ETV Bharat / bharat

Parliament Winter Session: ନିଲମ୍ବିତ ସାଂସଦ ମାମଲା, କେନ୍ଦ୍ର ଡାକିଥିବା ବୈଠକକୁ ଆସିଲେନି ବିରୋଧୀ

ମୌସୁମୀ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ବିରୋଧୀ ଦଳର ସାଂସଦଙ୍କ ମାମଲାରେ ନରମିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ ଡାକିଥିଲେ କିନ୍ତୁ ଏହି ବୈଠକକୁ TMC ଆସିବନି ବୋଲି ସଙ୍କେତ ଦେଇଥିବାବେଳେ କଂଗ୍ରେସ ସିଧାସଳଖ ମନା କରିଦେଇଛି ।

ଆଲୋଚନା ପାଇଁ କେନ୍ଦ୍ର ଡାକିଥିବା ବୈଠକକୁ ଆସିଲେନି ବିରୋଧୀ

author img

By

Published : Dec 20, 2021, 3:09 PM IST

ନୂଆଦିଲ୍ଲୀ: ଆଉ ଦୁଇଦିନ ପରେ ଶେଷ ହେବ ସଂସଦର ଶୀତ ଅଧିବେଶନ (Parliament Winter Session)। ଏହା ହେଉଛି ଶେଷ ସପ୍ତାହ । ମୌସୁମୀ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ଚଳିତ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ବିରୋଧୀ ଦଳର ସାଂସଦଙ୍କ ମାମଲାରେ ନରମିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ ଡାକିଥିଲେ କିନ୍ତୁ ଏହି ବୈଠକକୁ ଟିଏମ୍‌ସି ଆସିବନି ବୋଲି ସଙ୍କେତ ଦେଇଥିବାବେଳେ କଂଗ୍ରେସ ସିଧାସଳଖ ମନା କରିଦେଇଛି ।

ସୂଚନାଅନୁସାରେ ସଂସଦର ଶୀତକାଳୀନ ଅଧିବେଶନରେ ୧୨ ବିରୋଧୀ ଦଳର ସାଂସଦଙ୍କ ନିଲମ୍ବନକୁ ନେଇ ହଟ୍ଟଗୋଳ ଲାଗି ରହିଥିଲା । ଅଧିବେଶନ ସରିବାକୁ ବସିଲାଣି ହେଲେ ନିଲମ୍ବିତ ସାଂସଦଙ୍କୁ ଅନିମତି ମିଳିଲା ନାହିଁ । ଏ ଘଟଣାକୁ ସମାପ୍ତ କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସରକାର ଏବଂ ବିରୋଧୀ ଦଳମାନଙ୍କୁ ଆଲୋଚନା କରିବାକୁ କହିଛନ୍ତି। ଏଥିପାଇଁ ୪ ରାଜନୈତିକ ଦଳକୁ ନେଇ ବୈଠକ ଡାକିଥିଲେ। ଏଥିରେ ଯୋଗ ଦେଇନାହାନ୍ତି ଟିଏମସି ଓ କଂଗ୍ରେସ ।

ରାଜ୍ୟସଭା ସାଂସଦ ପିୟୁଷ ଗୋଏଲଙ୍କ ଦ୍ବାରା ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବୈଠକ ଲାଗି ଆହ୍ବାନ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ୫ଟି ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଇଥିଲେ। ତେବେ ଏହାକୁ ନେଇ କଂଗ୍ରେସ ଅସନ୍ତୁଷ୍ଟ ପ୍ରକାଶ କରିଛି। ବୈଠକରେ ବିରୋଧୀ ଅଂଶଗ୍ରହଣ କରିନାହାନ୍ତି ।

ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିବା ଶେଷ ମୌସୁମୀ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ଲାଗି ୧୨ ଜଣ ସାଂସଦଙ୍କୁ ସମଗ୍ର ଶୀତ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୂର୍ବରୁ କହିଥିଲେ ଯେ ଯଦି ସେ ତାଙ୍କ ଭୁଲ ପାଇଁ କ୍ଷମା ମାଗନ୍ତି ତେବେ ସରକାର ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ସରକାରଙ୍କ କ୍ଷମା ମାଗିବ ପ୍ରସ୍ତାବକୁ ବିରୋଧୀ ଦଳର ନେତାମାନେ ପ୍ରତ୍ୟାଖ୍ୟାନ କରିଥିବାବେଳେ ସେ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.