ETV Bharat / bharat

Parliament Monsoon Session; ଆଜି ବି ହଟ୍ଟଗୋଳ, ଉଭୟ ସଦନ ମୁଲତବୀ

ଆଜି ଅଧିବେଶନ ଆରମ୍ଭ ହେବାମାତ୍ରେ ଲୋକସଭା ବାଚସ୍ପତି ଓମ ବିର୍ଲା କ୍ରାନ୍ତି ଦିବସ ଅବସରରେ ଗୃହକୁ ସୂଚନା ଦେବାସହ ସହିଦ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଅଲମ୍ପିକ୍ସ ପଦକ ବିଜେତାଙ୍କୁ ଲୋକସଭା ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ । ଅଧିକ ପଢନ୍ତୁ...

author img

By

Published : Aug 9, 2021, 11:26 AM IST

Parliament monsoon session
Parliament monsoon session

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନର ଶେଷ ସପ୍ତାହ । ଚଳିତ ସପ୍ତାହରେ ସରିବ ଅଧିବେଶନ । ୨ ଦିନର ବିରତ ପରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ଅଧିବେଶନ । ଆଜି ଅଧିବେଶନର ଷଷ୍ଠଦଶ ଦିବସ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଂସଦରେ ଆଶା ଜନକ କାମ ହୋଇପାରି ନାହିଁ ।

ଗତ ମାସ (ଜୁଲାଇ ୧୯) ରୁ ଆରମ୍ଭ ହୋଇଥିବା ଅଧିବେଶନ ଚଳିତ ମାସ ୧୩ ତାରିଖରେ ଶେଷ ହେବ । ଅଧିବେଶନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଯୋଜନା କରିଥିଲେ । କିନ୍ତୁ ସରକାରଙ୍କ ଯୋଜନାରେ ଲାଗିଛି ବ୍ରେକ । ଅଧିବେଶନ ଆରମ୍ଭରୁ ବର୍ତ୍ତମାନ ଯାଏ ବିରୋଧୀ ପେଗାସସ, କୃଷି ଆଇନ ପ୍ରତ୍ୟାହାରକୁ ନେଇ ସଂସଦରେ ହଟ୍ଟଗୋଳ କରୁଛନ୍ତି । ସରକାର ମଧ୍ୟ ସଂସଦକୁ ସ୍ବାଭାବିକ କରିବା ପାଇଁ ବଡ ପଦକ୍ଷେପ ନେଇନାହଁନ୍ତି । ଯାହାକୁ ନେଇ ସଂସଦ ଏକ ପ୍ରକାର ଠପ ହୋଇପଡିଛି ।

ତେବେ ଆଜି ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ ବିର୍ଲା କ୍ରାନ୍ତି ଦିବସ ଅବସରରେ ଗୃହକୁ ସୂଚନା ଦେବା ସହ ସହିଦ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଅଲମ୍ପିକ୍ସ ପଦକ ବିଜେତାଙ୍କୁ ଲୋକସଭା ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଫଳରେ ବାଚସ୍ପତି ଲୋକସଭାକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ କ୍ରାନ୍ତିକାରୀ ସହିଦ ସ୍ବାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଅଲମ୍ପିକ ବିଜେତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପରେ ରାଜ୍ୟସଭା ସ୍ବାଭାବିକ ଥିଲେ ସୁଦ୍ଧା ବିରୋଧୀଙ୍କ ହଙ୍ଗାମା ପାଇଁ ରାଜ୍ୟସଭାକୁ ଅଧ୍ୟକ୍ଷ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.