ETV Bharat / bharat

ଦେଶମୁଖଙ୍କ ସମର୍ଥନରେ ପାୱାର; କହିଲେ ପରମବୀରଙ୍କ ଚିଠିରେ ନାହିଁ ପ୍ରମାଣ

ପରମବୀରଙ୍କ ଖୁଲାସା ପରେ ସିଧାସଳଖ ଟାର୍ଗେଟକୁ ଆସିଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମିଳିଛି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସମର୍ଥନ । ଅଧିକ ପଢନ୍ତୁ...

ଦେଶମୁଖଙ୍କ ସମର୍ଥନରେ ପାୱାର; କହିଲେ, ପରମବୀରଙ୍କ ଚିଠିରେ ନାହିଁ ପ୍ରମାଣ

author img

By

Published : Mar 21, 2021, 6:37 PM IST

ମୁମ୍ବାଇ: ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ମହାରାଷ୍ଟ୍ର ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ପରମବୀରଙ୍କ ଖୁଲାସା ପରେ ସିଧାସଳଖ ଟାର୍ଗେଟକୁ ଆସିଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମିଳିଛି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସମର୍ଥନ ।

ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରମବୀରଙ୍କ ଚିଠି ପଛରେ ମନ୍ତବ୍ୟ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛନ୍ତି ଶରଦ ପାୱାର । ସେ କହିଛନ୍ତି, ପରମବୀର ସିଂହଙ୍କ ଏହି ଚିଠିରେ ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ବିଷୟରେ ଉଲ୍ଲେଖ ଅଛି । ଏହା ଗମ୍ଭୀର ଅଭିଯୋଗ । ହେଲେ ଏଥିରେ କୌଣସି ପ୍ରମାଣ ନାହିଁ । ଏହା ସହିତ ପାୱାର ପ୍ରଶ୍ନ କରିଛନ୍ତି ପରମବୀର ସିଂହ ଏହି ଚିଠି ନିଜ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ କଣ ପାଇଁ ଲେଖିଛନ୍ତି ?

ଶରଦ ପାୱାର କହିଛନ୍ତି, ଏହି ଚିଠିରେ ଟଙ୍କା କେଉଁଠୁ ଏକଜୁଟ କରାଯାଇଛି ଆଉ ଏହା କେବେ ମନ୍ତ୍ରୀଙ୍କୁ ଟ୍ରାନ୍ସଫର କରାଯାଇଛି ସେ ବିଷୟରେ କିଛି ଉଲ୍ଲେଖ ନାହିଁ ।

ଅନ୍ୟପକ୍ଷେ ସଚିନ ୱାଜେଙ୍କ ପୁନଃନିଯୁକ୍ତି ପ୍ରଶ୍ନ ଉପରେ ଶରଦ ପାୱାର କହିଛନ୍ତି, ନିଷ୍ପତ୍ତି ପୋଲିସ କମିଶନର ନେଇଥିଲେ । ମୁଖ୍ୟମନ୍ତ୍ରୀ କି ଗୃହମନ୍ତ୍ରୀ ନେଇନଥିଲେ ନିଷ୍ପତ୍ତି । ସେହିପରି ପରମବୀର ସିଂହଙ୍କ ଅଭିଯୋଗର ଯାଞ୍ଚ କରାଯିବା ସହ ଜଡିତ ପ୍ରଶ୍ନ ଉପରେ ପାୱାର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହାର ଯାଞ୍ଚ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.