ନୂଆଦିଲ୍ଲୀ: 1997 ଦିଲ୍ଲୀର ବହୁଚର୍ଚ୍ଚିତ ଉପହାର ସିନେମା ଅଗ୍ନିକାଣ୍ଡ ଟ୍ରାଜେଡି ଘଟଣାର ରାୟ ପ୍ରକାଶ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଅଂଶଲ ଏବଂ ସୁଶୀଲ ଅଂଶଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 7ବର୍ଷ ଜେଲ ଓ ପ୍ରତ୍ୟେକଙ୍କୁ 2.5 କୋଟି ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଏହି ଦୋଷୀ ଦୁଇ ବନ୍ଧୁ ଘଟଣା ପରେ ଗିରଫ ହୋଇ ଜେଲ ଯାଇଥିବାବେଳେ ଜେଲରୁ ବେଲରେ ଆସିଥିଲେ। ତେବେ ଘଟଣାରେ ପ୍ରାମାଣକୁ ନଷ୍ଟ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୁନର୍ବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜିର ରାୟ ପ୍ରକାଶ ପାଇବା ପରେ ଉଭୟ ଦୋଷୀଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ଦୁଇ ବନ୍ଧୁଙ୍କ ବ୍ୟତୀତ ଘଟଣାରେ ସମ୍ପୃକ୍ତ ଅନ୍ୟତମ ଦୋଷୀ ତଥା ପୂର୍ବତନ କୋର୍ଟ କର୍ମଚାରୀ ଦୀନେଶ ଚାନ୍ଦଶର୍ମା ଏବଂ ଅନ୍ୟ ୨ଜଣ ଦୋଷୀ ପିପି ବତ୍ରା, ଅନୁପ ସିଂଙ୍କୁ ମଧ୍ୟ 7ବର୍ଷ ଜେଲ ଦଣ୍ଡ ଏବଂ ପ୍ରତ୍ୟେକଙ୍କୁ 3 ଲକ୍ଷ ଟଙ୍କା ଜୋରିମାନା ପାଇଁ ରାୟ ଶୁଣାଇଛନ୍ତି କୋର୍ଟ ।
ଅକ୍ଟୋବର 8ରେ ଅଂଶଲ ବନ୍ଧୁଙ୍କ ସମେତ ମୋଟ ୫ ଜଣଙ୍କୁ କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। 1997 ମସିହା ଜୁନ ୧୩ ତାରିଖରେ ଦକ୍ଷିଣ ଦିଲ୍ଲୀର ଗ୍ରୀନ୍ ପାର୍କରେ ଥିବା ଉପହାର ସିନେମା ହଲରେ 'ବର୍ଡର' ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ 59 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶତାଧିକ ଗମ୍ଭୀର ଭାବେ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ