ETV Bharat / bharat

ରାମଦେବଙ୍କ ବନାଇଥିଲେ ଆପତ୍ତଜନିକ ପୋଷ୍ଟର, ୨ଜଣଙ୍କ ବିରୋଧରେ ଏତଲା

author img

By

Published : Dec 20, 2022, 10:45 PM IST

ଯୋଗଗୁରୁ ବାବା ରାମଦେବଙ୍କ ଆପତ୍ତଜନିକ ପୋଷ୍ଟର ବନାଇ ଭାଇରାଲ ପ୍ରସଙ୍ଗ (Baba Ramdev obscene poster) । ୨ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଲା ପତଞ୍ଜଳି । ଅଧିକ ପଢନ୍ତୁ

baba ramdev
ବାବା ରାମଦେବ

ଡେରାଡୁନ: ଯୋଗଗୁରୁ ବାବା ରାମଦେବଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଉଦ୍ୟମ (Baba Ramdev obscene poster)। ଦୁଇଜଣ ବ୍ୟକ୍ତି ବାବା ରାମଦେବଙ୍କ ଅଶ୍ଳୀଳ ପୋଷ୍ଟର ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ଏନେଇ କନଖଲ ପୋଲିସ ଷ୍ଟେସନ (Kankhal Thana Police) ରେ ପତଞ୍ଜଳି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତକୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।

କନଖଲ ପୋଲିସ ଷ୍ଟେସନରୁ ମିଳିଥିବା ସୂଚନା ଅନୁଯାୟୀ, ପତଞ୍ଜଳିର ଆଇନଗତ କାର୍ଯ୍ୟର ଯତ୍ନ ନେଉଥିବା ବ୍ୟକ୍ତି ରମଣ ପନୱାର ପୋଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ କିଛି କିଛି ବ୍ୟକ୍ତି ବାବା ରାମଦେବଙ୍କ ଅଶ୍ଳୀଳ ପୋଷ୍ଟର ତିଆରି କରି ସୋସିଆଲ ମିଡିଆରେ ଏହାକୁ ଅପଲୋଡ କରିଛନ୍ତି । ଯେଉଁଥିପାଇଁ ବାବାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି । ଏହି ଘଟଣା ନେଇ ବାବାଙ୍କ ଅନେକ ଶ୍ରଦ୍ଧାଳୁ ଫୋନ ଯୋଗେ ସୂଚନା ଦେଉଛନ୍ତି ।

ଏହା ବି ପଢନ୍ତୁ- Pathaan Row: ଇଣ୍ଟରନେଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ, ମାମଲା ରୁଜୁ

ସୋସିଆଲ ମିଡିଆରେ ଏଭଳି ପୋଷ୍ଟର ଅପଲୋଡ କରିଥିବା ୨ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସୁଛି। ଏହି ଅପରାଧିକ ଘଟଣାରେ ଡେରାଡୁନ୍ ନେହେରୁ କଲୋନୀର ବାସିନ୍ଦା ଗଜେନ୍ଦ୍ର ଏବଂ ହେମନ୍ତ ତାଙ୍କ ସହିତ ଅନ୍ତର୍ଭୁକ୍ତ ହୋଇଛନ୍ତି । ପୋଲିସ ଷ୍ଟେସନର ଥାନା ଅଧିକାରୀ ମୁକେଶ ଚୌହାନ କହିଛନ୍ତି ଯେ ଅଭିଯୋଗ ଆଧାରରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଜଣେ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.