ETV Bharat / bharat

Patra Chawl land scam case: ଅକ୍ଟୋବର 17 ପର୍ଯ୍ୟନ୍ତ ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧି

ପୁଣି ବଢିଲା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହାଜତ ଅବଧି (Judicial custody of Sanjay Raut extended)। ଏବେ 17 ତାରିଖ ଯାଏଁ ଜେଲରେ ରହିବେ । ଅଗଷ୍ଟ ପହିଲାରେ ତାଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

Patra Chawl land scam case: 17 ପର୍ଯ୍ୟନ୍ତ ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧି
Patra Chawl land scam case: 17 ପର୍ଯ୍ୟନ୍ତ ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧିPatra Chawl land scam case: 17 ପର୍ଯ୍ୟନ୍ତ ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧି
author img

By

Published : Oct 10, 2022, 5:29 PM IST

ମୁମ୍ବାଇ: ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା (Patra Chawl land scam case)ରେ ଗିରଫ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ପୁଣି ବଢାଇଲେ ଅଦାଲତ (Judicial custody of Sanjay Raut extended) । ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ସଞ୍ଜୟ ପୁଣି ନ୍ୟାୟିକ ହାଜତରେ ରହିବେ । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ବାରମ୍ବାର ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ବଢିବାରେ ଲାଗିଛି । ଚଳିତ ମାସ 4 ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆଜି (ଅକ୍ଟୋବର 10) ତାରିଖ ପର୍ଯ୍ୟନ୍ତ ଅଦାଲତ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଥିଲେ । ଆଜି ଏହି ଅବଧି ଶେଷ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ତେବେ ଆଜି ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ନ୍ୟାୟିକ ହାଜତ ଅବଧିକୁ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ ।

ବହୁ ଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ୍‌ ସ୍କାମ୍‌ ମାମଲାରେ ଅଗଷ୍ଟ 1 ତାରିଖରେ ଗିରଫ ହୋଇଥିଲେ ଶିବସେନାର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ । ଗିରଫଦାରୀର ଗୋଟିଏ ଦିନ ପୂର୍ବରୁ ତଥା ଜୁଲାଇ 31 ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରିଥିଲା । ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ଶେଷରେ ଗିରଫ କରିଥିଲା ED । ସେବେଠାରୁ ତାଙ୍କର ଜାମିନ ଆବେଦନ କ୍ରମାଗତ ଭାବେ ଖାରଜ ହେବାରେ ଲାଗିଛି (Judicial custody of Sanjay Raut extended)।

ଗିରଫ ହେବା ପୂର୍ବରୁ ଜୁନ 28 ତାରିଖରେ 1 ହଜାର 34 କୋଟି ଟଙ୍କା ଅନିୟମିତା ମାମଲାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନ ପାଇଥିଲେ ରାଉତ । ଗିରଫଦାରୀ ପୂର୍ବରୁ ତାଙ୍କ ବାସଭବନରେ ହୋଇଥିବା ଚଢାଉରେ ମାତ୍ର 11 ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ED । ପୂର୍ବରୁ ଏହି ମାମଲାରେ ଉଭୟ ରାଉତ ଦମ୍ପତିଙ୍କୁ ସମନ କରିବା ସହ ଏକାଧିକ ପର୍ଯ୍ୟାୟରେ କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା ।

ତାଙ୍କ ବିରୋଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନକୁ ସଞ୍ଜୟ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିବା ସହ ବିଜେପି ଉପରେ ବର୍ଷିଥିଲେ । ତାଙ୍କୁ ବାସଭବନରେ ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିବା ସମୟରେ ମଧ୍ୟ ଅତି ନାଟକୀୟ ଢଙ୍ଗରେ ଦମ୍ଭ ଦେଖାଇଥିଲେ ରାଉତ । ପୋଲିସ ଗାଡିରେ ମଧ୍ୟ ରୋଡ ଶୋ ଭଙ୍ଗୀରେ ଇଡି କାର୍ଯ୍ୟାଳୟକୁ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.