ETV Bharat / bharat

Nishikant Dubey Attacks: ‘ସୋନିଆ ଗାନ୍ଧୀଙ୍କ ଦୁଇଟି କାମ, ପୁଅ-ଜ୍ବାଇଁକୁ ସେଟ କରିବା’

author img

By

Published : Aug 8, 2023, 9:25 PM IST

ସାଂସଦ ନିଶିକାନ୍ତ ଦୁବେ ନେଶନାଲ ହେରାଲ୍ଡ ପ୍ରସଙ୍ଗ ଉଠାଇ କହିଥିଲେ, ‘‘ମୁଁ ଅପେକ୍ଷା କରିଥିଲି ରାହୁଲ ଗାନ୍ଧୀ କହିବେ । କିନ୍ତୁ କହିଲେ ନାହିଁ ...ହୋଇଥାଇ ପାରେ ପ୍ରସ୍ତୁତି କରିନାହାଁନ୍ତି ।" ଅଧିକ ପଢନ୍ତୁ

Nishikant Dubey Attacks
Nishikant Dubey Attacks
‘ସୋନିଆ ଗାନ୍ଧୀଙ୍କ ଦୁଇଟି କାମ...ପୁଅ ଜ୍ବାଇଁକୁ ସେଟ କରିବା’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ କେବଳ ଦୁଇଟି ଉଦ୍ଦେଶ୍ୟ । ପୁଅକୁ ସେଟ କରିବା, ଜ୍ବାଇଁଙ୍କୁ ଭେଟ କରିବା । ଲୋକସଭାରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପରିଷଦ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେପି ପକ୍ଷରୁ ବିତର୍କ ଆରମ୍ଭ କରି ଏହା କହିଛନ୍ତି ବିଜେପି ସାଂସଦ ଡା. ନିଶିକାନ୍ତ ଦୁବେ ।

ମଣିପୁର ପ୍ରସଙ୍ଗରେ ବିରୋଧୀ ମେଣ୍ଟ କେନ୍ଦ୍ରମନ୍ତ୍ରୀ ପରିଷଦ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ପ୍ରସ୍ତାବକୁ ନେଇ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି । କଂଗ୍ରେସ ପକ୍ଷରୁ ଦଳୀୟ ସାଂସଦ ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରି ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଆଜି ବିତର୍କ ପାଇଁ ଲୋକସଭାରେ ମୋଟ 7 ଘଣ୍ଟା ନିର୍ଦ୍ଧାରଣ କରାଯାଇଥିଲା । ସାଂସଦ ଗୋଗୋଇ କଂଗ୍ରେସର ମଙ୍ଗ ଧରିଥିଲେ । ବିଜେପି ପକ୍ଷରୁ ବିତର୍କ ଆରମ୍ଭ କରିଥିଲ ସାଂସଦ ଡା. ନିଶିକାନ୍ତ ଦୁବେ । ନିଶିକାନ୍ତ ବିତର୍କ ଆରମ୍ଭରୁ କଂଗ୍ରେସ ପାର୍ଟି ଓ ସୋନିଆ ଗାନ୍ଧୀଙ୍କୁ ନିଶାନା କରିଥିଲେ । ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ,‘‘ସୋନିଆ ଗାନ୍ଧୀଙ୍କର ଦୁଇଟି ଉଦ୍ଦେଶ୍ୟ...ପୁଅକୁ ସେଟ କରିବା ଜ୍ବାଇଁକୁ ଭେଟ କରିବା ।’’

ଏହାବି ପଢନ୍ତୁ- No Confidence Motion: ବର୍ଷ ବର୍ଷର ଅବହେଳା ମଣିପୁରର ପ୍ରତିଫଳନ: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ

ସାଂସଦ ନିଶିକାନ୍ତ ଦୁବେ ନେଶନାଲ ହେରାଲ୍ଡ ପ୍ରସଙ୍ଗ ଉଠାଇ କହିଥିଲେ ‘‘ମୁଁ ଅପେକ୍ଷା କରିଥିଲି ରାହୁଲ ଗାନ୍ଧୀ କହିବେ । କିନ୍ତୁ କହିଲେ ନାହିଁ ... ହୋଇଥାଇ ପାରେ ପ୍ରସ୍ତୁତି କରିନାହାଁନ୍ତି । ବିଳମ୍ବରେ ଉଠିଛନ୍ତି ବୋଧ ହୁଏ...ଅବିଶ୍ବାସ ପ୍ରସ୍ତାବ ଆସିଲା କାହିଁକି? ସୋନିଆ ଗାନ୍ଧୀ ଏଠି ବସିଛନ୍ତି । ସୋନିଆଙ୍କ ମଧ୍ୟ ଭାରତୀୟ ନାରୀଙ୍କ ପରି ପୁଅ ଓ ଜ୍ବାଇଁଙ୍କ ଚିନ୍ତା କରୁଛନ୍ତି । ’’

ଏହାବି ପଢନ୍ତୁ- No Confidence Motion: ବିରୋଧ କଲା ବିଜେଡି, ନିଜ ନାକ କାଟୁଛି କଂଗ୍ରେସ: ପିନାକୀ

କଂଗ୍ରେସକୁ ସମାଲୋଚନା କରି ନିଶିକାନ୍ତ କହିଛନ୍ତି ମୁଁ ନିଜେ ମଣିପୁର ଇତିହାସର ଭୁକ୍ତଭୋଗୀ । ମୋର ମାମୁଁ ଏନକେ ତିୱାରୀ (ସିଆରପିଏଫ ଡିଆଇଜି) ମଣିପୁରରେ ଗୋଡ ହରାଇଛନ୍ତି । 1990 ଦଶକରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ମୋର ମାମୁଁ ସେହି ଅଫିସର ଥିଲେ ଯାହାଙ୍କର ବୀରତ୍ବ କାଶ୍ମୀର ପୁସ୍ତକରେ ଲେଖା ଯାଇଛି । କିନ୍ତୁ ଯେତେବେଳେ ଡିଆଇଜି ହୋଇ ମଣିପୁର ଗଲେ ଏହି କଂଗ୍ରେସ ସରକାର ତାଙ୍କର ଗିରଫ କରିଥିଲା । କଂଗ୍ରେସ ଯଦି ନିଜ ଇତିହାସକୁ ଦେଖିବ ନିଜେ ତାର ଜବାବ ପାଇବ ।

ଏହାବି ପଢନ୍ତୁ- Lok Sabha: ଯେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ପୁଅ ଲୋକସଭାରେ ପଢିଲେ ହନୁମାନ ଚାଳିଶା

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଦୁବେ କହିଥିଲେ ସୁପ୍ରିମକୋର୍ଟ ଏବେ ରାୟ ଉପରେ ରୋକ ଲଗାଇଛନ୍ତି । ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ଶୁଣାଇ ନାହାଁନ୍ତି । ରାହୁଲ କହୁଛନ୍ତି କ୍ଷମା ମାଗିବେ ନାହିଁ । ଅନ୍ୟପଟେ କହୁଛନ୍ତି ମୁଁ ସାବରକର ନୁହେଁ । ରାହୁଲ କେବେ ସାବରକର ହୋଇପାରିବେ ନାହିଁ । ଜୀବନରେ 28 ବର୍ଷ ସାବରକ ଜେଲ ଜୀବନ ବିତାଇଛନ୍ତି । ରାହୁଲ କେବେ ସାବରକର ହୋଇପାରିବେ ନାହିଁ । ବିରୋଧୀ ଯେଉଁ I.N.D.IA ମେଣ୍ଟ କରିଛନ୍ତି ତାହାର ଫୁଲ ଫର୍ମ କିଛି ସାଂସଦ କହିପାରିବେ ନାହିଁ । କିନ୍ତୁ ଇଣ୍ଡିଆ ଇଣ୍ଡିଆ ନାରା ଲଗାଉଛନ୍ତି ସଂସଦରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.