ETV Bharat / bharat

Parliament Monsoon Session: ସଂସଦରେ ମଣିପୁର ତାତି, ସୋମବାର ଯାଏଁ ଲୋକସଭା ମୁଲତବୀ

author img

By

Published : Jul 21, 2023, 2:00 PM IST

Updated : Jul 21, 2023, 2:17 PM IST

ମଣିପୁର ପ୍ରସଙ୍ଗରେ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଯାଏଁ ଲୋକସଭା ମୁଲତବୀ ରଖିଲେ ବାଚସ୍ପତି । ଦିନ ସାଢେ ୨ଟା ଯାଏଁ ରାଜ୍ୟସଭା ମୁଲତବୀ ଘୋଷଣା । ଅଧିକ ପଢନ୍ତୁ

Parliament Monsoon Session
Parliament Monsoon Session

ନୂଆଦିଲ୍ଲୀ: ମଣିପୁରରେ ମହିଳାଙ୍କ ଉଲଗ୍ନ ଭିଡିଓ ଘଟଣାକୁ ନେଇ କମ୍ପୁଛି ସଂସଦ । ମୌସୁମୀ ଅଧିବେଶନର ଦ୍ବିତୀୟ ଦିନର ଗୃହ ଅଚଳ ରହିଛି । ଉଭୟ ସଦନରେ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି । ମଣିପୁର ପ୍ରସଙ୍ଗରେ ଉଭୟ ସଦନରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ବିରୋଧି ଦାବି କରିଛନ୍ତି । ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ନେଇ ବାଚସ୍ପତି ସୋମବାର ଯାଏଁ ଲୋକସଭା ମୁତଲବୀ ଘୋଷଣା କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ମଧ୍ୟ ଗୃହରେ ଶାନ୍ତି ବଜାୟ ରଖିବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ବିରୋଧି ଦଳ ସଦସ୍ୟ ଶାନ୍ତ ହୋଇନଥିଲେ । ଯାହାଫଳରେ ରାଜ୍ୟସଭାକୁ ପୂର୍ବାହ୍ନ ସାଢେ ୨ଟା ଯାଏଁ ମୁଲତବୀ ରଖାଯାଇଛି । ମଣିପୁରରେ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିରୋଧି ହଙ୍ଗାମା କରୁଛନ୍ତି ।

ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ମଣିପୁର ହିଂସା ନିହାତି ଭାବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହା ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ଚାହୁଁଛୁ ବୋଲି ପୂର୍ବରୁ ମୁଁ ସର୍ବଦଳୀୟ ବୈଠକରେ ସ୍ପଷ୍ଟ କରିଥିଲି । ପ୍ରଧାନମନ୍ତ୍ରୀ ମଧ୍ୟ ଅପରାଧିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସତ୍ତ୍ବେ କେତେକ ରାଜନୈତିକ ଦଳ ଅଯଥା ହଟ୍ଟଗୋଳ କରି ଏମିତି ପରିସ୍ଥିତି ସୃଷ୍ଟି କରୁଛନ୍ତି ଯଦ୍ବାରା ମଣିପୁର ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ ।

ଏହାମଧ୍ୟ ପଢନ୍ତୁ: Manipur Women Paraded Naked: 4 ଅଭିଯୁକ୍ତ ଗିରଫ, ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ଗୁରୁବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧି ମଣିପୁର ପ୍ରସଙ୍ଗ ଉଠାଇ ପ୍ରବଳ ହୋହଲ୍ଲା ଓ ନାରାବାଜି କରିଥିଲେ । ଭାଇରାଲ ଭିଡିଓକୁ ନେଇ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରି ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ବସିଥିଲେ । ଯାହାଫଳରେ ଉଭୟ ସଦନକୁ ଆଜି ଦିନ ୧୧ଟା ଯାଏଁ ମୁତଲବୀ ରଖାଯାଇଥିଲା । ଆଜି ଦ୍ବିତୀୟ ଦିନରେ ମଧ୍ୟ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧି ପୁଣିଥରେ ହଙ୍ଗାମା କରି ଗୃହକାର୍ଯ୍ୟ ଚଳାଇ ଦେଇନାହାନ୍ତି । ବାଚସ୍ପତି ପ୍ରଥମେ ଦିନ ୧୨ଟା ଯାଏଁ ଲୋକସଭା ମୁତଲବୀ ରଖିଥିଲେ । ପରେ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଦିନ ସାଢେ ୨ଟା ଯାଏଁ ଗୃହ ମୁତଲବୀ ରଖିଛନ୍ତି ।

ପ୍ରକାଶ ଥାଉକି, ମଣିପୁର ହିଂସାର ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ମୋଦି ନୀରବତା ଭାଙ୍ଗି ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ମୁହଁ ଖୋଲିଥିଲେ । ଭାଇରାଲ ଭିଡିଓ ପ୍ରସଙ୍ଗରେ କହିଥିଲେ ଯେ, ମଣିପୁର ଘଟଣା ସଭ୍ୟ ସମାଜ ପାଇଁ ନିନ୍ଦନୀୟ । ମୋ ହୃଦୟ ପୀଡା ଓ କ୍ରୋଧରେ ଭରି ରହିଛି । ମଣିପୁର ଝିଅ ସହ ଘଟିଥିବା ଅମାନବୀୟ ଘଟଣାରେ ଦୋଷୀକୁ କେବେ କ୍ଷମା ଦିଆଯିବନି ।

Last Updated : Jul 21, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.