୍ କିମ୍ବା କେଟୋକୋନାଜେଲ ସାମ୍ପୁରେ ତ୍ବଚାକୁ ସଫା କରିବା ଆବଶ୍ୟକ ।

5. ମୁଖ୍ୟତଃ ମହିଳାମାନଙ୍କର ମୁଣ୍ଡର ଉପର ଭାଗରୁ କେଶ ଝଡ଼ିଥାଏ କିମ୍ବା ପତଳା ହୋଇଥାଏ ।ହେଲେ ଯେ ପର୍ଯ୍ୟନ୍ତ କେଶ ଝଡ଼ିବା ସହିତ ଚର୍ମର ଏକ ଅଂଶ ଦେଖାନଯାଏ ମହିଳାମାନେ ଏହାକୁ ଅଣଦେଖା କରିଥାନ୍ତି। ଏହାର ମେଡିକାଲ ଚିକିତ୍ସା ନକରି ଏହାକୁ ଘୋଡ଼ାଇବା ପାଇଁ ବାରମ୍ବାର ହେୟାର ଷ୍ଟାଇଲ୍ ପରିବର୍ତ୍ତନ କରିଥାନ୍ତି ଯାହାକି କେଶର ଅଧିକ କ୍ଷତି ଘଟାଇଥାଏ । କେଶ ଝଡିଲେ ଏହାର ପ୍ରତିଷେଧକ ଚିକିତ୍ସା ଭାବେ ମିନୋକ୍ସିଦିଲ୍ ଔଷଧ ନେବା ସହ ଏହାର ପ୍ଲେଟଲେଟ ରିଚ୍ ପ୍ଲାଜମା ଚିକିତ୍ସା ଆରମ୍ଭ କରିବା ଆବଶ୍ୟକ। ପିସିଓ ହେଉଛି ଏକ ରୋଗ ଯାହା କେବଳ ଶରୀରର ହରମୋନ ସ୍ତରରେ ପ୍ରଭାବିତ କରେନାହିଁ, ଏହାଦ୍ବାରା ମେଟାବୋଲିଜିମ୍ ଏବଂ ଫର୍ଟିଲିଟିକୁ ପ୍ରଭାବିତ କରିଥାଏ । ଫଳରେ ରୂପ ଉପରେ ଯେଉଁ ନକାରାତ୍ମକ ପ୍ରଭାବ ପଡ଼େ ତାହା ସମ୍ପୃକ୍ତ ବ୍ୟକ୍ତିର ଆତ୍ମବିଶ୍ବାସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

(IANSlife)

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.